ETV Bharat / state

ଛବିଙ୍କୁ ମନ୍ତ୍ରୀ ପଦ ପାଇଁ ଧରୁଛି ଜୋର, ୭୨ବର୍ଷ ଶାସନରେ ଗୋଟିଏ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛି ନିଆଳି - niali assembly constituency

author img

By ETV Bharat Odisha Team

Published : Jun 13, 2024, 12:42 PM IST

Updated : Jun 13, 2024, 9:01 PM IST

NIALI ASSEMBLY CONSTITUENCY: ନିଆଳି ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପାଇଁ ଜୋର ଧରୁଛି ଦାବି । ବିଦେଶରୁ ଉଠିଲା ସ୍ବର । ନିଆଳି ନିର୍ବାଚନ ମଣ୍ଡଳୀ ଗଠନ ହେବା ଠାରୁ କୌଣସି ବିଧାୟକ ପାଇ ନାହାନ୍ତି ମନ୍ତ୍ରୀ ପଦ । ଅଧିକ ପଢନ୍ତୁ

NIALI ASSEMBLY CONSTITUENCY
NIALI ASSEMBLY CONSTITUENCY (ETV BHarat Odisha)

ନିଆଳି: ମନ୍ତ୍ରୀ ବିହୀନ ନିର୍ବାଚନ ମଣ୍ଡଳୀ ନିଆଳି । ନିଆଳି ବିଧାନସଭା ଆସନ ସବୁବେଳେ ଅବହେଳିତ ହେଉଥିବା ଅଭିଯୋଗ ହୋଇଛି । ନିର୍ବାଚନୀ ଶେଷ ହୋଇ ନୂତନ ସରକାର ଶପଥ ଗ୍ରହଣ କରିଥିଲେ ମଧ୍ୟ ପୁଣି ନିଆଳିବାସୀ ନିରାଶ । ନିଆଳି ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନଠାରୁ କୈଣସି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ତେବେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ବିଧାୟକ ଛବି ମଲ୍ଲିକଙ୍କୁ ମନ୍ତ୍ରୀପଦ ଦେବା ପାଇଁ ଦାବି ହୋଇଛି । ଏହାସହ ନିଆଳି ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପାଇଁ ବିଦେଶରୁ ମଧ୍ୟ ସ୍ବର ଉଠିଛି ।

NIALI ASSEMBLY CONSTITUENCY (ETV Bharat Odisha)

ବିଦେଶରେ ରହି ଭିଡିଓ ମାଧ୍ୟମରେ ଛବି ମଲ୍ଲିକଙ୍କୁ ମନ୍ତ୍ରୀ ପାଇଁ ଦାବି କରିଛନ୍ତି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତର ସମାଜସେବୀ ତଥା ବ୍ୟବସାୟୀ ମଧୁସୂଦନ ପାତ୍ର । ସେହିପରି ନିଆଳିର ବରିଷ୍ଠ ନାଗରିକ ଏବଂ ଯୁବପୀଢ଼ି ମଧ୍ୟ ମନ୍ତ୍ରୀପଦ ପାଇଁ ଯୁକ୍ତି ବାଢିଛନ୍ତି । ଓଡ଼ିଶାରେ ଆମୂଳଚୂଳ ପରିବର୍ତ୍ତନ ହୋଇଛି । ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ୨୪ବର୍ଷର ବିଜେଡି ସରକାରର ପତନ ହୋଇଛି ବିଜେପି ରାଜ୍ୟରେ ଶାସନ ଭାର ସମ୍ଭାଳିବ । ଏଥିପାଇଁ ବିଜେପି ମହଲରେ ଉତ୍ସାହ ବୃଦ୍ଧି ପାଇଛି । ତେବେ କଟକ ଜିଲ୍ଲା ନିଆଳି ବିଧାନସଭା ଆସନରୁ ବିଜେପିରୁ ବିଧାୟକ ଭାବରେ ବିଜୟୀ ହୋଇଛନ୍ତି । କଟକ ଜିଲ୍ଲାରେ ୯ଟି ବିଧାନସଭା ରହିଛି ।

