ETV Bharat / state

ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ, 24 ଓ 25 ପ୍ରବଳରୁ ଅତି ପ୍ରବଳ ବର୍ଷା - Odisha Weather - ODISHA WEATHER

Odisha Weather Update: ଆସୁଛି ଲଘୁଚାପ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ । 24 ଓ 25ରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଅଧିକ ପଢ଼ନ୍ତୁ.

ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ
ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 9:42 PM IST

ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ (ETV Bharat Odisha)

ଭୁବନେଶ୍ବର: ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ । ଆଉ ଦିନକ ପରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସେହିପରି ଆସନ୍ତା ୨୪ ଓ ୨୫ରେ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୂମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଥମ ପର୍ଯ୍ୟାୟରେ ଲଘୁଚାପ କ୍ଷେତ୍ର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ଅବପାତର ରୂପ ନେବ । ଫଳରେ ରାଜ୍ୟରେ ବର୍ଷା ହେବା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ୨୩ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ର ମଧ୍ୟରେ ପବନର ବେଗ ୪୦ରୁ ୫୦ ଓ ଝଟକା ପବନ ବେଗ ୬୦ କିମି ରହିବ । ୨୪ରେ ଏହା ବୃଦ୍ଧି ପାଇ ୭୦ କିମି ଯାଏଁ ପହଞ୍ଚିବ । ଫଳରେ ୨୩ ତାରିଖରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସେହିଭଳି ୨୪ ତାରିଖରେ ବର୍ଷା ଆରମ୍ଭ ହେଇଯିବ ।

୨୪ରେ ଜଗତସିଂପୁର, କେନ୍ଦ୍ରାପଡାରେ ପ୍ରବଳ ଅର୍ଥାତ ୭୦ ମିଲିମିଟରରୁ ୨୦୦ ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ଏହାସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଓ କେନ୍ଦୁଝରରେ ୭୦ରୁ ୧୧୦ ମିମି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତିରେ ୪୦ ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବ । ୨୫ ତାରିଖରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳରୁ ଅତିପ୍ରବଳ ସହ ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...କଲବଲ କରିବ ଗରମ ଗୁଳୁଗୁଳି, କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି - Odisha Weather

ସେହପରି ଗତ ୨୪ ଘଣ୍ଟାରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ରାୟଗଡାର କାଶୀପୁରରେ ସର୍ବାଧିକରେ 38.3 ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ ଖରା ଅସହ୍ୟ ଗରମ ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିଥିବା ବେଳେ ତାପମାତ୍ରା ୨ ଡିଗ୍ରୀରୁ ଉର୍ଧ୍ଵ ବୃଦ୍ଧି ପାଇଥିବା ବେଳେ ନୂଆପଡାରେ ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.