ETV Bharat / state

ଆକର୍ଷଣ ହରାଉଛି ସ୍ବର୍ଣ୍ଣାଭ ବେଳାଭୂମି ! କିପରି ଆକୃଷ୍ଟ ହେବେ ପର୍ଯ୍ୟଟକ ? - PURI BEACH BEAUTIFICATION

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉନି ପୁରୀ ବେଳାଭୂମି । କିପରି ଆକୃଷ୍ଟ ହେବେ ପର୍ଯ୍ୟଟକ ? କିପରି ପର୍ଯ୍ୟଟନ ଶିଳ୍ପ କ୍ଷେତ୍ର ବୃଦ୍ଧି ହେବ ।

PURI BEACH BEAUTIFICATION
PURI BEACH BEAUTIFICATION (ETV Bharat Odisha)
author img

By ETV Bharat Odisha Team

Published : Oct 8, 2024, 7:02 PM IST

ପୁରୀ: ଦେଶରେ ଅନେକ ବେଳାଭୂମି ଥିବାବେଳେ ପୁରୀ ବେଳାଭୂମି କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କୁ ବିଶେଷ ଆକର୍ଷିତ କରିପାରୁନି । ଫଳରେ ପୁରୀ ବିଚ୍ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ତାଲିକାରେ ନାହିଁ । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ପୁରୀ ଆସିବା ପରିବର୍ତ୍ତେ ଦେଶର ଅନ୍ୟାନ୍ୟ ବିଚକୁ ଯିବାକୁ ପସନ୍ଦ କରୁଛନ୍ତି । ପୁରୀରେ ସୁଦୀର୍ଘ ବେଳାଭୂମି ଥିବାବେଳେ ଏଠାରେ ସାମୁଦ୍ରିକ ଜଳକ୍ରୀଡା ତଥା ଓ୍ବାଟର ଗେମର ବ୍ୟାପକ ସୁଯୋଗ ରହିଛି । ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ରୋମାଞ୍ଚ ପ୍ରଦାନ କରୁଥିବା ସାମୁଦ୍ରିକ ଜଳକ୍ରୀଡା ବ୍ୟବସ୍ଥା ନାହିଁ । ଗୋଆ ଭଳି ରାଜ୍ୟ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ୪୦ ପ୍ରତିଶତ ସାମୁଦ୍ରିକ ଜଳକ୍ରୀଡ଼ାରୁ ଆୟ କରୁଛି । ହେଲେ ଦୁର୍ଭାଗ୍ୟର ବିଷୟ ପୁରୀରେ ଓ୍ବାଟର ସ୍ପୋର୍ଟସ ନେଇ ଅନେକ ଭରପୁର ସୁଯୋଗ ଥିବାବେଳେ ବେଳାଭୂମିର ଉନ୍ନତି ହୋଇପାରୁନଥିବା ବୁଦ୍ଧିଜୀବୀ କହିଛନ୍ତି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବୃହତ୍ ପ୍ରକଳ୍ପ ପରିକଳ୍ପନା :

Puri Beach Beautification (ETV Bharat Odisha)

ପୁରୀ ସମୁଦ୍ରରେ ଭସାପୋଲ ନିର୍ମାଣ କରାଯାଇ ଏହା ମଧ୍ୟରେ ବାନାନାବୋଟ, ଜେଟ ସ୍କି, ସର୍ଫିଙ୍ଗ, ପାରା ସେଲିଂ, ଓ୍ବାଟର ସ୍କେଟିଂ, ଡାଇଭିଂ ଆଦି ଜଳକ୍ରୀଡ଼ାର ବ୍ୟବସ୍ଥା କରିବାକୁ ୨୦୨୨ ମସିହାରେ ଯୋଜନା କରାଯାଇଥିଲା । କେବଳ ସେତିକି ନୁହେଁ ଅଣ୍ଡର ଓ୍ବାଟର ଆକ୍ବାରିୟମ, ମୂଷା ନଦୀରେ ବୋଟିଂ, ମଙ୍ଗଳା ମୁହାଣରେ ପାରା ସେଲିଂ ଭଳି ଅନେକ ବ୍ୟବସ୍ଥା ହେବ ବୋଲି ଘୋଷଣା ହୋଇଥିଲା । ସେହିପରି ଲାଇଟ ହାଉସ ଠାରୁ ମଙ୍ଗଳା ମୁହାଣ ମଧ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ବୃହତ୍ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ୨ ବର୍ଷ ମଧ୍ୟରେ ଏହାକୁ ଶେଷ କରାଯିବାର ଯୋଜନା ମଧ୍ୟ ରଖାଯାଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିଲା ନାହିଁ । ତେବେ ଅଳ୍ପ କିଛି ଘରୋଇ କମ୍ପାନୀ ପୁରୀ ସମୁଦ୍ରରେ ବିଭିନ୍ନ ଓ୍ବାଟର ଗେମ୍ ପ୍ରକଳ୍ପ କରିବା ପାଇଁ ଆଗ୍ରହ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଅନେକ କଟକଣା ଓ ପ୍ରୋତ୍ସାହନ ଅଭାବରୁ ପୁରୀରେ ଓ୍ବାଟର ଗେମ୍ ପାଇଁ ଅର୍ଥ ନିବେଶ କରିବାକୁ ବିଭିନ୍ନ ଘରୋଇ କମ୍ପାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି ।‌

