ETV Bharat / state

ଢେଙ୍କାନାଳରେ ବହୁ ଆଡ଼ମ୍ବରେ ପାଳନ ହେଲା ହନୁମାନ ଜୟନ୍ତୀ - hanuman jayanti in dhenkanal - HANUMAN JAYANTI IN DHENKANAL

Hanuman Jayanti In Dhenkanal: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଢେଙ୍କାନାଳର ସମସ୍ତ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ସେପଟେ ଦୀପ ନିଆଁ ଅଳ୍ପକେ ବର୍ତ୍ତିଲେ ମହିଳା । ଅଧିକ ପଢନ୍ତୁ

ଢେଙ୍କାନାଳରେ ବହୁ ଆଡ଼ମ୍ବରେ ପାଳନ ହେଲା ହନୁମାନ ଜୟନ୍ତୀ

author img

By ETV Bharat Odisha Team

Published : Apr 14, 2024, 10:51 PM IST

ଢେଙ୍କାନାଳରେ ବହୁ ଆଡ଼ମ୍ବରେ ପାଳନ ହେଲା ହନୁମାନ ଜୟନ୍ତୀ

ଢେଙ୍କାନାଳ: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ପ୍ରଭୁ ସଙ୍କଟ ମୋଚନ ହନୁମାନଙ୍କର ଆଜି ଜନ୍ମ ଜୟନ୍ତୀ । ଆଉ ଏପଟେ ଆଜି ଓଡ଼ିଆ ନବ ବର୍ଷ । ଫଳରେ ଉତ୍କଳୀୟ ପରମ୍ପରା ମୁତାବକ ଏହି ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରାରେ ଏକ ସ୍ବତନ୍ତ୍ର ସ୍ଥାନ ନେଇ ଆସିଛି । ଆଜିର ଦିନରେ ନୂଆ ପାଞ୍ଜି ପୂଜା କରାଯାଇ ଓଡ଼ିଆମାନଙ୍କର ନୀତିକାନ୍ତି ପୂଜାପାର୍ବଣ ସମୟ ଓ ଦିନ ଧାର୍ଯ୍ୟ କରାଯାଇଥାଏ । ଏହି ଉତ୍ସବକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ । ଫଳରେ ଆଜି ଢେଙ୍କାନାଳରେ ବିଭିନ୍ନ ହନୁମାନଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା ।

ଢେଙ୍କାନାଳ ସହରର ମହାବୀର ବଜାର ସ୍ଥିତ ହନୁମାନ ମନ୍ଦିରରେ ସ୍ବତନ୍ତ୍ର ଭାବେ ପ୍ରଭୁ ସଙ୍କଟ ମୋଚନଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ନୀତିକାନ୍ତି ସହିତ ପ୍ରାତଃ ସମୟରୁ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ । ପ୍ରଭୁଙ୍କ ପଖରେ ଦୀପଟିଏ ଜାଳି ପରିବାରର ମଙ୍ଗଳ କାମନା କରିଥିଲେ ଶ୍ରଦ୍ଧାଳୁ । ସେହିପରି ସହରର ଜାଉଁଳି ପୋଖରୀ ମଠ ନିକଟସ୍ଥ ହନୁମାନ ମନ୍ଦିରରେ ଅନୁରୂପ ଭାବେ ଭିଡ଼ ପରିଲକ୍ଷିତ ହୋଇଥିଲା । ପଣା ସଂକ୍ରାନ୍ତି ଅବସରରେ ଜୟ ଗୋପାଳ ମଠ, ଗଣେଶ ବଜାର, ଗୁଡିଅନାଳୀ ଆଦି ସ୍ଥାନରେ ସନ୍ଧ୍ୟାରେ ସମୂହ ପଣା କାର୍ଯ୍ୟକ୍ରମ ପାଳନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ପଣା ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେଲା ଝାମୁଯାତ୍ରା, ରଡ ନିଆଁରେ ଚାଲିଲେ ପାଟୁଆ - Jhamu Jatra

ସେହିପରି ଭୁବନରେ ମଧ୍ୟ ଧୁମଧାମରେ ହନୁମାନ ଜୟନ୍ତୀ ଓ ପଣ ସଂକ୍ରାନ୍ତି ପାଳିତ ହୋଇଛି । ମନ୍ଦିରରେ ଭକ୍ତମାନଙ୍କର ଗହଳି ଚହଲି ଲାଗିରହିଥିଲା । ସେପଟେ ବାବା ବୁଦ୍ଧେଶ୍ବରଙ୍କ ପୀଠରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଥିଲା । ଏହି ସମୟରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ନିବେଦିତା ମହାନ୍ତି ଦୀପ ଜାଳୁଥିବା ସମୟରେ ଅସାବଧାନତା ଯୋଗୁଁ ତାଙ୍କ ଲୁଗାରେ ଦ୍ବୀପ ନିଆଁ ଲାଗି ଯାଇଥିଲା । ତେବେ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନଙ୍କର ବୁଦ୍ଧି ଯୋଗୁଁ ମହିଳାଙ୍କୁ ନିଆଁ ଦାଉରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମହିଳା ଜଣଙ୍କ ସୁରକ୍ଷିତ ଥିବା ଜଣାପଡିଛି ।

ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁଁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ । ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ । କାରଣ ପଣା ପିଇଲେ ଆତ୍ମା ଶାନ୍ତି ସହ ଶରୀର ସୁସ୍ଥ ରହିଥାଏ । ଆଜିଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି । ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପଞ୍ଜିକା ସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ । ତେଣୁ ଏହି ଦିନକୁ ଓଡ଼ିଆମାନେ ନବ ବର୍ଷ ଭାବେ ପାଳନ କରିଥାନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.