ETV Bharat / state

ଭିଜିଲାନ୍ସ ଜାଲରେ ସଦର ରେଞ୍ଜର; ପାଇଖାନା ଫ୍ଲସ୍‌ରୁ ମିଳିଲା ବିଡା ବିଡା ଟଙ୍କା, ହାଇଦ୍ରାବାଦରେ ବି ରହିଛି ଫ୍ଲାଟ, ୮ ସ୍ଥାନରେ ଚଢାଉ ଜାରି - Dhenkanal Forest Ranger

author img

By ETV Bharat Odisha Team

Published : Aug 22, 2024, 12:37 PM IST

Updated : Aug 22, 2024, 1:51 PM IST

Dhenkanal Forest Ranger in Vigilance net: ଭିଜିଲାନ୍ସ ଜାଲରେ ଢେଙ୍କାନାଳର କୋଟିପତି ରେଞ୍ଜର । ବାବୁଙ୍କ ଉଭା ଯେତିକି ପୋତା ସେତିକି । ପାଇଖାନାରୁ ମିଳିଲା ବିଡା ବିଡା ନୋଟ । ଓଡ଼ିଶା ଓ ବାହାର ରାଜ୍ୟରେ ବି ରହିଛି ଫ୍ଲାଟ । ପଢନ୍ତୁ ପୁରା ଖବର

ଭିଜିଲାନ୍ସ ଜାଲରେ ସଦର ରେଞ୍ଜର
ଭିଜିଲାନ୍ସ ଜାଲରେ ସଦର ରେଞ୍ଜର (ETV Bharat Odisha)

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଦର ଫରେଷ୍ଟ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ୮ଟି ଟିମ୍ ଏକାକାଳୀନ ୮ଟି ଜାଗାରେ ଚଢାଉ କରିଛନ୍ତି । ଆଉ ବାବୁଙ୍କ ଅଚାଳଚଳ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଟିମ୍ । ଘରଠୁ ଆରମ୍ଭ କରି ବାବୁଙ୍କ ଗାଡି, ଏମିତିକି ପାଇଖାନରୁ ବି ବିଡା ବିଡା ଟଙ୍କା ମିଳିଛି । ରେଞ୍ଜର ନିଜ ପାଇଖାନା ଫ୍ଲସରେ ୨ଲକ୍ଷ ଟଙ୍କା ଲୁଚାଇ ରଖିଥିଲେ । କେବଳ ପାଇଖାନା ଓ ଗାଡି ଭିତରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।

୮ଟି ଠିକଣାରେ ଚଢଉ

ସଦର ରଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହରର କାଲଟାସ୍କ ସ୍ଥିତ ବାସଭବନ, ସଦର ରେଞ୍ଜ ଅଫିସ, ସରକାରୀ କ୍ୱାଟର, ଆଠଗଡ଼ ବିରକିଶୋରପୁର ସ୍ଥିତ ପୈତୃକ ବାସଭବନ, କଟକ ଓ ଭୁବନେଶ୍ବର ଏପରି ୮ଟି ଠିକଣାରେ ଚାଲିଛି ଚଢାଉ । ଭିଜିଲାନ୍ସ ସେଲ ପକ୍ଷରୁ ଜଣେ କମାଣ୍ଡାଣ୍ଟ, ୭ଜଣ ଡ଼ିଏସପିଙ୍କ ନେତୃତ୍ବରେ ଏକକାଳୀନ ସବୁ ସ୍ଥାନରେ ଚଢାଉ ଜାରି ରହିଛି । ଏହି ସମୟରେ ରେଞ୍ଜର କାଲଟାସ୍କ ଠାରେ ତାଙ୍କର ଦ୍ବିତଳ ବିଶାଳ ଆଲିଶାନ ଘରର ଟଏଲେଟର ଫ୍ଲାସରେ ଲୁଚାଇ ରଖିଥିବା ୨ ଲକ୍ଷ ଓ ଗାଡ଼ିରେ ରଖିଥିବା ୪ଲକ୍ଷ ଏପରି ନଗଦ ୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା, ବିପୁଳ ପରିମାଣର ସୁନା ଗହଣା,ବିଭିନ୍ନ ଜାଗାରେ ଥିବା ଜମିପଟ୍ଟ, ବ୍ୟାଙ୍କ ପାସ ବୁକ, ବୀମା ବଣ୍ଡ ଆଦି ଭିଜିଲାନ୍ସ ହାତରେ ଲାଗିଛି ।

ବିଭିନ୍ନ ସ୍ଥାନରେ ପ୍ଲଟ ଓ ଫ୍ଲାଟ

ଏହାସହିତ ଏହି ଘରେ ଥିବା ନାମୀଦାମୀ ସୌକନି ଘରକରଣା, ଆସବାପତ୍ର ଓ ଦାମୀ କାର, ଦୁଇ ଚକିଆ ଯାନ ଓ ଅନ୍ୟାନ୍ୟ ସାମଗ୍ରୀ ଭିଜିଲାନ୍ସ ଅଧିକାରୀଙ୍କ ଆଖି ଟେରା କରିଛି । ଆଠଗଡ଼ଠାରେ ବିଭୂଦାନନ୍ଦଙ୍କର ଏକ ଫାର୍ମ ହାଉସକୁ ଠାବ କରାଯାଇଛି । ଫାର୍ମ ହାଉସରେ କୁକୁଡ଼ା, ଠେକୁଆ ଆଦି ଜୀବଜନ୍ତୁ ଥିବାବେଳେ ଆମୋଦ ପ୍ରମୋଦ ପାଇଁ ଏକ ଘର ରହିଛି । ଏହା ବ୍ୟତୀତ ଭୁବନେଶ୍ବରର ରସୁଲଗଡ଼ ଜିଜିପି କଲୋନୀରେ ଏକ ପ୍ଲାଟ, କଟକ ଓ ଭୁବନେଶ୍ବରରେ ବହୁ ପ୍ଲଟ ଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ :- ଗଞ୍ଜାମ ମଦମୃତ୍ୟୁ ନେଇ ପୁଣି କମ୍ପିଲା ବିଧାନସଭା: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, ସାଢେ 11ଟା ଯାଏ ଗୃହ ମୁଲତବୀ - ODISHA ASSEMBLY SESSION

ଏପରିକି ଓଡ଼ିଶା ବାହାରେ ହାଇଦ୍ରାବାଦରେ ବିଭୂଦାନନ୍ଦଙ୍କର ଏକ ଫ୍ଲାଟ ଥିବା ମଧ୍ୟ ଭିଜିଲାନ୍ସକୁ ସୂଚନା ମିଳିଛି । ତେବେ ଏବେ ବି ଚଢାଉ ଜାରି ରହିଥିବାରୁ କେତେ ଟଙ୍କା ଓ କେତେ ପରିମାଣର ଆୟ ବହିଃର୍ଭୁତ ସମ୍ପତି ଠାବ ହୋଇଛି ତାହା ପରେ ସ୍ପଷ୍ଟ ହେବ। ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ବିଭୂଦାନନ୍ଦ ମିଶ୍ରଙ୍କୁ ଗିରଫ କରିପାରେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Aug 22, 2024, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.