ETV Bharat / state

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେବ୍ରିଗଡ଼ ଆଇଲାଣ୍ଡ କାଫେ, ସ୍ଥାନୀୟବାସୀଙ୍କୁ ଦେଇଛି ରୋଜଗାର - Debrigarh Sanctuary Island Cafe

Island Cafe In Hirakud Lake: ଦେବ୍ରିଗଡ଼ ଅଭୟାରଣ୍ୟର ହୀରାକୁଦ ଜଳଭଣ୍ଡାର ଭିତରେ ଥିବା ବାଦୁଡ଼ି ଦ୍ବୀପରେ ଆରମ୍ଭ ହୋଇଛି ଆଇଲାଣ୍ଡ କାଫେ । ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 8, 2024, 10:24 PM IST

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡେବରିଗଡ଼ର ଆଇଲାଣ୍ଡ କାଫେ
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡେବରିଗଡ଼ର ଆଇଲାଣ୍ଡ କାଫେ (ETV Bharat Odisha)

ସମ୍ବଲପୁର: ଚାରିଆଡେ କେବଳ ପାଣି ଓ ମଝିରେ ଘନ ସବୁଜିମା ପୂର୍ଣ୍ଣ ଦ୍ବୀପ ଓ ଦ୍ବୀପ ଭିତରେ ଏକ କେଫେ । ଏହି କଥା କଳ୍ପନା କରିବା ମାତ୍ରେ ଆମକୁ କୌଣସି ବିଦେଶର ପର୍ଯ୍ୟଟନ ସ୍ଥଳର ଦୃଶ୍ୟ ମନ ଭିତରେ ଝଲସି ଉଠେ । ଓଡ଼ିଶା ଓ ତାହା ପୁଣି ପଶ୍ଚିମ ଓଡିଶାରେ ଏମିତି ପର୍ଯ୍ୟଟନ ସ୍ଥଳ ଥିବା କଥା କହିଲେ ଆମକୁ ବୋଧହୁଏ ବିଶ୍ୱାସ ହେବ ନାହିଁ । ତେବେ ଏମିତି ସ୍ଥାନ ରହିଛି ସମ୍ବଲପୁରରେ । ଜିଲ୍ଲାର ଡେବରିଗଡ଼ ଅଭୟାରଣ୍ୟର ନିକଟରେ ହୀରାକୁଦ ଜଳଭଣ୍ଡାର ଭିତରେ ଥିବା ବେଟ ଆଇଲାଣ୍ଡ ବା ବାଦୁଡ଼ି ଦ୍ବୀପରେ ଏବେ ଆରମ୍ଭ କରାଯାଇଛି ଆଇଲାଣ୍ଡ କାଫେ । ଆଉ ଏଠାରେ ବର୍ତ୍ତମାନ ବିଭିନ୍ନ ପ୍ରକାର ଦେଶୀ ଓ ଜୈବିକ ପଦ୍ଧତିରେ ଉତ୍ପାଦିତ ଖାଦ୍ୟ ଉପଲବ୍ଧ କରାଯାଉଛି ।

ସମ୍ବଲପୁର ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଅଧୀନରେ ଆସୁଥିବା ଦେବ୍ରିଗଡ଼ ଅଭୟାରଣ୍ୟ ନିକଟ ହୀରାକୁଦ ଜଲଭଣ୍ଡାରର ବିସ୍ତୀର୍ଣ୍ଣ ଜଳ ରାଶି ଭିତରେ ରହିଛି ବାଦୁଡ଼ି ଦ୍ବୀପ । ଏହି ଦ୍ବୀପକୁ ଦେବ୍ରିଗଡ଼ ନେଚର କ୍ୟାମ୍ପରୁ ବୋଟ ମାଧ୍ୟମରେ ଯିବା ପାଇଁ 15ରୁ 20 ମିନିଟ ସମୟ ଲାଗିଥାଏ । ବୋଟରେ ହୀରାକୁଦର ଗଭୀର ଜଳ ରାଶିରେ ରୋମାଞ୍ଚକର ଯାତ୍ରା କଲା ପରେ ଏହି ଦ୍ବୀପ ରହିଛି । ଏହି ଦ୍ବୀପର ଚାରିଆଡେ ପାଣି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଏବେ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ କାଫେ ଖୋଲା ଯାଇଛି । କାଫେକୁ ସମ୍ପୂର୍ଣ୍ଣ ରୂପେ ବାଉଁଶ ଓ ବାଉଁଶ ପତ୍ରରେ ତିଆରି କରାଯାଇଛି । ଯେମିତି କି ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ପ୍ରାକୃତିକ ପରିବେଶର ସମ୍ପୂର୍ଣ୍ଣ ଅନୁଭୂତି ମିଳିବ ।

ସେପଟେ ଏଠାରେ ଶବ୍ଦ ପ୍ରଦୂଷଣ ନାହିଁ କି ବାୟୁ ପ୍ରଦୂଷଣ ମଧ୍ୟ ନାହିଁ । ଅନ୍ୟପଟେ ଏଠାରେ କୃତ୍ରିମ ଲାଇଟ ପ୍ରଦୂଷଣ ମଧ୍ୟ ନାହିଁ । ଏହି କାଫେରେ ସମ୍ବଲପୁର ଜିଲ୍ଲା ଓ ବରଗଡ଼ ଜିଲ୍ଲାର ଚାଷୀଙ୍କ ଦ୍ୱାରା ଜୈବିକ ପଦ୍ଧତିରେ ଉତ୍ପାଦିତ ଖାଦ୍ୟଶସ୍ୟର ବିଭିନ୍ନ ପ୍ରକାର ଖାଦ୍ୟ ଉପଲବ୍ଧ କରାଯାଇଛି । ଯେପରିକି ଏଠାରେ ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ତଥା ହୀରାକୁଦର ମାଛରୁ ତିଆରି ବିଭିନ୍ନ ପ୍ରକାର ଆଇଟମ ଉପଲବ୍ଧ କରାଯାଉଛି । ଏକା ଥରକେ ଏହି କାଫେରେ 40ରୁ 50 ଜଣ ପର୍ଯ୍ୟଟକଙ୍କ ପାଇଁ ଖାଇବା ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଖଣ୍ଡାଧାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ସହ ନୂଆବର୍ଷରେ ଜମୁଛି ପିକନିକ୍ ମଜା

ହୀରାକୁଦ ବନ୍ୟପ୍ରାଣୀ ବିଭାଗର DFO ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଡେବରିଗଡ଼ ଅଭୟାରଣ୍ୟର ଆଖପାଖର ଲୋକଙ୍କୁ ଏହି କେଫେ ପରିଚାଳନାର ଦାୟିତ୍ୱ ଦିଆଯାଇଛି । ସ୍ଥାନୀୟ ଯୁବକ ଯୁବତୀ ଏଠାରେ ନିଯୁକ୍ତି ପାଇଛନ୍ତି । ଅନ୍ୟପଟେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଏହି କାଫେ ପାଇଁ ମତ୍ସ୍ଯ ଯୋଗାଇ ରୋଜଗାର ପାଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.