ETV Bharat / state

ରାମମୟ ସାରା ଦେଶ; ସମ୍ବଲପୁରରେ ଜଳିବ ଏକ ଲକ୍ଷରୁ ଊର୍ଦ୍ଧ୍ବ ଦୀପ - ରାମ ମନ୍ଦିର ପ୍ରତିଷ୍ଠା

Deep Mahotsav in Sambalpur: ଆସନ୍ତା ୨୨ ତାରିଖ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ସମ୍ବଲପୁରରେ ଜଳିବ ୧ ଲକ୍ଷ ୧୧ ହଜାର ଦୀପ । ଏହା ସହିତ ଆତସବାଜି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅଧିକ ପଡନ୍ତୁ

ram temple inauguration
ସମ୍ବଲପୁରରେ ଜଳିବ ଏକ ଲକ୍ଷରୁ ଉର୍ଦ୍ଧ୍ବ ଦୀପ
author img

By ETV Bharat Odisha Team

Published : Jan 21, 2024, 10:32 AM IST

ସମ୍ବଲପୁରରେ ଜଳିବ ଏକ ଲକ୍ଷରୁ ଊର୍ଦ୍ଧ୍ବ ଦୀପ

ସମ୍ବଲପୁର: ରାତି ପାହିଲେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସ୍ବର୍ଣ୍ଣିମ ମୁହୂର୍ତ୍ତ ଯେତେ ପାଖଉଛି ରାମ ଭକ୍ତ ସେତିକି ବିଭୋର ହେଉଛନ୍ତି । ଏବେଠୁ ସାରା ଦେଶରେ ଶୁଭୁଛି ରାମନାମ । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l ଏହି ଅବସରରେ ସମ୍ବଲପୁରରେ ମଧ୍ୟ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି l ଆସନ୍ତାକାଲି(ସୋମବାର) ସମ୍ବଲପୁର ସହରର ରିଙ୍ଗ ରୋଡ଼ ମହାନଦୀର ଅଯୋଧ୍ୟା ସରୋବର ବା ମାରାୱାଡି ଘାଟରେ ଦୀପତ୍ସୋବ ପାଳନ ହେବ । ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଖୁସିରେ ଏଠାରେ 1 ଲକ୍ଷ 11 ହଜାର 111 ମାଟି ଦୀପ ପ୍ରଜ୍ବଳନ କରାଯିବ l

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସମ୍ବଲପୁର କ୍ଷେତରାଜପୁର ମାରାୱାଡି ଯୁବା ମଞ୍ଚର ନବଚେତନା ଶାଖା ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l ତେବେ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି l ସମ୍ବଲପୁର ସହର ଓ ଆଖପାଖର 30ଟି କୁମ୍ଭାର ପରିବାରକୁ ଏହି ଦୀପ ତିଆରି କରିବାକୁ କୁହାଯାଇଛି l ମାରୱାଡି ଯୁବା ମଞ୍ଚ ନବଚେତନା ଶାଖା ତତ୍ତ୍ବାବଧାନରେ ଏହି ଦିନ ମହାନଦୀ ଆଳତୀ କରାଯିବା ସହ ମହାନଦୀ କୂଳରେ 1 ଲକ୍ଷରୁ ଊର୍ଦ୍ଧ୍ବ ମାଟି ଦୀପ ପ୍ରଜ୍ବଳନ କରାଯିବ l ଏଥିପାଇଁ ଅଧିକାଂଶ ମାଟି ଦୀପ ତିଆରି ହୋଇସାରିଛି l ବର୍ତ୍ତମାନ ସେହି ଦୀପ ସବୁକୁ ପର୍ଶୁରାମ ଭବନରେ ଧୁଆ ଯାଇ ଶୁଖାଯାଉଛି l କେତେକ ଦୀପକୁ କାର୍ଟୁନରେ ପ୍ୟାକ କରି ମଧ୍ୟ ରଖାଯାଇଛି l

ଏହା ମଧ୍ୟ ପଢନ୍ତୁ- ଏକ ହଜାର ଫୁଟ ପାହାଡ଼ ଶିଖରରେ ବିରାଜିବେ ରାମଲାଲା, ଯୋଗଦେବେ ଆଦିଗୁରୁ ଶଙ୍କରାଚାର୍ଯ୍ୟ

ଅନ୍ୟପଟେ ଏହି ଦୀପ ଉତ୍ସବରେ 4500 ଲିଟର ତେଲ ବ୍ୟବହାର ହେବ ବୋଲି ସୂଚନା ଦିଆଯାଇଛି l ଆସନ୍ତାକାଲି ରିଙ୍ଗ୍‌ରୋଡ୍ ମାରୱାଡିପଡ଼ା ଘାଟ ନିକଟସ୍ଥ ଅଯୋଧ୍ୟା ସରୋବର ଠାରେ ଅପରାହ୍ନ ୪ଟାରୁ ଏହି ଦୀପ ପ୍ରଜ୍ବଳନ କରାଯିବ l ଏହି ସମୟରେ ଭଜନ, କୀର୍ତ୍ତନ, ଆତସବାଜି, ପ୍ରସାଦ ବିତରଣ ଆଦି କାର୍ଯ୍ୟକ୍ରମ ରଖାଯାଇଛି l ଏଥିପାଇଁ 12 ଲକ୍ଷ ଟଙ୍କାର ବଜେଟ୍‌ ରହିଛି l ଅନ୍ୟପଟେ ଦୀପ ଦାନ ପାଇଁ ଗୋଟିଏ ଦୀପ ପ୍ରତି ସହାୟତା ରାଶି ଆକାରରେ 10 ଟଙ୍କା ଦେବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି l ସକାଳ 6ଟାରୁ ଦୀପ ସଜ୍ଜା ଆରମ୍ଭ ହେବା ପରେ ଅପରାହ୍ନ ୪ଟାରୁ ଦୀପ ପ୍ରଜ୍ଜ୍ଵଳନ ହେବ l ସ୍ଥାନୀୟ ପଣ୍ଡିତ ମହାସଭା ପକ୍ଷରୁ 21 ପଣ୍ଡିତଙ୍କ ଦଳ ଅପରାହ୍ନ 4ଟାରେ ବିଷ୍ଣୁ ସହସ୍ରନାମ ପାଠ କରିବେ l ସମସ୍ତ ରାମଭକ୍ତଙ୍କୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.