ETV Bharat / state

ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ମୃତଦେହକୁ ରାସ୍ତାରେ ଛାଡ଼ି ପଳାଇଲା ମହାପ୍ରୟାଣ ଗାଡ଼ି

author img

By ETV Bharat Odisha Team

Published : Feb 9, 2024, 3:56 PM IST

Drunk Driver Of Mahaprayan Van: ଅଧା ରାସ୍ତାରେ ନବଜାତର ମୃତଦେହକୁ ଛାଡ଼ିଲା ମହାପ୍ରୟାଣ ଗାଡ଼ି । ଚାଳକଙ୍କ ଜଣକ ମଦ୍ୟପାନ ସହ ଲାଞ୍ଚ ନେଇଥିବା ଅଭିଯୋଗ । ମୃତଦେହକୁ ୧୫ କିଲୋମିଟର ବାଇକରେ ନେଇ ଘରେ ପହଞ୍ଚିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ମଦ୍ୟପ ଚାଳକର ଇନ୍ମୋତକାଣ୍ଡ , ନବଜାତ ମୃତଦେହକୁ ରାସ୍ତାରେ ଛାଡ଼ିଲା ମହାପ୍ରୟାଣ ଗାଡ଼ି

ମଦ୍ୟପ ଚାଳକର ଉନ୍ମତ୍ତକାଣ୍ଡ, ନବଜାତ ମୃତଦେହକୁ ରାସ୍ତାରେ ଛାଡ଼ିଲା ମହାପ୍ରୟାଣ ଗାଡ଼ି

ରାୟଗଡ଼ା: ନବଜାତ ମୃତଦେହକୁ ଅଧାବାଟରେ ଓହ୍ଲାଇଲା ମହାପ୍ରୟାଣ ଗାଡ଼ି । ୧୫ କିଲୋମିଟର ବାଇକରେ ଶିଶୁର ମୃତଦେହକୁ ନେଇ ଘରେ ପହଞ୍ଚିିଲେ ପରିବାର ଲୋକେ । ମହାପ୍ରୟାଣ ଗାଡ଼ି ଚାଳକ ମଦ୍ୟପାନ କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ । ମହାପ୍ରୟାଣ ଗାଡ଼ି ଚାଳକ ନିଶାସକ୍ତ ଅବସ୍ଥାରେ ରହିଥିବା ଯୋଗୁଁ ଅଳ୍ପକେ ବର୍ତ୍ତିଲେ ପରିବାରର ଚାରି ସଦସ୍ୟ ।

ସୂଚନାଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଲଛୁଗୁଡା ଗ୍ରାମର ପୂର୍ଣଚନ୍ଦ୍ର ଗୌଡ଼ଙ୍କ ସ୍ତ୍ରୀ ଜ୍ୟୋସ୍ନା ଗୌଡ଼ଙ୍କର ୩ ଦିନ ତଳେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଠିକ ନ ଥିବାରୁ ପ୍ରଥମେ କାଶିପୁର ଗୋଷ୍ଟୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ସେଠାରେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟି ମୃତ୍ୟୁବରଣ କରିଥିଲା । ହେଲେ ଶିଶୁଟିର ମୃତଦେହକୁ ମୁଖ୍ୟ ଚିକିତ୍ସାଲୟରୁ ମହାପ୍ରୟାଣ ଗାଡିରେ ନିଜ ଗ୍ରାମ ଲଛୁଗୁଡାକୁ ଆଣୁଥିବା ସମୟରେ ଡ୍ରାଇଭର ଜଣକ ଅତ୍ୟାଧିକ ମଦ୍ୟପାନ କରି ବିପଦଜନକ ଭାବେ ଗାଡ଼ି ଚଳାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ମାଲବୋଝେଇ ଟ୍ରକକୁ ଧକ୍କା ଦେଉଥିଲା । ହେଲେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲେ ଗାଡିରେ ବସିଥିବା ପରିବାର ଚାରି ଜଣ ସଦସ୍ୟ ।

ଏହାପରେ ମୃତକଙ୍କ ପରିବାର ଲୋକ ଡ୍ରାଇଭରକୁ ଗାଡି ଚଲାଇବା ପାଇଁ ବାରଣ କରିବାରୁ ତା'ସହ ପାଟିତୁଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ପିତା ପୂର୍ଣ୍ଣଚନ୍ଦ୍ର ଗୌଡ । ଗାଡ଼ିରେ ପରିବାର ଲୋକ ବସିଥିବାବେଳେ ନିଜକୁ ଅସୁରକ୍ଷିତ ମନେ କରି ମହାପ୍ରୟାଣ ଗାଡ଼ିରୁ କାଶୀପୁର ବ୍ଲକ ତୋଟାଗୁଡା ଛକରେ ଓଲ୍ହାଇ ପଡ଼ିଥିଲେ । ପରେ ଶିଶୁଟିର ମୃତଦେହକୁ ୧୫ କିଲୋମିଟର ବାଇକରେ ନିଜ ଗ୍ରାମକୁ ଆଣିଥିଲେ । କେବଳ ସେତିକି ନୁହେଁ ମୃତଦେହ ମହାପ୍ରରାୟଣ ଗାଡ଼ିରେ ନେବା ପାଇଁ ୨୫ଶହ ଟଙ୍କା ଡ୍ରାଇଭର ନେଇଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଅଲୋଡା ହେଲା ନବଜାତ ଶିଶୁ, ଅଳିଆ ଗଦାରୁ ମିଳିଲା ମୃତଦେହ

ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉକ୍ତ ପରିବାର । ଅନ୍ୟପଟେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ମହାପ୍ରୟାଣ ଗାଡିର ମଦ୍ୟପ ଚାଳକଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ସରକାର ଗରିବ ଲୋକଙ୍କ ସୁବିଧା ପାଇଁ ବହୁ ଯୋଜନା କରୁଥିବାବେଳେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ , ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.