ETV Bharat / state

ପ୍ରତି ଜିଲ୍ଲାରେ ଖୋଲିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ କେନ୍ଦ୍ର - CT scan MRI in every District

author img

By ETV Bharat Odisha Team

Published : Jul 2, 2024, 11:43 AM IST

Dialysis, CT scan and MRI centers in every District headquarter hospital: ପ୍ରତି ଜିଲ୍ଲାରେ ଖୋଲିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ କେନ୍ଦ୍ର । ନିୟୋଜିତ ହେବାକୁ ଥିବା ଡାକ୍ତରଙ୍କ ଯାଞ୍ଚ ହେବ ପ୍ରମାଣପତ୍ର । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଷ୍ପତ୍ତି । ଅଧିକ ପଢନ୍ତୁ

ପ୍ରତି ଜିଲ୍ଲାରେ ଖୋଲିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ କେନ୍ଦ୍ର
ପ୍ରତି ଜିଲ୍ଲାରେ ଖୋଲିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ କେନ୍ଦ୍ର (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ସ୍ୱାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ ପରୀକ୍ଷଣ ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯିବ । ଯାହାକୁ ନେଇ ସରକାରୀ-ବେସରକାରୀ ସହଭାଗୀତା (PPP) ମାଧ୍ୟମରେ ଉପଲବ୍ଧ ହେବ । ଏଥିରେ ନିୟୋଜିତ ହେବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ପ୍ରମାଣପତ୍ରର ଯାଞ୍ଚ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ସମୟ ସମୟରେ ମନିଟରିଂ କରାଯିବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି ।

ଏହି ସଂସ୍ଥାଗୁଡିକ ଚୁକ୍ତିନାମା ପରିସର ଭିତ୍ତିରେ ଯୋଗ୍ୟତା ଅନୁଯାୟୀ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବେ । ତଥାପି ଚୁକ୍ତି ଅବଧି ମଧ୍ୟରେ ଏହି ଡାକ୍ତର ଓ ବିଶେଷଜ୍ଞଙ୍କ ଯୋଗ୍ୟତା ପରିଚୟପତ୍ରର ଯାଞ୍ଚ କରାଯିବ ଯେ, ସେମାନେ ଏହି ସେବା ପ୍ରଦାନ ନିମନ୍ତେ ଯୋଗ୍ୟ କି ନାହିଁ । ଏକ ସପ୍ତାହ ମଧ୍ୟରେ ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ପରିଚୟପତ୍ରର ଯାଞ୍ଚ କରି ବିଭାଗକୁ ପଠାଇବା ପାଇଁ ରାଜ୍ୟର ସମସ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ନିର୍ଦ୍ଦେଶକଙ୍କୁ ସୂଚିତ କରାଯାଇଛି । ନିୟୋଜିତ ହେବାକୁ ଥିବା ଡାକ୍ତର ଓ ବିଶେଷଜ୍ଞମାନେ ଶାରୀରିକ ଭାବରେ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ନିଜ ଯୋଗ୍ୟତା ପ୍ରମାଣପତ୍ରର ଯାଞ୍ଚ କରାଇବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଜାଣନ୍ତୁ କେଉଁ ସ୍ଥାନରେ ରହିବ ଏହି ସୁବିଧା

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର:-
ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ବ୍ଲକର ପଶ୍ଚିମବାଦ ହସ୍ପିଟାଲରେ ସୁବିଧା ଯୋଗାଇ ଦେବା ସହ ବଲାଙ୍ଗିରର ତୁରେଇକେଲା, ଢେଙ୍କାନାଳର ଗନ୍ଦିଆ, କାମାକ୍ଷାନଗର, ପରଜଙ୍ଗରେ ଏହି ସୁବିଧା ଉପଲବ୍ଧ ହେବ । ସେହିପରି ଗଜପତି ଜିଲ୍ଲାରେ ଘୁମା, ମୋହନ, ଆର୍ ଉଦୟଗିରିରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଗଞ୍ଜାମର ବେଗୁନିଆପଡ଼ା, ବୁଗୁଡ଼ା, ପାତ୍ରପୁର, ପୋଲସରା, ସୋରଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଭବାନୀପାଟଣା, ଏମ ରାମପୁର, ଟିଏଚ ରାମପୁର, ଲାଞ୍ଜିଘର, ଜୟପାଟଣା, ବାଲିଗୁଡା, ଦାରିଙ୍ଗିବାଡି, ଖଜୁରୀପଡ଼ା, କୋଟାଘର, ତୁମୁଡ଼ିବନ୍ଧ, କେନ୍ଦ୍ରାପଡ଼ା ଜିଲ୍ଲାରେ ମହାକାଳପଡ଼ା, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, କୋରାପୁଟ ଜିଲ୍ଲାର ଦାସମାନପୁର, ମାଲକାନଗିରି ଜିଲ୍ଲାର ଖଇରପୁଟ, କୁଡୁମୁଲଗୁମା, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ଯଶିପୁର, ନବରଙ୍ଗପୁର ଜିଲ୍ଲାର ରାଇଘର, କୋଷଗୁମୁଡ଼ା, ନୂଆପଡ଼ା ଜିଲ୍ଲାର କୋମନା, ସୁନ୍ଦରଗଡ଼ ଜିଲ୍ଲାର ସବ୍ଦଘା ବ୍ଲକରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ପରୀକ୍ଷା କେନ୍ଦ୍ର ପିପିପି ମୋଡ଼ରେ କରାଯିବ।

