ETV Bharat / state

ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା - Subhadra Yojana

author img

By ETV Bharat Odisha Team

Published : Sep 6, 2024, 10:49 PM IST

SUBHADRA YOJANA: ରାଜ୍ୟରେ ସୁଭଦ୍ରା ଯୋଜନା ନେଇ ଜନସାଧାରଣଙ୍କ ଭିତରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ହିତାଧିକାରୀ ମାନେ ଆଧାର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ କରିବାକୁ ଡାକ ଘର ଓ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ହେଲେ ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ସରକାର ଘୋଷଣା କରିନାହାନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ନାହିଁ
ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ନାହିଁ (ETV Bharat Odisha)

ଭୁବନେଶ୍ବର/କେନ୍ଦ୍ରାପଡା /ଅନୁଗୋଳ/କୋରାପୁଟ/ରାଉରକେଲା/ମାଲକାନଗିରି: ସୁଭଦ୍ରା ଯୋଜନା ନେଇ ଜନସାଧାରଣଙ୍କ ଭିତରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । କେଉଁଠି ଆବେଦନ ପାଇଁ ଲମ୍ବା ଲାଇନ ଲାଗୁଛି ତ ଆଉ କେଉଁଠି ଧସ୍ତାଧସ୍ତି ସ୍ଥିତି ଉପୁଜୁଛି । ତେବେ ଆଜି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇ ନାହିଁ । 17 ତାରିଖ ପରେ ମଧ୍ୟ ଆବେଦନ କରିବେ । ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇବେ ।

ସୁଭଦ୍ରା ପାଇଁ କୌଣସି ସମୟସୀମା ନାହିଁ -

ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି,"ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରିନାହାନ୍ତି ସରକାର । 17 ତାରିଖ ପରେ ମଧ୍ୟ ଆବେଦନ କରିବେ । ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇବେ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ମୋ ସେବା କେନ୍ଦ୍ର ତଥା ସିଏସି ସେଣ୍ଟର ଅଯଥା ଭିଡ଼ କରନ୍ତୁ ନାହିଁ । ଅପେକ୍ଷା କରନ୍ତୁ ନିଜେ ହଇରାଣ ହୁଅନ୍ତୁ ନାହିଁ l ଯିଏ ସୁଭଦ୍ରା ଯୋଜନା ନାଁରେ ଟଙ୍କା ମାଗୁଥିବ ଯିଏ ସୁଭଦ୍ରା ଯୋଜନା ନାମରେ ସାଧାରଣ ହିତାଧିକାରୀକୁ ହଇରାଣ ହରକତ କରୁଥିବ ତାଙ୍କ ନାମରେ ଅଭିଯୋଗ ଦେଲେ ତୁରନ୍ତ କାଯ୍ୟନୁଷ୍ଠାନ ନିଆଯିବ l ସେମାନେ 14678 ହେଲ୍ପ ଲାଇନକୁ ଫୋନ କରନ୍ତୁ । ଉକ୍ତ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରନ୍ତୁ l"

ମାଲକାନଗିରି:

'ସୁଭଦ୍ରା ଯୋଜନା ଆବେଦନ ପାଇଁ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ':

ସୁଭଦ୍ରା ଯୋଜନା ଆବେଦନ ପାଇଁ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କହିଛନ୍ତି," ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ଵା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆବେଦନ କରାଯିବ । ତେଣୁ ଆବେଦନକାରୀ ସୁଭଦ୍ରା ଯୋଜନାରେ ଲାଭ ଉଠାଇବାକୁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବାକୁ ବ୍ୟସ୍ତ ନହୋଇ ବିନା ମୋବାଇଲ ନମ୍ବରରେ ଲିଙ୍କରେ ଆବେଦନ କରି ପାରିବେ । ସେହିପରି ଆବେଦନକାରୀ ଯେ କୌଣସି ସମୟରେ ନିକଟସ୍ଥ ସେବା କେନ୍ଦ୍ରରେ ଆବେଦନ କରି ପାରିବେ । ୨୧ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ହୋଇଥିବା ମହିଳା ଏହି ଯୋଜନାରେ ଆବେଦନ କରି ପାରିବେ । ଜିଲ୍ଲାର ବଣ୍ଡା ଓ ଜନଜାତି ମହିଳାଙ୍କ ନିମନ୍ତେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ସେପ୍ଟେମ୍ବର 17 ପରେ ବି ମିଳିବ, ସୁଭଦ୍ରା ଯୋଜନା ପାଇଁ ଅଧିକ ଭିଡ଼ ନକରିବାକୁ ଅନୁରୋଧ; ଉପମୁଖ୍ୟମନ୍ତ୍ରୀ - SUBHADRA YOJANA

କୋରାପୁଟ:

ଭିଡ଼ ନକରିବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ:

