ETV Bharat / state

ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ - ATTACK TO MLA HIMANSHU SEKHAR

ବବି ଦାସଙ୍କ ଇଙ୍ଗୀତରେ ଆକ୍ରମଣ ହୋଇଥିବା ହିଂମାଶୁଙ୍କ ଅଭିଯୋଗ । ମୋ ପରିବାର ହିଂସାରେ ବିଶ୍ବାସ କରେନି କହି ଆକ୍ରମଣକୁ ବବିଙ୍କ ନିନ୍ଦା ।

ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ
ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 7:35 AM IST

Updated : Nov 21, 2024, 7:40 AM IST

ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଛି । ଗତକାଲି (ବୁଧବାର) ସଂଧ୍ୟାରେ ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣାସ୍ଥଳରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ବିଧାୟକ ହିଂମାଶୁଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପଛରେ ପୂର୍ବତନ ବିଧାୟକ ତଥା ଚର୍ଚ୍ଚିତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭୂମିକା ଥିବା ହିଂମାଶୁ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ବିଜେଡି କର୍ମୀ ଓ ସେମାନେ ବବି ଦାସଙ୍କ ପ୍ରରୋଚନାରେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ହିଂମାଶୁ । ପରେ ହିଂମାଶୁଙ୍କ ସମର୍ଥକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାରୁ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଏସପି ୟସ ପ୍ରତାପ ଶ୍ରୀମଲ ନିଜେ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ କରୁଛି ।

  • ବବି ଦାସ ପଠାଇଛନ୍ତି, ମାରିଦିଅ: ହିଂମାଶୁ

ବିଧାୟକ ହିଂମାଶୁ କହିଛନ୍ତି,‘‘ମୁଁ ଯାଜପୁର ମାଇନର ମିନେରାଲ ବିଭାଗର ‘ଡିଡିଏମ’ଙ୍କ ଅଫିସକୁ ଏକ ମିଟିଂ କାର୍ଯ୍ୟକ୍ରମରେ ଯାଉଥିଲି । ସେଠାରେ ରାସ୍ତାରୋକ କରାଯାଇଥିଲା । ମୁଁ କିଛି ଦୂରରେ ଅଟକିଥିଲି । ହଠାତ କିଛି ବିଜେଡି କର୍ମୀ ହାତରେ ଲୁହାରଡ ଧରି ମୋ ଆଡକୁ ଧାଇଁ ଆସିଲେ । ମୋ କାର ଭଙ୍ଗାରୁଜା କରିବା ସହ ମୋତେ ମୋ ‘ପିଏସଓ’ ଓ ଡ୍ରାଇଭରଙ୍କୁ ଆକ୍ରମଣ କଲେ । ବବି ଦାସ ପଠାଇଛନ୍ତି, ଏଟାକୁ ମାରିଦିଅ ବୋଲି ମଧ୍ୟ ଦୁର୍ବୃତ୍ତ କହୁଥିଲେ । ବବି ଦାସଙ୍କ ବିରୋଧରେ ଗଣମାଧ୍ୟମରେ ମତ ରଖୁଥିବାରୁ ମତେ ଜୀବନରୁ ମାରିଦେବେ ବୋଲି କହି ଆକ୍ରମଣ କରିଥିଲେ ।’’

ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ (ETV Bharat Odisha)
  • ମୋ ପରିବାର ହିଂସାରେ ବିଶ୍ବାସ କରେନି : ବବି

ଏହି ଅଭିଯୋଗକୁ ପ୍ରଣବ ପ୍ରକାଶ ଦାସ (ବବି) ଖଣ୍ଡନ କରିବା ବିଧାୟକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ବବି କହିଛନ୍ତି,‘‘ ମୁଁ ଏକଥା ଗଣମାଧ୍ୟମରୁ ଜାଣିଲି । ବିରଜା ପ୍ରକଳ୍ପ ସମ୍ପର୍କିତ କୌଣସି କାରଣରୁ ସେଠାରେ ରାସ୍ତାରୋକ କରାଯାଇଥିଲା । ସେତିକି ବେଳେ ଧର୍ମଶାଳା ବିଧାୟକ ସେଠାରେ ପହଞ୍ଚିବା ପରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି କାରଣରୁ ଏହି ଆକ୍ରମଣ ଘଟିଛି ବୋଲି ମୋତେ ସୂଚନା ମିଳିଛି । ମୋ ପରିବାର ଓ ଭାଇଙ୍କ ନାମରେ ବିଧାୟକ ଅଭିଯୋଗ କରିଥିବା ମିଡିଆରୁ ଜାଣିଲି । ହେଲେ ମୋ ପରିବାର କିମ୍ବା ‘ବିଜୁ ଜନତା ଦଳ’ ହିଂସାରେ ବିଶ୍ବାସ କରେନି । ମୋ ଭାଇ ଥାନାରେ ବସିଛନ୍ତି, ସେ ଯଦି ଆକ୍ରମଣରେ ସାମିଲ ଥିବେ, ତେବେ ପ୍ରଥମେ ଆରେଷ୍ଟ ହେବେ । କିନ୍ତୁ ସେ ଘଟଣାସ୍ଥଳରେ ନଥିଲେ, କିମ୍ବା ଆକ୍ରମଣରେ ସମ୍ପୃକ୍ତ ନୁହନ୍ତି । ’’

ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ
ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ବଢ଼ିଲା ବବିଙ୍କ ପାଇଁ ଅଡୁଆ, ବିଜେଡି ନେତାଙ୍କ ନାଁରେ ଏତଲା

ଏହା ବି ପଢନ୍ତୁ...ଭାଙ୍ଗିଲା ପ୍ରଣବଙ୍କ ସରକାରୀ ବାସଭବନ; କ୍ୱାର୍ଟର ଯେମିତି ଥିଲା ସେମିତି ଫେରାଇବି କହିଲେ ବବି, ବିଜେପି କହିଲା ଚାଲିଥିଲା ଖଟିଆ ସେବା - Demolition Of Govt Quarters

ସେପଟେ ଏହି ଘଟଣାକୁ ପୋଲିସ ପ୍ରଶାସନ ଗମ୍ଭୀରତାର ସହ ନେଇଛି । 3ଟି ଟିମ ଗଠନ କରାଯାଇ ଦୁର୍ବୃତ୍ତଙ୍କୁ ଖୋଜାଯାଉଛି । ତୁରନ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି ୟସ ପ୍ରତାପ ଶ୍ରୀମଲ କହିଛନ୍ତି । ଘଟଣାରେ ଯେକେହି ବି ସମ୍ପୃକ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, ଯାଜପୁର

Last Updated : Nov 21, 2024, 7:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.