ETV Bharat / state

ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ, ଗାଈ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଗୋପାଳକ

author img

By ETV Bharat Odisha Team

Published : Feb 16, 2024, 2:05 PM IST

Veterinary Doctors Strike: ଚାରି ଦଫା ଦାବି ନେଇ ଗତ ଜାନୁଆରୀ ୧୮ ତାରିଖରୁ ଆନ୍ଦୋଳନ ଚଳାଇଛନ୍ତି ପ୍ରାଣୀ ଚିକିତ୍ସକ । ବୌଦ୍ଧ ଜିଲ୍ଲାର ପଶୁପାଳକମାନେ ପ୍ରାଣୀମାନଙ୍କ ଚିକିତ୍ସା ସେବା ନପାଇ ସିଡିଭିଓଙ୍କୁ ଘେରାଉ କରିବା ସହ ଗାଈ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରି ପାଇଁ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ
ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ
ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ

ବୌଦ୍ଧ: କାର୍ଯ୍ୟ ବନ୍ଦ କରି ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ । ଚାରି ଦଫା ଦାବି ନେଇ ଗତ ଜାନୁଆରୀ ୧୮ ତାରିଖରୁ ଆନ୍ଦୋଳନ ଚଳାଇଛନ୍ତି ପ୍ରାଣୀ ଚିକିତ୍ସକ । ଦୀର୍ଘ ଦିନ ସମୂହ ଛୁଟିରେ ଥିବା ପ୍ରାଣୀ ଚିକିତ୍ସକମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଫଳରେ ସମ୍ପୂର୍ଣ୍ଣ ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବା ଠପ୍ ପଡ଼ିଛି । ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପଶୁପାଳକ । ଏନେଇ ବୌଦ୍ଧ ଜିଲ୍ଲାର ପଶୁପାଳକମାନେ ପ୍ରାଣୀମାନଙ୍କ ଚିକିତ୍ସା ସେବା ନପାଇ ଶେଷରେ ସିଡିଭିଓଙ୍କୁ ଘେରାଉ କରିବା ସହ ଗାଈ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରି ପାଇଁ ପହଞ୍ଚିଛନ୍ତି ।

ବିଭିନ୍ନ ଦାବିକୁ ନେଇ ସାରା ରାଜ୍ୟରେ ସମୂହ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ । ସେପଟେ ବୌଦ୍ଧ ଜିଲ୍ଲାର ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ଗୃହପାଳିତ ପଶୁ । ଜିଲ୍ଲାର ପଶୁପାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁଗ୍ଧ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ବ୍ୟାପକ ସମସ୍ୟା ଆରମ୍ଭ ହୋଇଗଲାଣି । ପ୍ରାଣୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ନମିଳିବାରୁ କେତେକ ସ୍ଥାନରେ ଗାଈଗୋରୁ ମୃତ୍ୟୁ କରିଥିବା ଅଭିଯୋଗ ହୋଇଛି । ଏନେଇ ଗୋପାଳକ ଓ ପ୍ରାଣୀ ପାଳକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଘେରାଉ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ସରକାରଙ୍କ ସହ ପ୍ରାଣୀ ଚିକିତ୍ସକଙ୍କ ଆଲୋଚନା ବିଫଳ, ବଢିଲା ପଶୁପାଳକଙ୍କ ଦୁର୍ଦ୍ଦଶା

ଏହାସହ ପ୍ରାଣୀପାଳକମାନେ ଏକ ଶୋଭାଯାତ୍ରାରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗାଈଗୋରୁଙ୍କୁ ନେଇ ପହଞ୍ଚିଥିଲେ । ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ପାଇଁ ଗୋପାଳକମାନେ ଏଡିଏମଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଆନ୍ଦୋଳନରେ ଥିବା ପ୍ରାଣୀ ଚିକିତ୍ସକମାନଙ୍କ ଦାବି ଗୁଡିକ ହେଲା, ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ସହ ଓଡ଼ିଶାର ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି ସୁବିଧା ପ୍ରଦାନ କରିବା ସହ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ହାରରେ ଏନ.ପି.ଏ ପ୍ରଦାନ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି କରିବା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.