ETV Bharat / state

ରତ୍ନଭଣ୍ଡାର ଖୋଲିବା ନେଇ 16ଜଣିଆ କମିଟି ଘୋଷଣା, ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଲେ ଜଗନ୍ନାଥଙ୍କ ଆଶୀର୍ବାଦରୁ ଠିକ୍ ସମୟରେ କାର୍ଯ୍ୟ କରାଯିବ - Ratna Bhandar Opining matter

author img

By ETV Bharat Odisha Team

Published : Jul 5, 2024, 8:32 AM IST

Updated : Jul 5, 2024, 1:53 PM IST

Law minister reaction Over Ratna Bhandar Opining matter: ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ କମିଟି ୬ ତାରିଖରେ ଏନେଇ ନିଷ୍ପତ୍ତି ନେବେ । ଅଧିକ ପଢନ୍ତୁ

Law minister reaction Over Ratna Bhandar Opining matter
Law minister reaction Over Ratna Bhandar Opining matter (ETV Bharat Odisha)

ଭୁବନେଶ୍ୱର: ପୁରୀ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ ବୟାନ ଜାରି କରିଛନ୍ତି । 6 ତାରିଖରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ସେପଟେ ରତ୍ନ ଭଣ୍ଡାର ଗଣତି ଅନୁଧ୍ୟାନ ପାଇଁ ପୂର୍ବ ସରକାର ଗଠନ କରିଥିବା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କରିଛନ୍ତି ମୋହନ ସରକାର । ୧୬ ଜଣିଆ ସଦସ୍ୟଙ୍କୁ ନେଇ ଏହି ନୂତନ କମିଟି ଗଠନ ହୋଇଥିବା ବେଳେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଏପଟେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, "ଜଗନ୍ନାଥଙ୍କ ଆଶୀର୍ବାଦରୁ ଠିକ୍ ସମୟରେ କାର୍ଯ୍ୟ କରାଯିବ ।"

former justice Biswanath Ratha (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. କେବେ ଖୋଲିବ ରତ୍ନଭଣ୍ଡାର ଭଣ୍ଡାର, ଏମିତି କହିଲେ ଜଷ୍ଟିସ ଅରିଜିତ ପଶାୟତ - Ratna Bhandar Opening

ପୁରୀ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବଡ ବୟାନ ଜାରି କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ରତ୍ନ ଭଣ୍ଡାର ଉପରେ ଯେଉଁ କୁହେଳିକା ଥିଲା ସେ ସମ୍ପର୍କରେ ଆମେ ଅନ୍ତ ସ୍ଥିତିକୁ ଆସୁଛେ । ବହୁ ବିଚାର ବିମର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିଯିବା ନେଇ ନିଷ୍ପତି ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ନିଷ୍ପତ୍ତି ହୋଇଛି ।"

ଏହାମଧ୍ୟ ପଢନ୍ତୁ.. ETV Bharat Exclusive: କେଉଁଠି ଅଛି ରତ୍ନ ଭଣ୍ଡାର ଚାବି ଠିକଣା କହିଲେ ଗଜପତି ମହାରାଜା, ଚାରିଦ୍ବାର ଖୋଲିବାକୁ ନେଇ ଦେଲେ ବଡ ବୟାନ - Gajapati Maharaja Exclusive

ସେ ଆଉମଧ୍ୟ କହିଛନ୍ତି, "ଏହି କାର୍ଯ୍ୟକୁ ସୁଚାରୁରୂପେ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ କମିଟି ପ୍ରସ୍ତୁତ କରିଛନ୍ତି । ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଏହି କମିଟି ଗଠନ କରାଯାଇଛି । ଏହି ୧୬ ଜଣିଆ କମିଟି ଆସନ୍ତା ୬ ତାରିଖ ଦିନ ଏହାକୁ ନେଇ ଏକ ବୈଠକ କରିବେ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବା ଠାକୁର ମନ୍ଦିର ଭିତରେ ନଥିବା ସମୟରେ କେଉଁଦିନ ରତ୍ନ ଭଣ୍ଡାର ଖୋଲାଯିବ, ମରାମତି , ଗଣତି କରାଯିବ ସେନେଇ 6 ତାରିଖରେ କମିଟି ନିଷ୍ପତି ନେବ। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି କାର୍ଯ୍ୟ କରିବ ।" ଆସନ୍ତା ୬ ତାରିଖରେ ବୈଠକ ବସିବା ପରେ ରତ୍ନଭଣ୍ଡାର ଖୋଲାଯିବା ଓ ଗଣତି ମଣତି ନେଇ ନିଷ୍ପତ୍ତି ସାମ୍ନାକୁ ଆସିବ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 5, 2024, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.