'ସୁଭଦ୍ରା’ ଯୋଜନା ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । କୋରାପୁଟ ଜିଲ୍ଲାର ଏବେ ସହର ଠାରୁ ଆରମ୍ଭ କରି ଗାଁରେ ଥିବା ଜନସେବା କେନ୍ଦ୍ର, ବ୍ୟାଙ୍କ, ବ୍ୟାଙ୍କ କିଓସ୍କ ,ଡାକଘର ଓ ଆଧାର ସଂଶୋଧନ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ତେବେ ଏପରି ଭିଡ଼ ନ ଜମାଇବାକୁ ଜିଲ୍ଲାପାଳ ଭି.କୀତ୍ତିଭାସନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାର ସବୁ ବଡ଼ ଗାଁ ଓ ରାଜସ୍ବ ଗାଁରେ ପ୍ରଶାସନ ପକ୍ଷରୁ ସୁଭଦ୍ରା ଆବେଦନ କରିବା ପାଇଁ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଞ୍ଚାୟତ, ୨ଟି ପୌରପାଳିକା, ୨ଟିଏନଏସିରେ ୫ଲକ୍ଷରୁ ଊର୍ଦ୍ଧ୍ବ ସୁଭୁଦ୍ରା ଯୋଜନା ଫର୍ମ ବିତରଣ କରାଯାଇଛି । ଜିଲ୍ଲାରେ ୫ଲକ୍ଷରୁ ଊର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀ ଏହି ଯୋଜନା‌ରେ ‌ସାମିଲ ହେବା ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ ....ଘରେ ଘରେ ବିଜେପି ମିଛକୁ କରନ୍ତୁ ପର୍ଦ୍ଦାଫାଶ କହିଲେ ନବୀନ; କାଉଣ୍ଟର କଲା ବିଜେପି; ‘ସୁଭଦ୍ରା’ ଦେଖି ଭୟଭୀତ ବିଜେଡି - Biju Mahila Janata Dal meeting

ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ:

କେନ୍ଦ୍ରାପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ସହ ସେମାନଙ୍କୁ ଫର୍ମ ନଦେବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଡେରାବିଶ୍ ବ୍ଲକ ବଡ଼ ଶାରଦେଇପୁର ଅଙ୍ଗନବାଡି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ କରିଛି । ସେହିପରି ଡେରାବିଶ୍ ବ୍ଳକ ରଘୁଦେଇପୁର ପଞ୍ଚାୟତର ବେଲାରପୁର ଠାରେ ଥିବା ଦୁଇଟି ଜନସେବା କେନ୍ଦ୍ର (CSC)ରେ ସୁଭଦ୍ରା ଯୋଜନା ବାବଦୀୟ ଅର୍ଥ ଦାବି ଅଭିଯୋଗ ପରେ ଜିଲ୍ଲା ପ୍ରଶାସ ତପନ ପଣ୍ଡା ଏବଂ ଶ୍ରୀକାନ୍ତ ନାୟକଙ୍କ ନାମରେ ଥିବା ଦୁଇଟି ଜନସେବା କେନ୍ଦ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

ଏହା ମଧ୍ୟ ପଢନ୍ତୁ ....SUBHADRA Yojana; ସୁଭଦ୍ରା ଫର୍ମ, ଆଧାର ଅପଡେଟ୍ ପାଇଁ ଅସମ୍ଭାଳ ଭିଡ଼; ଭୁବନେଶ୍ୱରରେ ବିମୁଦ୍ରାକରଣ ଭଳି ସ୍ଥିତି ! ସୋରରେ ଡାକଘର ଆଗରେ ପରିସ୍ଥିତି ଅଣାୟତ - SUBHADRA Yojana Aadhaar card update

ପୋଷ୍ଟ ଅଫିସରେ ପ୍ରବଳ ଭିଡ଼:

ସୁଭଦ୍ରା ଯୋଜନା ଲାଗି ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା । ତେବେ ମହିଳାଙ୍କ ପାଇଁ ସରକାର କରିଥିବା ଏହି ଯୋଜନା ଲାଗି ସମସ୍ତ ମହିଳା ଉତ୍ସାହିତ ଅଛନ୍ତି । ତେବେ ଏହାରି ମଧ୍ୟରେ କିନ୍ତୁ ବହୁ କୋଳାହଳ ପରିସ୍ଥିତି ଦେଖିବାକୁ ମିଳୁଛି । ମହିଳାମାନେ ଏହି ଯୋଜନା ଲାଗି ବ୍ୟସ୍ତ ହୋଇ ପଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ସୁଭଦ୍ରା ଯୋଜନା ଆରମ୍ଭ ହେଉନୁ ଲୋକେ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍ କରିବା ପାଇଁ ବିଭିନ୍ନ ପୋଷ୍ଟ ଅଫିସରେ ଭିଡ଼ ଜମାଉଛନ୍ତି ।ଏହାକୁ ନେଇ ରାଉରକେଲା ମହାନଗର ନିଗମ ତଥା ରାଉରକେଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ଆସିଲା ସୁଭଦ୍ରା ଗାଇଡଲାଇନ: ଏମାନଙ୍କୁ ମିଳିବନି ଯୋଜନାର ଲାଭ, ଏମିତି କରନ୍ତୁ ଆବେଦନ - Subhadra Yojana Guideline

ସୁଭଦ୍ରା ଯୋଜନା ପାଇଁ ପ୍ରବଳ ଭିଡ଼:

ଅନୁଗୋଳ ଜିଲ୍ଲାରେ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀ ମାନେ ଆଧାର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ କରିବାକୁ ଡାକ ଘର ଓ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଶତାଧିକ ମହିଳା ବଡି ଭୋରୁ ଆସି ନିଜର ବ୍ୟାଙ୍କ ଖାତା ଓ ଆଧାର କାର୍ଡ ନେଇ ଲମ୍ବା ଲାଇନରେ ଠିଆ ହୋଇ ରହୁଛନ୍ତି । ପ୍ରବଳ ଖରାକୁ ଖାତିରି ନକରି ବାହାରେ ଠିଆ ହୋଇ ରହୁଛନ୍ତି । ଜିଲ୍ଲାରେ ୪ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର/କେନ୍ଦ୍ରାପଡା /ଅନୁଗୋଳ/କୋରାପୁଟ/ରାଉରକେଲା/ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.