ETV Bharat / state

'ବିକଶିତ ଓଡ଼ିଶାର ସ୍ବରୂପ ହେବ ମିଶନ ଶକ୍ତି', ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି - Deputy CM reviewed Mission Shakti - DEPUTY CM REVIEWED MISSION SHAKTI

Deputy CM reviewed Mission Shakti Department: ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଆଜି ବିଭାଗୀୟ ଅଧିକାରୀଙ୍କ ସହ ବିଭାଗର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଗାମୀ ଦିନରେ ଏହି ବିକଶିତ ଓଡ଼ିଶାର ସ୍ବରୂପ ହେବ ମିଶନ ଶକ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Deputy CM reviewed Mission Shakti Department
Deputy CM reviewed Mission Shakti Department (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 7:38 PM IST

ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି । ବିଜେଡି ସରକାର ଚାଲିଗଲେ ମିଶନ ଶକ୍ତି ବନ୍ଦ ହୋଇଯିବା ନେଇ ଯେଉଁ ଗୁଜବ ହେଉଥିଲା, ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ତେଣୁ ଏହି ବିଭାଗ ଚାଲିବ କି ନାହିଁ ସେ ବାବଦରେ ସନ୍ଦେହ କରିବା ଉଚିତ ନୁହେଁ, ବରଂ ଏହି ବିଭାଗ ଏବେ ଦୌଡିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଭିନ୍ନ ଅଧିକରୀଙ୍କ ସହିତ ମିଶନ ଶକ୍ତି ବିଷୟରେ ଆଲୋଚନା କରିଥିଲେ ଏବଂ କିଏ କେଉଁ ବିଭାଗ ଦାୟିତ୍ଵରେ ଅଛନ୍ତି ତାହା ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ ।

Deputy CM reviewed Mission Shakti Department (ETV Bharat Odisha)

ଆଗାମୀ ଦିନରେ ମିଶନ ଶକ୍ତି ଦୌଡିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି, "ମିଶନ ଶକ୍ତି ଲକ୍ଷ୍ୟସ୍ଥଳରେ ବିକଶିତ ଓଡିଶାର ସ୍ଵପ୍ନ ସାକାର ହେବ । ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ସହିତ ଅନୁବନ୍ଧିତ ଏବଂ ୟୁଏନ୍‌ ଏଜେନ୍ସି ସହିତ ଅନୁବନ୍ଧିତ । ବିଶ୍ବ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି । ଓଡିଶାକୁ ଏକ ନମ୍ବର କରିବା ପାଇଁ ଦେଶର ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ । ମିଶନ ଶକ୍ତି ଏକମାତ୍ର ବିଭାଗ, ଯାହା ବିକଶିତ ଓଡିଶାର ସ୍ବପ୍ନ ସାକାର କରିପାରିବ ।"

ଏହା ମଧ୍ୟ ପଢ଼ନ୍ତୁ...ଦାୟିତ୍ଵ ଗ୍ରହଣ ପରେ କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ - Sports Minister Suryabanshi suraj

ପ୍ରକାଶ ଥାଉ, ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ‍ବଣ୍ଟନ କରାଯାଇଛି । ନିଜ ନିଜ ବିଭାଗର ଦାୟିତ୍ବ ନେବା ପରେ ଯିଏ ଯେଉଁ ବିଭାଗ ପାଇଛନ୍ତି, ଆଜି ମନ୍ତ୍ରୀମାନେ ନିଜ ନିଜ ବିଭାଗର ସଚିବ ଓ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କୁ ମିଶନ ଶକ୍ତି ସମେତ ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ବ ଦିଆଯାଇଛି । ଏହି କ୍ରମରେ ଆଜି ସେ ମିଶନ ଶକ୍ତି ବିଭାଗର ସମୀକ୍ଷା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.