ETV Bharat / state

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅପେକ୍ଷାରେ ମୟୂରଭଞ୍ଜବାସୀ, କ'ଣ ଦେବେ ଗୁରୁମନ୍ତ୍ର ?

Rajnath Singh To Visit Mayurbhanj: ଆଉ ମାତ୍ର କିଛି ସମୟ ଭିତରେ ବାରିପଦା ପହଞ୍ଚିବେ ରାଜନାଥ ସଂହ । ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 22, 2024, 3:31 PM IST

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅପେକ୍ଷାରେ ମୟୂରଭଞ୍ଜବାସୀ, କ'ଣ ଦେବେ ଗୁରୁମନ୍ତ୍ର ?
ପ୍ରତିରକ୍ଷା ମନ୍ତ୍ରୀଙ୍କ ଅପେକ୍ଷାରେ ମୟୂରଭଞ୍ଜବାସୀ, କ'ଣ ଦେବେ ଗୁରୁମନ୍ତ୍ର ?
ପ୍ରତିରକ୍ଷା ମନ୍ତ୍ରୀଙ୍କ ଅପେକ୍ଷାରେ ମୟୂରଭଞ୍ଜବାସୀ, କ'ଣ ଦେବେ ଗୁରୁମନ୍ତ୍ର ?

ରାଇରଙ୍ଗପୁର: ଆଉ ଅଳ୍ପ ସମୟ ବାକି ରହିଛି, ମୟୂରଭଞ୍ଜ ଜିଲ୍ଲାର ବାରିପଦା ପହଞ୍ଚିବେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦିନିଆ କାର୍ଯ୍ୟକ୍ରମ ଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯେପରି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହୁଏ । ସେଥି ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରାଯାଇଛି ।

ସେପଟେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ନିଜେ କାର୍ଯ୍ୟ ତଦାରଖ କରୁଛନ୍ତି । ଏଥି ସହିତ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂର୍ବାଞ୍ଚଳ ଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଗ୍ରାଉଣ୍ଡରେ ବିଭିନ୍ନ ସ୍ଥାନରେ ତଦାରଖ କରୁଛନ୍ତି । ସନ୍ଧାନୀ କୁକୁର ଓ ଅନ୍ୟାନ୍ୟ ମେସିନ୍ ସାହାଯ୍ୟରେ ତନତନ କରି ସମସ୍ତ ସ୍ଥାନରେ ଯାଞ୍ଚ କରଯାଉଛି । ଯେପରି କୌଣସି ପ୍ରକାର ତ୍ରୁଟି ନହେଉ ସେନେଇ କଡ଼ାକଡ଼ି ସୁରକ୍ଷା ବଳୟ ତିଆରି ହୋଇଛି ।

ସୂଚନାଯୋଗ୍ୟ ବ୍ରହ୍ମପୁର ବିଜେପି କାର୍ଯ୍ୟକର୍ତ୍ତା ସମ୍ମୀଳନୀରେ ଯୋଗଦେବା ପରେ ରାଜନାଥ ସିଂ ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ସ୍ବତନ୍ତ୍ର ବିମାନ ଯୋଗେ ୩ ଘଟିକା ସମୟରେ ମୟୂରଭଞ୍ଜ ଜିଲ୍ଲାର ଅମର୍ଦା ଏୟାରଷ୍ଟ୍ରିପ ପହଞ୍ଚିବେ । ସେଠାରୁ ସୁରକ୍ଷା ବଳୟ ମଧ୍ୟରେ ବାରିପଦା ସହର ସ୍ଥିତ ଐତିହାସିକ ଛଉ ପଡିଆ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦାନ କରିବେ । ସେଠାରେ ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଓ ଭଦ୍ରକର ବିଜେପି କର୍ମୀ ମାନଙ୍କୁ ଉଦବୋଧନ ଦେବେ । ବାରିପଦା ସହର ସାରା ଦଳୀୟ ପୋଷ୍ଟର ଓ ବ୍ୟାନରରେ ସାଜସଜ୍ଜା କରାଯାଇଛି । ତେବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଗସ୍ତ ବେଶ୍ ଗୁରୁତ୍ଵପୂର୍ଣ୍ଣ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ .....ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ; ବ୍ରହ୍ମପୁର, ବାରିପଦା ଏବଂ ନବରଙ୍ଗପୁରରେ ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ

ସେହିପରି ଆଜି (ଗୁରୁବାର) ପୂର୍ବାହ୍ନ 10ଟା 50ରେ ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁର ଏୟାରପୋର୍ଟରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଥିଲେ ରାଜନାଥ ସିଂହ । 11ଟାରୁ 12ଟା ପର୍ଯ୍ୟନ୍ତ ବିଜେପି କୋର୍ କମିଟି ବୈଠକରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ମୟୂରଭଞ୍ଜ ଅଭିମୁଖେ ବାହାରିବେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.