ETV Bharat / state

ତୁଳସୀ କ୍ଷେତ୍ରରେ ସ୍ନାନ ଉତ୍ସବ, ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ - DEVA SNANA PURNIMA IN KENDRAPARA

author img

By ETV Bharat Odisha Team

Published : Jun 22, 2024, 8:43 PM IST

DEVA SNANA PURNIMA IN KENDRAPARA: କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ସମ୍ପର୍ନ୍ନ ହେଲା ମହାସ୍ନାନ ଉତ୍ସବ । ବଡଠାକୁର ପ୍ରଭୁ ବଳଦେବଜୀଉଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

DEVA SNANA PURNIMA IN KENDRAPARA
DEVA SNANA PURNIMA IN KENDRAPARA (ETV Bharat Odisha)

କେନ୍ଦ୍ରାପଡା: ତୁଳସୀ କ୍ଷେତ୍ରରେ ବଡଠାକୁର ପ୍ରଭୁ ବଳଦେବଜୀଉଙ୍କ ପାଳିତ ହେଲା ସ୍ନାନ ଉତ୍ସବ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରରେ ସମସ୍ତ ନୀତିକାନ୍ତି ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ସକାଳ ୯ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବକ ପଣ୍ଡାମାନେ ଧାଡି ପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ପରେ ଜୟମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲଭ ଭୋଗ, ମଙ୍ଗଳାର୍ପଣ କରାଯାଇଥିଲା । ଏହା ପରେ ଅପରାହ୍ନ ସମୟରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ୧୦୮ କଳସୀରେ ସୁବାସିତ ଜଳ ଦ୍ବାରା ମହାସ୍ନାନ କରାଯାଇଥିଲା ।

ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ୧୦୮ କଳସୀରେ ମୁଣ୍ଡ ଉପରେ ଢାଳି ସ୍ନାନ କରାଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ଚରଣରେ ଜଳ ଅର୍ପଣ କରି ସ୍ନାନ କରାଇ ଥାନ୍ତି ସେବକମାନେ । ସେହିପରି ଅପରାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଗଜବଦନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ରାତିରେ ଶ୍ରୀଜୀଉମାନଙ୍କୁ ଧାଡି ପହଣ୍ଡିରେ ଅଣସର ଗୃହକୁ ନେବାର ବ୍ୟବସ୍ଥା ରହିଥିବା କହିଛନ୍ତି ସେବାୟତ । ତୁଳସୀ କ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୂଳ ହୋଇ ୧୪ଟି ଚକ ୭ଟି ଅଖରେ ସଂଯୋଗ କରାଯାଇଥାଏ । ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଏ । ଆଉ ସ୍ନାନ ମଣ୍ଡପରୁ ଶ୍ରୀବଳଦେବଜୀଉ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ ......ସିଲଭରସିଟିରେ ଦେବସ୍ନାନ ପୂର୍ଣ୍ଣିମା ପାଳନ, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ - Deva Snana Purnima 2024

ଆଜି ଠାରୁ ଶ୍ରୀଜୀଉମାନେ ମହାସ୍ନାନ କରି ଜ୍ବରରେ ପିଡିତ ହୋଇ ଅଣସର ଘରେ ଚିକିତ୍ସା ହେବେ । ଆସନ୍ତା ଜୁଲାଇ ୭ ତାରିଖରେ ନବଯୌବନ ଦର୍ଶନ ପରେ ଉକ୍ତ ଦିନ ମାଉସୀ ଘରକୁ ରଥଯାତ୍ରା କରି ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ଠାକୁର । ଆଜି ସ୍ନାନ ପୂର୍ଣ୍ଣିମା ଓ ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେ ଶ୍ରୀଜୀଉମାନଙ୍କ ମହାସ୍ନାନ ଆଗରୁ ବର୍ଷା ଯୋଗୁଁ ମନ୍ଦିରରେ ବର୍ଷାପାଣି ଲହଡି ମାରିବା ଯୋଗୁଁ ଭକ୍ତ ମହଲରେ ଅସନ୍ତୋଷ ଦେଖାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.