ଅର୍ବାନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କେନ୍ଦ୍ର:-
ଅନୁଗୁଳ ଜିଲ୍ଲାରେ ଗୋଟିଏ, ବଲାଙ୍ଗିର ଜିଲ୍ଲାର 3ଟି, ବାଲେଶ୍ଵର ଜିଲ୍ଲାର ଗୋଟିଏ, କଟକ ଜିଲ୍ଲାର 5ଟି, ଗଞ୍ଜାମ ଜିଲ୍ଲାର 6ଟି, ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ, କଳାହାଣ୍ଡି ଜିଲ୍ଲାରେ ଗୋଟିଏ, ଖୋର୍ଦ୍ଧା ଜିଲ୍ଲାରେ 4ଟି, କୋରାପୁଟ ଜିଲ୍ଲାରେ 3ଟି, ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ, ସୁନ୍ଦରଗଡ଼ ଜିଲ୍ଲାରେ 4ଟି, କେନ୍ଦୁଝର ରେ 2ଟି, ମାଲକାନଗିରି ଜିଲ୍ଲାରେ ଗୋଟିଏ ଅର୍ବାନ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳ ପରି ପିପିପି ମୋଡରେ ପରିଚାଳିତ ହେବ ।

ସେହିପରି ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲଥ ଲାବୋରଟେରୀ ପ୍ରତିଷ୍ଠା ହେବ । ଏହାଛଡ଼ା ପ୍ରତି ବ୍ଲକ CHCରେ ଖୋଲିବ ବ୍ଲକ ପବ୍ଲିକ ହେଲ୍ଥ ଲାବୋରଟେରୀ । ଏସବୁ ପରୀକ୍ଷାଗାରରେ ରୋଗୀମାନେ ଗୋଟିଏ ସ୍ଥାନରେ ସବୁ ପ୍ରକାର ରୋଗର ପରୀକ୍ଷା ସୁବିଧା ସହ ରିପୋର୍ଟ ପାଇପାରିବେ। ଏମିତିକି ଏହି ଲାବୋରେଟରି କାର୍ଯ୍ୟକ୍ଷମ ହେଲେ, ଲୋକମାନେ ସେମାନଙ୍କର ପରୀକ୍ଷା ରିପୋର୍ଟ ଡିଜିଟାଲ ମାଧ୍ୟମରେ ମଧ୍ୟ ପାଇପାରିବେ। ପ୍ରାରମ୍ଭିକ ଭାବେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ମହଲା ବିଶିଷ୍ଟ ଜିଲ୍ଲାସ୍ତରୀୟ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲଥ ଲାବୋରଟେରୀ ସ୍ଥାପନ କରାଯିବ । ଆଗାମୀ କିଛି ବର୍ଷ ମଧ୍ୟରେ ଏସବୁ ଲାବୋରଟେରୀ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ସମସ୍ତ ପରୀକ୍ଷାର ରହିବ ସୁବିଧା:-
ଏହି ଲାବୋରଟେରୀରେ ବିଶେଷ ଭାବରେ ହେମାଟୋଲୋଜି ଟେଷ୍ଟରେ ରହିବ ରକ୍ତ ନମୁନା ପରୀକ୍ଷା, ସିକିଲସେଲ, ଅନେମିଆ, ମେଲେରିଆ ଏବଂ ଫାଇଲେରିଆ ପରୀକ୍ଷା ସୁବିଧା । ସେହିପରି କ୍ଲିନିକାଲ ପାଥୋଲୋଜିରେ ମାଇକ୍ରୋ ସ୍କୋପି କେମେଷ୍ଟି, ପ୍ରେଗନେନ୍ସି ଟେଷ୍ଟ, ରାପିଡ ଟେଷ୍ଟ, ସିମେନ୍ ଅନାଲାଇସ, ପରଟାଇସ ସହ ଡେଙ୍ଗୁ, ଚିକେନଗୁନିଆ, ମେଲେରିଆ, ହେପାଟାଇଟିସ-ବି ଏବଂ ସି ଏଚଆଇଭି ଏବଂ ଟିବି ଆଦି ଭଳି ଅନେକ ରୋଗର ପରୀକ୍ଷା ସୁବିଧା ଉପଲବ୍ଧ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.