ETV Bharat / state

କଲେଜ ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ IGIT କଲେଜ ଛାତ୍ରଛାତ୍ରୀ - IGIT Students Protest

author img

By ETV Bharat Odisha Team

Published : Apr 28, 2024, 9:45 PM IST

IGIT Students Protest: ଗ୍ରୀଷ୍ମ ପ୍ରବାହକୁ ନେଇ କଲେଜ ବନ୍ଦ କରିବାକୁ ଦାବିରେ କଲେଜରେ ଆନ୍ଦୋଳନ କଲେ IGIT ଇଞ୍ଜିନିୟରିଙ୍ଗ କଲେଜରେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

IGIT Students Protest
IGIT Students Protest
IGIT Students Protest

ଢେଙ୍କାନାଳ: ଆନ୍ଦୋଳନକୁ ଓହ୍ଲାଇଛନ୍ତି IGIT ଇଞ୍ଜିନିୟରିଙ୍ଗ କଲେଜରେ ଛାତ୍ରଛାତ୍ରୀ । ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଘରୁ ବାହାରିକାକୁ ମଧ୍ୟ ଭୟ ଲାଗୁଛି । ତାତିରେ କଲବଲ ହେଉଛନ୍ତି ଜନସାଧାରଣ l ରାଜ୍ୟବାସୀ ଗ୍ରାଷ୍ମ ପ୍ରବାହରେ ସନ୍ତୁଳି ହୋଇ ଯାଉଥିବା ବେଳେ କଲେଜରେ ଏବେ ମଧ୍ୟ ଜାରି ରହିଛି ପାଠପଢ଼ା । ଫଳରେ କଲେଜ ବନ୍ଦ କରିବାକୁ ଦାବିରେ ଢେଙ୍କାନାଳ IGIT ଇଞ୍ଜିନିୟରିଙ୍ଗ କଲେଜରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ ବା IGITରେ ବିଟେକ ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ହିଟୱେଭକୁ ନେଇ ଆନ୍ଦୋଳନ କରିଛନ୍ତି । ହିଟୱେଭ ଯୋଗୁ ସେମାନଙ୍କର ପାଠ ପଢାରେ ବାଧା ସୃଷ୍ଟି ହେଉଥିବା ସେମାନେ ପ୍ରକାଶ କରିଛନ୍ତି । ଯାହାକୁ ନେଇ କଲେଜ ବନ୍ଦ କରିବାକୁ ଛାତ୍ରଛାତ୍ରୀଙ୍କ କ୍ୟାମ୍ପସ ମଧ୍ୟରେ ଆନ୍ଦୋଳନ କରିଛନ୍ତି । ତେବେ ଆସନ୍ତାକାଲି ଠାରୁ ବିଟେକ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ୩ଦିନ ଧରି ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତୀବ୍ରତର ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା ଜାରି ରହିଛି । ଅନ୍ୟପଟେ କଲେଜକୁ ତୁରନ୍ତ ବନ୍ଦ କରିବାକୁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି l ଅସହ୍ୟ ଗରମରେ ସେମାନେ ପାଠ ପଢିପାରୁ ନଥିବା ବେଳେ ରାତିରେ ଗୁଳୁଗୁଳି ଲାଗି ରହୁଛି l ତା ସାଙ୍ଗକୁ ବାରମ୍ବାର ବିଦ୍ୟୁତ କାଟ ଓ ଲୋ-ଭୋଲଟେଜରେ ଛାତ୍ରଛାତ୍ରୀ ମାନେ କଲବଲ ହେଉଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ.. ଆନ୍ଦୋଳନକୁ ଓହ୍ଲାଇଲେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ, ପରୀକ୍ଷା ଘୁଞ୍ଚାଇବାକୁ ଦାବି - STUDENTS PROTEST

ରାତିରେ ପାଠ ପଢି ହେଉ ନଥିବା ବେଳେ ଶୋଇବାରେ ମଧ୍ୟ ଅସୁବିଧା ହେଉଛି l ସେନେଇ କଲେଜ ବନ୍ଦ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ l ଢେଙ୍କାନାଳ ଜିଲ୍ଲାରେ ତାପମାତ୍ରା 43ଡିଗ୍ରୀ ପାର ହୋଇସାରିଛି l ଗତକାଲି ଢେଙ୍କାନାଳ ଜିଲ୍ଲାରେ ତାପମାତ୍ରା 43.7ଡିଗ୍ରୀ ରହିଥିଲା l ଦିନ 11ଟା ବାଜିଲେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି l ଲୋକେ ଜରୁରୀ କାମଥିଲେ ଘରୁ ବାହାରୁଛନ୍ତି l ଅସହ୍ୟ ଗରମ ଜନଜୀବନକୁ ଅସ୍ତ ବ୍ୟସ୍ତ କରିପକାଇଲାଣି l ଦିନବେଳା ତାତି ସାଙ୍ଗକୁ ରାତିରେ ଗୁଳୁ ଗୁଳିରେ ଜନସାଧାରଣ ସନ୍ତୁଳି ହୋଇ ପଡିଲେଣି l ଖରାକୁ ଆଖିଆଗରେ ରଖି ସରକାର ସ୍କୁଲ ଗୁଡିକ ଛୁଟି ଘୋଷଣା କରିଦେଇଛନ୍ତି l ହେଲେ କଲେଜ ଗୁଡିକରେ ଶିକ୍ଷାଦାନ ଜାରି ରହିଛି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.