କେମିତି ଆକୃଷ୍ଟ ହେବେ ପର୍ଯ୍ୟଟକ:

ଜାପାନରେ ରହୁଥିବା ପ୍ରବାସୀ ଓଡିଆ ତଥା ପୁରୀ ସିଟି ଆମ୍ବାସାଡର କୁନା ଦାଶ କହିଛନ୍ତି, " ଜାପାନର ବିଚ୍ ଟୁରିଜିମରୁ ଆମକୁ ବହୁତ କିଛି ଶିଖିବାର ଅଛି । ପୁରୀ ବିଚକୁ ସଫା ସୁତୁରା ରଖିବା ସହ ବିଚକୁ ସମତଳ ରଖିବାକୁ ପଡ଼ିବ । ପୁରୀ ବେଳାଭୂମିରେ ଅନେକ ଖାଲଢିପ ରହିଛି । ଯାହା ଫଳରେ ପର୍ଯ୍ୟଟକମାନେ ଭଲରେ ବୁଲାବୁଲି କରିପାରୁନାହାନ୍ତି । ସମୁଦ୍ରରେ ପର୍ଯ୍ୟଟକମାନେ ସ୍ନାନ କରିବା ପରେ ଧୋଇହେବା ପାଇଁ ସମୁଦ୍ର କୁଳରେ ସାୱାର ବ୍ୟବସ୍ଥା ସହିତ ଟଏଲେଟ୍ ବ୍ୟବସ୍ଥା ରହିବା ଉଚିତ । ପର୍ଯ୍ୟଟକଙ୍କ ଜିନିଷ ପତ୍ର ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ଉଚିତ । ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଲାଇଫ ଗାର୍ଡ ମୁତୟନ ଅଧିକା ରହିବା ଉଚିତ । ପୁରୀରେ ଏକ ଅତ୍ୟାଧୁନିକ ଫିଶ ଆକ୍ୱାରୀୟମ କରାଯିବା ଦରକାର । ଜାପାନ ଭଳି ସମୁଦ୍ରରେ ଡଲଫିନଙ୍କୁ ନେଇ ବିଭିନ୍ନ ପ୍ରଦର୍ଶନୀ ହେବା ଉଚିତ । ବିଚ ନିକଟରେ ବଡ ସ୍ୱିମିଂ ପୁଲ୍ ହେବା ଦରକାର । ସମୁଦ୍ରରେ ଲେଜର ସୋ ସହିତ ବିଭିନ୍ନ ୱାଟର ଗେମ୍ କରିହେବ । ଏହାଦ୍ୱାରା ପୁରୀକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ । ପୁରୀର ଅର୍ଥନୀତି ସମୃଦ୍ଧ ହେବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ ରାଜ୍ୟ ସରକାର ପୁରୀରେ ବିଚ୍ ଟୁରିଜିମ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।"

ଅନ୍ୟ ବେଳାଭୂମି ପରି ପୁରୀକୁ କାହିଁକି ଆକୃଷ୍ଟ ହେଉନାହାନ୍ତି ପର୍ଯ୍ୟଟକ:

