ETV Bharat / state

ବାଲିଯାତ୍ରାରେ ବଢୁଛି ଦେଶୀ ସାମଗ୍ରୀର ଡିମାଣ୍ଡ, ORMAS ଷ୍ଟଲ ଆଗରେ ଲମ୍ବା ଲାଇନ - CUTTACK BALI JATRA 2024

ବାଲିଯାତ୍ରାରେ ଦେଶୀ ସାମଗ୍ରୀ ଚାହିଦା । କନ୍ଧମାଳ-କୋରାପୁଟ ସାମଗ୍ରୀର ପ୍ରବଳ ଡିମାଣ୍ଡ ।

CUTTACK BALI JATRA 2024
CUTTACK BALI JATRA 2024 (ETV Bharat Odisha)
author img

By ETV Bharat Odisha Team

Published : Nov 19, 2024, 4:19 PM IST

କଟକ: ବାଲିଯାତ୍ରାରେ ଜମୁଛି ବ୍ୟବସାୟ । ପ୍ରତ୍ୟେକ ଷ୍ଟଲ ଆଗରେ ଗ୍ରାହକଙ୍କ ଖଚାଖଚ ଭିଡ଼ । ସବୁଠୁ ବଡ଼ କଥା ହେଉଛି ଦେଶୀ ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କ ଲାଗୁଛି ଭିଡ଼ । କାରଣ ବଜାରରେ ପ୍ରାୟ ପ୍ରତ୍ୟେକ ସାମଗ୍ରୀର ନକଲି ଓ ଅପମିଶ୍ରଣ ଉପଲବ୍ଧ । ଯାହା ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବା ସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ । ତେଣୁ ବାଲିଯାତ୍ରାକୁ ଆସିଥିବା କନ୍ଧମାଳ ଏବଂ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳର ଦେଶୀ ପ୍ରକ୍ରିୟାରେ ଉତ୍ପାଦାନ ହୋଇଥିବା ସାମଗ୍ରୀର ଚାହିଦା ଅଧିକ ରହିଛି ।

ବାଲିଯାତ୍ରାରେ ଜମୁଛି ବ୍ୟବସାୟ:

CUTTACK BALI JATRA 2024 (ETV Bharat Odisha)

ଐତିହାସିକ ବାଲିଯାତ୍ରାରେ ଓରମାସ ପକ୍ଷରୁ ଏକାଧିକ ଷ୍ଟଲ ଲାଗିଛି । ଯେଉଁଠାରେ ରାଜ୍ୟର କୋଣଅନୁକୋଣର ଜଙ୍ଗଲ ଜାତ ଦ୍ରବ୍ୟ ଏବଂ ଦେଶୀ ପ୍ରକ୍ରିୟାରେ ଉତ୍ପାଦନ ହୋଇଥିବା ବିଭିନ୍ନ ସାମଗ୍ରୀ ମିଳୁଛି, ଯଥା ଡାଲି,କନ୍ଧମାଳ ହଳଦୀ, ଚାଉଳ, ଗହମ, ଦେଶୀ ମାଣ୍ଡିଆ, ତେଲ, ଫିନାଇଲ ଇତ୍ୟାଦି । ତେବେ ଏହି ଜିନିଷ ଗୁଡ଼ିକ ପ୍ରାୟ ସବୁଦିନ ସହରରେ ମିଳୁନଥିବା ବେଳେ ବାଲିଯାତ୍ରାରେ ହିଁ ମିଳେ । ତେଣୁ ଏହା ନିଜ ଘରକୁ ନେବା ପାଇଁ ଓରମାସର ଷ୍ଟଲ ଆଗରେ ଲୋକଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଛି । ସେପଟେ ବାଲିଯାତ୍ରାରେ ଏହି ଦେଶୀ ସାମଗ୍ରୀର ଦାମ ଟିକିଏ ଅଧିକ ଥିବା ନେଇ ଗ୍ରାହକମାନେ କହିଛନ୍ତି ।

'ବାଲିଯାତ୍ରାରେ ଦେଶୀ ସାମଗ୍ରୀର ଭଲ ଚାହିଦା ରହିଛି':

