ETV Bharat / state

ତେଜିଲା ରାଉରକେଲାରେ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦାବି, ସରକାର ଅବହେଳା କରୁଥିବା ଅଭିଯୋଗ - ରାଉରକେଲା ବିଶ୍ୱବିଦ୍ୟାଳୟ ଦାବି

Demand for Rourkela university: ରାଉରକେଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲେ ମଧ୍ୟ ସରକାର ଏବେ ସୁଦ୍ଧା ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବାକୁ ନେଇ ବିରୋଧ ଜୋର ଧରିଛି । ଅଧିକ ପଢନ୍ତୁ

ରାଉରକେଲାରେ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ନେଇ ତେଜିଲା ଦାବି

author img

By ETV Bharat Odisha Team

Published : Jan 26, 2024, 2:19 PM IST

ରାଉରକେଲାରେ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ନେଇ ତେଜିଲା ଦାବି

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ପୁଣି ତେଜିଲା ଦାବି । ଦୀର୍ଘ ଦିନ ଧରି ରାଉରକେଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଏବେସୁଦ୍ଧା ଗ୍ରହଣ କରିନାହାନ୍ତି । ଯାହାକୁ ନେଇ ବିରୋଧ ତେଜିବାରେ ଲାଗିଛି । ରାଉରକେଲାରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ 3ଟି ଜିଲ୍ଲାର ଛାତ୍ରଛାତ୍ରୀ ତଥା ୧୪୮ଟି ଡିଗ୍ରୀ କଲେଜ ଉପକୃତ ହୋଇପାରିବେ ବୋଲି କୁହାଯାଉଛି ।

ରାଉରକେଲା ସହରରେ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ପୁଣି ଦାବି ଜୋର ଧରିଛି । ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ନେଇ ଛାତ୍ରଛାତ୍ରୀଙ୍କ ଠାରୁ ନେଇ ସାଧାରଣ ଲୋକେ ପର୍ଯ୍ୟନ୍ତ ସମସ୍ତେ ସ୍ବର ଉଠାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ କଲେଜକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଘୋଷଣା କରୁଥିବା ବେଳେ ରାଉରକେଲା ସହରରେ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ସରକାର ରାଉରକେଲାବାସୀଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଅବ୍ୟବସ୍ଥାରେ ଉତ୍କଳ ଲ’ କଲେଜ, ନା ଅଛି ଅନୁମତି ନା ଅଛନ୍ତି ଫାକଲ୍ଟି

ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି ହୋଇଥିବା ବେଳେ ସହରରେ ଯାତାୟାତ ଗମନାଗମନ, ବ୍ୟାପକ ଜାଗା ଓ ଅନ୍ୟାନ୍ୟ ସୁବିଧାମାନ ରହିଛି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏଠାରେ ସମସ୍ତ ଆନୁସଙ୍ଗିକ ସୁବିଧା ଥିଲେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ସ୍ଥାନୀୟବାସିନ୍ଦା କହିଛନ୍ତି । ଏଠାରେ ସରକାର ବିଶ୍ବବିଦ୍ୟାଳୟ ସ୍ଥାପନ କରନ୍ତୁ ବୋଲି ଦାବି ହୋଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ସାଧାରଣଲୋକେ । ନୂଆପିଢ଼ିଙ୍କ ଭବିଷ୍ୟତଙ୍କ ପାଇଁ ଏଠାରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ଜରୁରୀ ଅଟେ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏହି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେଲେ ଛାତ୍ରଛାତ୍ରୀ ମାନେ ଏହାର ଲାଭ ପାଇ ପାରିବେ ଏଠାରେ ବିଭିନ୍ନ ପାଠ୍ୟକ୍ରମର ସୁଯୋଗ ପାଇବା ସହ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ରହିବେ ଏବଂ ପିଲାଙ୍କୁ ଶିକ୍ଷା ଦାନ କରିବେ ଏବଂ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ପାଇ ପାରିବେ ଛାତ୍ରଛାତ୍ରୀ ।

ରାଉରକେଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହାଦ୍ବାରା ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୧୪୮ଟି ଡିଗ୍ରୀ କଲେଜ ଉପକୃତ ହୋଇପାରିବେ ଏବଂ ଏହାସହ ଦେବଗଡ଼ ଏବଂ ଅନୁଗୋଳ ଜିଲ୍ଲାର କିଛି କଲେଜକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କଲେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଉପରେ ନିର୍ଭରଶୀଳ ଥିବା ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । ଖୁବଶୀଘ୍ର ଏଠାରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ନେଇ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.