ETV Bharat / state

ବହୁ ଚର୍ଚ୍ଚିତ ଶ୍ରୀଗୋପାଳଜୀଙ୍କ ମୃର୍ତ୍ତି ଚୋରି ମାମଲା, କେବେ ସ୍ବ-ମନ୍ଦିରକୁ ଫେରିବ ମୃର୍ତ୍ତି ? - Shree Gopalji Temple

Shree Gopalji Sculpture Stolen Case:1983 ମସିହାରେ ସୋନପୁର ଗଡଜାତର ଶ୍ରୀଗୋପାଳଜୀଙ୍କ ପ୍ରାଚୀନ ମୂର୍ତ୍ତି ସମେତ 12ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା । ପରେ ସିବିଆଇ ମୂର୍ତ୍ତିଗୁଡ଼ିକୁ ଜବତ କରି ମାଲଖାନାରେ ବନ୍ଦୀ କରି ରଖିଛି । ଏବେ ଏହାକୁ ମୁକ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ବହୁ ଚର୍ଚ୍ଚିତ ଶ୍ରୀଗୋପାଳଜୀଙ୍କ ମୃର୍ତ୍ତି ଚୋରି ମାମଲା, କେବେ ସ୍ବ-ମନ୍ଦିରକୁ ଫେରିବ ମୃର୍ତ୍ତି ?

author img

By ETV Bharat Odisha Team

Published : Mar 20, 2024, 5:27 PM IST

ବହୁ ଚର୍ଚ୍ଚିତ ଶ୍ରୀଗୋପାଳଜୀଙ୍କ ମୃର୍ତ୍ତି ଚୋରି ମାମଲା, କେବେ ସ୍ବ-ମନ୍ଦିରକୁ ଫେରିବ ମୃର୍ତ୍ତି ?

ସୁବର୍ଣ୍ଣପୁର: ସିବିଆଇ ମାଲଖାନାରୁ କେବେ ମୁକୁଳିବ ଚୋରି ହୋଇଥିଇବା ଶ୍ରୀଗୋପାଳଜୀଙ୍କ ଅଷ୍ଟଧାତୁ ମୃର୍ତ୍ତୀ ? ସୋନପୁର ଗଡଜାତର ବହୁମୂଲ୍ୟ ଶ୍ରୀଗୋପାଳଜୀଙ୍କ ମୂର୍ତ୍ତି ଏବେ ପଡି ରହିଛି ରାଜ୍ୟ ସିବିଆଇର ମାଲଖାନାରେ । ଅଷ୍ଟଧାତୁରେ ନିର୍ମିତ ଶ୍ରୀଗୋପାଳଜୀଙ୍କ ସମେତ 12ଗୋଟି ମୂର୍ତ୍ତି ସିବିଆଇ ମାଲଖାନାରେ ବନ୍ଦୀ ହୋଇ ରହିଛି । ପ୍ରାୟ 29 ବର୍ଷ ତଳେ 1993 ମସିହାରେ ସିବିଆଇ ଏହି ମୂର୍ତ୍ତି ସବୁ ଦିଲ୍ଲୀରୁ ଉଦ୍ଧାର କରାଯାଇଥିଲା । 1983 ମସିହାରେ ଏହି ମୂର୍ତ୍ତିସବୁ ଶ୍ରୀ ଗୋପାଳଜୀ ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ । ଏହି ଘଠଣାର ତଦନ୍ତ କରିବାକୁ ରାଜ୍ୟ ସରକାର ସିବିଆଇକୁ ଦାୟିତ୍ବ ଦେଇଥିଲେ । ଚୋରି ସମ୍ପର୍କରେ ତଦନ୍ତ ଜାରି ରଖିଥିଲା ସିବିଆଇ । ପରେ ଉଦ୍ଧାର କରିବା ଏହି ପ୍ରାଚୀନ ମୂର୍ତ୍ତି ସବୁ ସିବିଆଇ ମାଲଖାନାରେ ଥିବାବେଳେ ଦେବୋତ୍ତର ବିଭାଗ ମୂର୍ତ୍ତିସବୁ ଫେରାଇ ଆଣିବାକୁ କୌଣସି ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, 4 ଅଗଷ୍ଟ 2009ରେ ସିବିଆଇ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । 7 ଅଗଷ୍ଟ 2009ରେ ମାମଲାର ବିଚାର କରି କୋର୍ଟ ଚୂଡାନ୍ତ ରାୟ ପ୍ରକାଶ କରି ମୂର୍ତ୍ତି ସବୁ ଶ୍ରୀଗୋପାଳଜୀ ମନ୍ଦିରକୁ ଫେରାଇ ପୁନଃ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗର ଅବହେଳା ଯୋଗୁଁ ଶ୍ରୀଗୋପାଳଜୀ ସ୍ବ-ମନ୍ଦିରକୁ ଫେରି ପାରି ନାହାନ୍ତି । 1640 ମସିହାରେ ଚୌହାନ ଶାସକ ମଦନ ଗୋପାଳ ସିଂଦେଓ ସମ୍ବଲପୁର ରାଜ୍ୟରୁ ଭାତୃଭାଗ ସ୍ବରୁପ ଶ୍ରୀଗୋପାଳଜୀଙ୍କୁ ସୋନପୁର ଗଡଜାତକୁ ଆଣି ବାହାରି ଗୋପାଳଜୀ ମନ୍ଦିରରେ ପ୍ରତିଷ୍ଠା କରି ପୂଜା ଆରାଧନା କରି ଆସୁଥିଲେ ।

ଏହା ମଧ୍ୟ ପଢନ୍ତୁ ......ସାରା ରାଜ୍ୟରେ ଛେଚୁଛି ବର୍ଷା; ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ତେବେ 1983 ମସିହାରେ ଶ୍ରୀଗୋପାଳଜୀଙ୍କ ପ୍ରାଚୀନ ମୂର୍ତ୍ତି ସମେତ 12 ଗୋଟି ଅଷ୍ଟଧାତୁର ମୂର୍ତ୍ତି ଚୋରି ହେବା ପରେ ଶ୍ରୀହୀନ ହୋଇପଡିଛି ମନ୍ଦିର । ଶ୍ରୀ ଗୋପାଳଜୀ ଚୋରି ହେବା ପରେ ତତ୍କାଳୀନ ସମୟରେ ସୋନପୁର ଗଡଜାତବାସୀ ଦୁର୍ବାର ଆନ୍ଦୋଳନ କରିଥିଲେ । ତତ୍କାଳୀନ ବଲାଙ୍ଗିର ପ୍ରଶାସନ ମୂର୍ତ୍ତି ସବୁ ଫେରାଇ ଆଣିବାକୁ ଗଡଜାତବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ।ହେଲେ ଇତି ମଧ୍ୟରେ ତିନି ଦଶନ୍ଧି ବିତି ଯାଇଥିଲେ ବି ପ୍ରଶାସନିକ ଅବହେଳା ଯୋଗୁଁ ଶ୍ରଦ୍ଧାଳୁ ଦେବ ଦର୍ଶନ କରିବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଶ୍ରୀଗୋପାଳଜୀଙ୍କ ତୁରନ୍ତ ଆଣି ଆଗାମୀ ଦୋଳ ପୂର୍ବରୁ ପୁନଃପ୍ରତିଷ୍ଠା ପାଇଁ ସହରବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.