କନ୍ଧମାଳରୁ ଆସିଥିବା ଜଣେ ବ୍ୟବସାୟୀ ନିରୂପମା ମହାରଣା କହିଛନ୍ତି,"ମୁଁ ଆଜକୁ ୧୫ ବର୍ଷ ହେବ ବାଲିଯାତ୍ରାକୁ ଆସୁଛି ବ୍ୟବସାୟ କରିବା ପାଇଁ । ନିଜ ଅଞ୍ଚଳର ଦେଶୀ ସାମଗ୍ରୀ ବିକ୍ରି ଦ୍ବାରା ଦୁଇ ପଇସା ରୋଜଗାର ହୋଇଥାଏ ।ଏହି ସବୁ ଜିନିଷ ଆମେ ନିଜେ ଚାଷକରୁ ଏବଂ କିଛି ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ଠାରୁ ସଂଗ୍ରହ କରି ବ୍ୟବସାୟ ପାଇଁ ଆଣିଥାଉ । ବାଲିଯାତ୍ରାରେ ଦେଶୀ ସାମଗ୍ରୀର ଭଲ ଚାହିଦା ରହିଛି ।"

CUTTACK BALI JATRA 2024
CUTTACK BALI JATRA 2024 (ETV Bharat Odisha)

'ଦେଶୀ ସାମଗ୍ରୀ ପ୍ରତି ଲୋକଙ୍କର ଆଗ୍ରହ ବଢୁଛି':

ସେହିପରି କୋରାପୁଟରୁ ଆସିଥିବା ରବୀନ୍ଦ୍ର ମେଲେକା ନାମକ ଜଣେ ବ୍ୟବସାୟୀ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି," ଏବେ ଦେଶୀ ସାମଗ୍ରୀ ପ୍ରତି ଲୋକଙ୍କର ଆଗ୍ରହ ବଢୁଛି । ଆମେ ଲେମନ ଗ୍ରାସରୁ ବିଭିନ୍ନ ଦେଶୀ ସାମଗ୍ରୀ ପ୍ରସ୍ତୁତ କରି ବାଲିଯାତ୍ରାରେ ବ୍ୟବସାୟ ପାଇଁ ଆଣିଛୁ । ଫିନାଇଲ, ସାବୁନ, ରୁମ ଫ୍ରେସନର ଆଦି ଅନେକ ସାମଗ୍ରୀକୁ ଦେଶୀ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି । ଗ୍ରାହକ ମାନେ ମଧ୍ୟ ଏହି ସାମଗ୍ରୀ ନେବା ପାଇଁ ଆଗ୍ରହ ଦେଖାଉଛନ୍ତି । ଏହାର ଚାହିଦା ବଢିବାରୁ ଦର ମଧ୍ୟ କମ ରହିଛି । "

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରାରେ ଭଳିକି ଭଳି ଖାଦ୍ୟର ପସରା, ଜମୁଛି ଖିଆପିଆ ଓ ଦୋଳି ଖେଳ

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ଛାତ୍ର ମୃତ, ଦାୟୀ କିଏ ?

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ, ଅଧଘଣ୍ଟା ବଢ଼ିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି

ଖୁସି ବ୍ୟକ୍ତ କରିଛନ୍ତି ଗ୍ରାହକ:

ଅନ୍ୟପଟେ ଦେଶୀ ଜିନିଷକୁ ପାଖରେ ପାଇ ଖୁସି ପ୍ରକଟ କରିଛନ୍ତି ଗ୍ରାହକ । ବାଲିଯାତ୍ରା ଏଭଳି ଏକ ଯାତ୍ରା ଯେଉଁଠାରେ ନିଜ ମନ ପସନ୍ଦର ଜିନିଷ ହାତ ପାହାନ୍ତାରେ ମିଳିଯାଏ । ବିଶେଷକରି ଯେଉଁ ଦେଶୀ ସାମଗ୍ରୀ ଗୁଡିକ ମିଳେ । ତାହା ଗୋଟିଏ ବର୍ଷ ପାଇଁ କିଣିଥାନ୍ତି ଗ୍ରାହକ । ଏହି ଦେଶୀ ସାମଗ୍ରୀ ଗୁଡିକ ଗୋଟିଏ ମାର୍କେଟରେ ଉପଲବ୍ଧ ହେଉଥିବାରୁ ଗ୍ରାହକ ମାନେ ବେଶ ଖୁସି ବ୍ୟକ୍ତ କରିଥିବାବେଳେ ଦାମ ଟିକିଏ ଅଧିକା ରହିଥିବା କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.