ETV Bharat / state

ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ, ୨୧ଦିନ ଧରି ଚାଲିବ ଚନ୍ଦନ ଯାତ୍ରା - Akshaya Tritiya Rituals

author img

By ETV Bharat Odisha Team

Published : Apr 25, 2024, 10:10 AM IST

Chhatisa Nijog Meeting: ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟଙ୍କୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ । ଚନ୍ଦନ ଯାତ୍ରା ନେଇ ମଧ୍ୟ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ

CHHATISA NIJOG MEETING
CHHATISA NIJOG MEETING

CHHATISA NIJOG MEETING

ପୁରୀ: ଆସନ୍ତା ମେ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ଉପରେ ମୋହର ଲାଗିଛି। ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ଏଥ ସହିତ ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିଲା ଛତିଶା ନିଯୋଗ ବୈଠକ ।

ଏହା ମଧ୍ୟ ପଢନ୍ତୁ-Chhatisa Nijog Meeting: ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିରର ଆଉ ଏକ ଦ୍ବାର

ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ: ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷେତ୍ର ବନ୍ଦାପନା, ଅପରାହ୍ନ ୩.୩୦ ରେ ବିମାନକୁ ଦିଅଁ ବିଜେ ଅନୁଷ୍ଠିତ ହେବ । ଅପରାହ୍ନ ୪ଟାରେ ରଥ ଖଳାକୁ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ। ରାତ୍ର ୧୦ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ସମସ୍ତ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇପାରିବ ସେନେଇ ସମସ୍ତ ସେବାୟତ ନିଯୋଗଙ୍କ ସହଯୋଗ ଲୋଡିଥିଲେ ମୁଖ୍ୟ ପ୍ରଶାସକ। ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବ୍ଯତିତ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ମହାନାୟକ, ସେବାୟତ ନିଯୋଗ କର୍ମକର୍ତ୍ତଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏହା ମଧ୍ଯ ପଢନ୍ତୁ-ବଦଳିବ ଆନନ୍ଦ ବଜାର ରୂପରେଖ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ମହାପ୍ରଭୁଙ୍କ ଦର୍ଶନ ଓ ମହାଲକ୍ଷ୍ମୀଙ୍କ ଦର୍ଶନକୁ ସୃଙ୍ଖଳିତ କରିବା ପାଇଁ ବୈଠକରେ ଦାବି କରିଥିଲେ ଛାମୁଖୁଣ୍ଟିଆ ନିଯୋଗ ସଂପାଦକ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ। ଭକ୍ତଙ୍କ ପାଇଁ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବାକୁ ମଧ୍ଯ ଦାବି କରିଥିଲେ ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ। ପ୍ରବଳ ଗ୍ରୀଷ୍ମପ୍ରବାହ ଜନିତ ସମସ୍ଯାରୁ ଭକ୍ତଙ୍କୁ ରକ୍ଷା କରିବା ଓ ସୁରକ୍ଷିତ ଦର୍ଶନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ମେ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡା କଡି କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.