ETV Bharat / state

ଶାବର ଶ୍ରୀକ୍ଷେତ୍ର ସମ୍ପନ୍ନ ହେଲା ଦେବସ୍ନାନ ପୂର୍ଣ୍ଣିମା, ପୂଜା ପାଇବେ ପଟିଦିଅଁ - deva snana purnima in koraput

author img

By ETV Bharat Odisha Team

Published : Jun 22, 2024, 10:36 PM IST

DEVA SNANA PURNIMA IN KORAPUT: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁଙ୍କ ଗଜବେଶ ଦେଖିବା ପାଇଁ ପ୍ରବଳ ଭିଡ଼ । ଆଜି ଠାରୁ ପୂଜା ପାଇବେ ପଟିଦିଅଁ । ଅଧିକ ପଢନ୍ତୁ

DEVA SNANA PURNIMA IN KORAPUT
DEVA SNANA PURNIMA IN KORAPUT (ETV Bharat Odisha)

କୋରାପୁଟ: ଶାବର ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ଉତ୍ସବ ଆଡ଼ମ୍ବର ସହକାରେ ପାଳନ ହୋଇଛି । ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୁଅଁରୁ ଆସିଥିବା ଶ୍ରଦ୍ଧାର ଜଳରେ ମହାପ୍ରଭୁ ଜଗନ୍ନାଥ ,ବଳଭଦ୍ର ଓ ଦେବୀ ଶୁଭଦ୍ରା ସ୍ନାନ କରି ସାରିବା ପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ହେଉଥିବା ପ୍ରତିଟି ଉତ୍ସବ ବିଶେଷ ମହତ୍ଵ ରଖିଥାଏ । ସେ ରଥଯାତ୍ରା ହେଉ ବା ଦେବସ୍ନାନ ଯାତ୍ରା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ପ୍ରତିବର୍ଷ ତିନି ଠାକୁରଙ୍କ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି । ତେବେ ପ୍ରବଳ ଜନସମାଗମ ସତ୍ତ୍ୱେ ମନ୍ଦିର ପରିଚାଳନା କମିଟି , ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଉତ୍ସବଟି ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଛି ।

ଆଜି ଭାବଗ୍ରାହୀଙ୍କ ସ୍ନାନ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅଣସରରେ ରହିବାକୁ ନେଇ ମହିଳା ଭକ୍ତ ବିଭୋର ହୋଇ ଜଗା କାଳିଆ ନିକଟରେ ଗୀତ ଗାଇ ନାଚି ଉଠିଛନ୍ତି । ଆଜି ରାତିରେ ତିନିଠାକୁର ଅଣସରବେଦୀକୁ ଯିବା ପରେ ଆସନ୍ତା ୧୫ ଦିନ ଧରି ଆଦିବାସୀ ସେବକ ମାନେ ଅସୁସ୍ଥ ହୋଇପଡିଥିବା ତିନିଠାକୁରଙ୍କ ସେବା କରିବାର ସୁଯୋଗ ପାଇବେ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସେବକମାନେ ଢାଳିଥିବା ଶ୍ରଦ୍ଧାର ଜଳକୁ ମନା କରିନପାରି ମହାପ୍ରଭୁ ଜଗନ୍ନାଥ ,ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଅତ୍ୟଧିକ ସ୍ନାନ କରିବା ଯୋଗୁଁ ତିନିଠାକୁର ଜ୍ବରରେ ପଡିବେ । ଆଜି ଦେବସ୍ନାନ ପୂର୍ଣ୍ଣିମା ରାତିଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଇବେ ।

ଏହା ମଧ୍ୟ ପଢନ୍ତୁ ....ଶ୍ରୀଜିଉଙ୍କ ଦିବ୍ୟସ୍ନାନ ଦେଖିଲା ସାରା ବିଶ୍ବ, ଗଜାନନ ବେଶରେ ଦର୍ଶନ ଦେଲେ ଦାରୁ ଦିଅଁ - Snana Yatra 2024

ପୂର୍ବ ପୁରୁଷଠାରୁ ପରମ୍ପରାରେ ପାଇଥିବା ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫଳ ,ଫୁଲ, ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିବେ । ଆସନ୍ତା ୧୫ ଦିନ ତିନି ଠାକୁର ଅଣସରରେ ରହୁଥିବା ଯୋଗୁଁ ମନ୍ଦିରର ପ୍ରବେଶ ଦ୍ୱାର ନିକଟରେ ପଟିଦିଅଁଙ୍କୁ ପୂଜା କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଡ.ଜଗବନ୍ଧୁ ସାମଲ କହିଛନ୍ତି ।

ତେବେ ପରମ୍ପରାକୁ ପାଳନ କରି ବର୍ତ୍ତମାନ କେବଳ ଆଦିବାସୀ ପୂଜକଙ୍କୁ ଛାଡିଦେଲେ ସାଧାରଣ ଭକ୍ତଙ୍କ ସମେତ ଅନ୍ୟ ସମସ୍ତ ସେବକଙ୍କ ପାଇଁ କେବଳ ମୁଖ୍ୟ ମନ୍ଦିରର ଦ୍ୱାରରେ ଆସନ୍ତା ୧୫ ଦିନ ପାଇଁ କେବଳ ପଟିଦିଅଁଙ୍କ ଦର୍ଶନ ପ୍ରାପ୍ତି ହେବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.