ଭାବନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ । ଗାଁ ଗାଁରେ ଏବେ ପୁଣି ଡାଇରିଆ ଆତଙ୍କ ଦେଖିବାକୁ ମିଳୁଛି । କୋକସରା ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ଦିଗରେ ଲୋକଙ୍କୁ ସଚେତନତାର ଆବଶ୍ୟକତା ରହିଥିବା ବେଳେ ଏବେ ପୁଣି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । ଗତ ଦୁଇଦିନ ମଧ୍ୟରେ ୧୫ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ପାଇଁ ମେଡିକାଲ ଟିମ ଗ୍ରାମରେ ପହଞ୍ଚି ସ୍ଥିତ ପରଖିଛନ୍ତି ।
- କୋକସରାରେ ଡାଇରିଆ ଆତଙ୍କ:-
କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତରେ ଗତ କିଛିଦିନ ତଳେ ଡାଇରିଆ ବ୍ୟାପି ଜଣେ ଆକ୍ରାନ୍ତ ମୃତ୍ୟୁ ହୋଇଥିଲା । ପଣି ଗୋତମୁଣ୍ଡା ପଞ୍ଚାୟତ ଠୁଟିବର ଗ୍ରାମର ନାଗପଡାରେ ଗତ ଦୁଇଦିନ ମଧ୍ୟରେ ୧୫ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଧର୍ମଗଡ ଓ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଏପିଡେମୋଲୋଜିଷ୍ଟ ବିଶେଷଜ୍ଞ ଡ଼. ନିହାର ଠାକୁରଙ୍କ ନେତୃତ୍ୱରେ ଠୁଟିବର ଗ୍ରାମରେ ପହଞ୍ଚି ଘର ଘର ବୁଲି ଆକ୍ରାନ୍ତଙ୍କୁ ପରୀକ୍ଷା କରିବା ସହ ଔଷଧ ଓ ସଚେତନ କରିଛନ୍ତି । ଗ୍ରାମରେ ଥିବା ସମସ୍ତ ନଳକୂପର ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମ୍ୟ ଜଳଯୋଗାଣ ଓ ବ୍ଲକ ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ଲୋକଙ୍କୁ ଗରମ ଖାଦ୍ୟ ଯୋଗାଇ ଦେବା ସହ ସଚେତନ କରିଛନ୍ତି ।
- କଣ କହିଲେ ଡାକ୍ତର
ଏନେଇ ଏପିଡେମୋଲୋଜିଷ୍ଟ ବିଶେଷଜ୍ଞ ଡାକ୍ତର ନିହାର ଠାକୁର କହିଛନ୍ତି, "ଆମେ ଖବର ପାଇଁ ଗାଁରେ ପହଞ୍ଚିଛି ଏହି ଏହି ଗାଁର ୪ଜଣ ରୋଗୀ ଡାଇରିଆ ଆକ୍ରାନ୍ତ ହୋଇଥିବା ନେଇ ଖବର ଆସିବା ପରେ ମେଡିକାଲ ଟିମ୍ ତୁରନ୍ତ ଗାଁରେ ପହଞ୍ଚି ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରିଛୁ । ଆମ ଟିମ୍ ସ୍ଥାନୀୟ ନଳକୂପ ଓ ନାଲର ପାଣି ସଂଗ୍ରହ କରି ଏହାକୁ ଯାଞ୍ଚ ପାଇଁ ପଠାଇଛି । ଲୋକଙ୍କୁ ବର୍ତ୍ତମାନ ସଚେତନତାର ଆବଶ୍ୟକତା ରହିଛି । ଗାଁରେ ପରିମଳ ବ୍ୟବସ୍ଥା ଠିକ୍ ନଥିବା କାରଣରୁ ଲୋକେ ଏଭଳି ରୋଗାରେ ଆକ୍ରାନ୍ତ ହେଉଥିବା ବେଳେ ଏଥିପ୍ରତି ଲୋକଙ୍କୁ ସଚେତନ କରାଯିବ ଓ ଗାଁରେ ଡାଇରିଆ ଜିରୋ ନହେବା ପର୍ଯ୍ୟନ୍ତ ଗାଁକୁ ପ୍ରତ୍ୟେକ ଦିନ ନଜର ରଖାଯିବ ।’’
ଇଟିଭି ଭାରତ, କଳାହାଣ୍ଡି