ସେଗୁଡିକ ହେଲା ନିଆଳି, କଟକ ସଦର, ବାରବାଟୀ କଟକ, ଚୌଦ୍ବାର କଟକ, ଆଠଗଡ଼, ବଡ଼ମ୍ବା ନରସିଂହ, ବାଙ୍କି, ସାଲେପୁର, ମାହାଙ୍ଗା ଆଦି ବିଧାନସଭା ଅନ୍ତର୍ଭୁକ୍ତ ।‌ ୨୦୨୪ ବିଧାନସଭାରେ କଟକ ସଦର ଏବଂ ନିଆଳିକୁ ଦଖଲ କରିଛି ବିଜେପି ।‌ ୭୨ ବର୍ଷ ଶାସନ କାଳରେ ନିଆଳି କେବଳ ଗୋଟିଏ ଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛି । ୨୦୦୦ରୁ ୨୦୦୪ ମସିହାରେ ବିଜେଡି ଦଳରୁ ବିଧାୟକ ପଞ୍ଚାନନ କାନୁନଗୋ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ଵ ତୁଲାଇଛନ୍ତି । ପୂର୍ବ ଏବଂ ପରେ ଆଉ କେହି ନିଆଳି, ଗୋବିନ୍ଦପୁର କିମ୍ବା ଜଗସିଂହପୁରରୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିବା ସୂଚନା ମିଳିଛି ।‌

ନିଆଳି ଅଞ୍ଚଳର ବରିଷ୍ଠ ନାଗରିକ କୈଳାସ ସୁର କହିଛନ୍ତି ଯେ, କଟକ ଜିଲ୍ଲାର ବର୍ତ୍ତମାନର ନିଆଳି ୧୯୫୨ମସିହାରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ରହିଥିଲା । ନିଆଳି ବ୍ଲକ ବାହାରଣା ଅଞ୍ଚଳର ସ୍ବଗର୍ତ ନିଳମଣୀ ପ୍ରଧାନ କଂଗ୍ରେସ ଦଳରୁ ପ୍ରଥମ ବିଧାୟକ ବିଧାୟକ ହୋଇଥିଲେ । ପରବର୍ତ୍ତୀ କାଳରେ ଜାତୀୟ କବି ବୀର କିଶୋର ଦାସ ଓ ପ୍ରିୟନାଥ ଦେ ଜଗତସିଂହପୁରରୁ ପ୍ରତିନିଧିତ୍ଵ କରିଛନ୍ତି । କିନ୍ତୁ କେହି ବି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିଲେ । ସେହିପରି ଜଗତସିଂହପୁର ବିଭାଜନ ହୋଇ ୧୯୬୭ ମସିହାରେ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀ ପୁନଃ ଗଠିତ ହୋଇଥିଲା । ଏହି ସମୟରେ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ କଣ୍ତୁରୀ ଚରଣ ମଲ୍ଲିକ ପି.ଏସ.ପିରୁ ପ୍ରଥମ ବିଧାୟକ ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ବର୍ଗତ ତ୍ରିଲୋଚନ କାନୁନଗୋ, ପଞ୍ଚାନନ କାନୁନଗୋ ଓ ରବିନ୍ଦ୍ର କୁମାର ମଲ୍ଲିକ ଭଳି ଅନେକ ବ୍ୟକ୍ତିତ୍ବ ଗୋବିନ୍ଦପୁରରୁ ନିର୍ବାଚିତ ହୋଇ ବିଧାନସଭା ଯାଇଛନ୍ତି କିନ୍ତୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ.......4 ବର୍ଷ ପରେ ‘ଲୋକସେବା ଭବନ’କୁ ପ୍ରବେଶ କଲା ଗଣମାଧ୍ୟମ, ବିଭିନ୍ନ ମହଲରେ ସ୍ବାଗତ

ସେ ଆହୁରି କହିଛନ୍ତି ଯେ, କେବଳ ୨୦୦୦ ମସିହାରେ ପଞ୍ଚାନନ କାନୁନଗୋ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ୨୦୦୯ ମସିହାରେ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରାଯାଇ ନିଆଳି ବିଧାନସଭା ପୁନଃ ଗଠିତ କରାଯାଇଥିଲା । ୨୦୦୯ ମସିହାଠାରୁ ଏଠାରୁ ବିଜେଡିରୁ ପ୍ରମୋଦ ମଲ୍ଲିକ ବିଧାୟକ ଭାବରେ 3ଥର ନିର୍ବାଚିତ ହୋଇଥିଲେ ସୁଦ୍ଧା ତାଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିନଥିଲା । ୭୨ ବର୍ଷ ଶାସନ କାଳରେ ଗୋଟିଏ ଥର ନିଆଳି ମନ୍ତ୍ରୀପଦ ପାଇଛି ଆଉ ଅନେକ ବାର ନିଆଳିକୁ ଅବହେଳା କରାଯାଇଛି । ୨୦୨୪ରେ କଟକ ଜିଲ୍ଲାର ୯ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଦୁଇଟି ବାଜିମାତ କରିଛି । ତେଣୁ ବିଜେପି ସରକାର ନିଆଳିକୁ ମନ୍ତ୍ରୀ ମଣ୍ଡଳରେ ସାମିଲ ପାଇଁ ବରିଷ୍ଠ ନାଗରିକ, ବୃଦ୍ଧିଜୀବି ଏବଂ ଯୁବପୀଢି ଦାବି କରିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Jun 13, 2024, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.