Puri Beach Beautification

ପ୍ରସିଦ୍ଧ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ କହିଛନ୍ତି, "ପୁରୀ ଯେଉଁ ଭଳି ବିକଶିତ ହେଉଛି ଏହା ଆଗାମୀ ଦିନରେ ଏକ ପ୍ରମୁଖ ଟୁରିଷ୍ଟ ଡେଷ୍ଟିନେଶନ ହୋଇ ପାରିବ । ପୁରୀରେ ପର୍ଯ୍ୟଟନକୁ ନେଇ ଅପାର ସୁଯୋଗ ରହିଛି । ହେଲେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଯେତିକି ମନୋରଞ୍ଜନ ନେବା କଥା ସେତିକି ନେଇପାରୁନାହିଁ । ଆମେ ଅନେକ ଦେଶ ଭ୍ରମଣ କରୁଛୁ । ସେଠାରେ ପର୍ଯ୍ୟଟକଙ୍କ ପାଇଁ ଅନେକ ମନୋରଞ୍ଜନ ବ୍ୟବସ୍ଥା ଥିବାରୁ ଅଧିକ ଦିନ ରହିବାକୁ ପଡ଼ୁଛି । ପୁରୀରେ ବେଳାଭୁମିକୁ ଆହୁରି ଆକର୍ଷଣୀୟ କରିବା ଉଚିତ । ବିଭିନ୍ନ ରୋମାଞ୍ଚକର ୱାଟର ଗେମ, ବେଳାଭୂମିରେ ସନ୍ଧ୍ୟା ବେଳେ ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ, ଏକ ଆକ୍ୱାରୀୟମ ସ୍ଥାପନ, ଜାପାନରେ ହେଉଥିବା ଆକର୍ଷଣୀୟ ଡଲଫିନ ସୋ ଆଦି ପୁରୀରେ କରାଯାଇ ପର୍ଯ୍ୟଟକଙ୍କ ମନୋରଞ୍ଜନ କରାଇବା ଉଚିତ । ଏହାଦ୍ବାରା ଅଧିକ ବିଦେଶୀ ପର୍ଯ୍ୟଟକ ପୁରୀ ଆସିବେ । ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ହେବ । ପର୍ଯ୍ୟଟନରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିବ ।"

ବେଳାଭୂମି ସୌନ୍ଦର୍ଯ୍ୟରପଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ:

ପୁରୀ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, "ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଅନେକ ପଦକ୍ଷେପ ନେଉଛି । ବେଳାଭୁମିକୁ ପରିଷ୍କାର ରଖିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ । ବେଳାଭୂମିରେ ଥିବା ଉଠା ଦୋକାନୀଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଯାଇ ବେଳାଭୂମିକୁ ସମ୍ପୂର୍ଣ୍ଣ ମୁକ୍ତ ରଖାଯିବ । ଫଳରେ ପର୍ଯ୍ୟଟକ ଭଲରେ ବୁଲାବୁଲି କରିପାରିବେ । ବେଳାଭୂମିରେ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ପାଦଚଲା ରାସ୍ତା କରାଯାଇଛି । ଏହା ଉପରେ ହୋଇଥିବା ସବୁ ଜବର ଦଖଲକୁ ଉଚ୍ଛେଦ କରାଯାଇଛି । ଫଳରେ ପର୍ଯ୍ୟଟକମାନେ ସମୁଦ୍ର କୂଳରେ ବସି ସମୁଦ୍ରର ମଜା ନେଇପାରିବେ । ବେଳାଭୂମିକୁ ସମ୍ପୂର୍ଣ୍ଣ ଉଜ୍ବଳ ଆଲୋକରେ ଆଲୋକୀତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ସମୁଦ୍ର କୂଳ କିଭଳି ଅଧିକ ସୁନ୍ଦର ହୋଇପାରିବ ସେନେଇ ପଦକ୍ଷେପ ମଧ୍ଯ ନିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଥଇଥାନ ହେବେ ପୁରୀ ଉଠାଦୋକାନୀ, ସମୀକ୍ଷା କଲେ ସଚିବ ଉଷା ପାଢ଼ୀ - Street Vendor Rehabilitation

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର‌ରେ ବିଧାନସଭାର ଷ୍ଟାଣ୍ଡିଂ କମିଟିର ଅନୁଧ୍ୟାନ, ଏଣିକି ସୁରକ୍ଷା ଦେବ AI! - Assembly Standing Committee

ଏହା ମଧ୍ୟ ପଢ଼ନ୍ତୁ...ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice

ସେପଟେ ପୁରୀ ସହରକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବେଶ୍ ଗୁରୁତ୍ୱ ଦେଉଛନ୍ତି । ତେବେ ପୁରୀ ବେଳାଭୂମିରେ ବିଭିନ୍ନ ଓ୍ବାଟର ଗେମ୍ ବ୍ୟବସ୍ଥା କରାଗଲେ ଦେଶ ଭିତରେ ପୁରୀ ବେଳାଭୂମି ପର୍ଯ୍ୟଟକମାନଙ୍କର ପ୍ରଥମ ପସନ୍ଦର ସ୍ଥାନ ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.