ETV Bharat / state

ପରିକ୍ରମା ମାର୍ଗ ପ୍ରଦକ୍ଷିଣ; ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ପୁରୀ ଆସିବେ ଦୈନିକ ୧୦ ହଜାର ଭକ୍ତ

author img

By ETV Bharat Odisha Team

Published : Jan 24, 2024, 10:39 PM IST

Devotees to visit Sri Mandir Parikrama Marga: ଆସନ୍ତାକାଲିଠାରୁ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଦୈନିକ ୧୦ ହଜାର ଭକ୍ତ ଶ୍ରୀକ୍ଷେତ୍ର ଆସିବେ । ପ୍ରତି ପଞ୍ଚାୟତରୁ ବସ୍ ଯୋଗେ ଭକ୍ତମାନେ ପୁରୀ ଆସିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ । ଅଧିକ ପଢ଼ନ୍ତୁ

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ପୁରୀ ଆସିବେ ଦୈନିକ ୧୦ ହଜାର ଭକ୍ତ

ପୁରୀ: ଲୋକାର୍ପିତ ହୋଇସାରିଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ । ମହାପ୍ରଭୁଙ୍କର ଏହି ପରିକ୍ରମା ମାର୍ଗ ଭକ୍ତମାନେ କିଭଳି ପ୍ରଦକ୍ଷିଣ କରିପାରିବେ ସେନେଇ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆସନ୍ତାକାଲି ଠାରୁ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଦୈନିକ ୧୦ ହଜାର ଭକ୍ତ ଶ୍ରୀକ୍ଷେତ୍ର ଆସିବେ । ପ୍ରତି ପଞ୍ଚାୟତରୁ ବସ୍ ଯୋଗେ ଭକ୍ତମାନେ ପୁରୀ ଆସିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ । ପୁରୀ ଆସୁଥିବା ଭକ୍ତମାନେ କିଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଏଥିପାଇଁ ପୁରୀ ମଙ୍ଗଳାଘାଟ ନିକଟ ସମଙ୍ଗ ଠାରେ ୪୩ ଏକର ଅଞ୍ଚଳରେ ଏକ ବିଶାଳ ପାର୍କିଂ ସହିତ ପ୍ରଦର୍ଶନୀ ପଡିଆ ତିଆରି କରାଯାଇଛି । ପୁରୀକୁ ଆସୁଥିବା ଭକ୍ତମାନଙ୍କର ବସ୍ ସମଙ୍ଗ ପାର୍କିଂରେ ରହିବ । ସମଙ୍ଗ ପାର୍କିଂରେ ଭକ୍ତମାନଙ୍କ ସ୍ନାନ, ଜଳଖିଆ, ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ସମଙ୍ଗ ପାର୍କିଂରୁ ଭକ୍ତମାନେ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଏବଂ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିରକୁ ଯିବେ । ଶ୍ରୀମାର୍ଗରେ ଭକ୍ତମାନେ ଆଣିଥିବା ଗୁଆ, ଅରୁଆ ଚାଉଳ ଓ ନଡ଼ିଆକୁ ସ୍ବତନ୍ତ୍ର ସ୍ଥାନରେ ଦେବେ । ପରେ ବସ ଯୋଗେ ନିଜ ନିଜ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବେ । ଏହିଭଳି ଭାବେ ସାରା ରାଜ୍ୟର କୋଣ ଅନୁକୋଣରୁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଶ୍ରୀକ୍ଷେତ୍ର ବୁଲିବେ ।

ଜାନୁଆରୀ ୨୫ ରୁ ଫେବୃଆରୀ ୨୦ ମଧ୍ୟରେ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଭକ୍ତଙ୍କୁ ଶ୍ରୀକ୍ଷେତ୍ରକୁ ଅଣାଯିବ । ଭକ୍ତଙ୍କ ରହଣୀ, ଖାଦ୍ୟ ଓ ପାନୀୟ ପାଇଁ ସମଙ୍ଗ ପାର୍କିଂ ଠାରେ ଦୁଇଟି ବିଶାଳକାୟ ଟେଣ୍ଟ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ ପରେ ଭକ୍ତମାନେ ଜଗନ୍ନାଥ ବଲ୍ଲଭରେ ଆୟୋଜିତ ଜଗନ୍ନାଥ ସଂସ୍କୃତିକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିବେ । ପ୍ରତ୍ୟେକ ଦିନ ପାଖାପାଖି ଦେଢ଼ଶହ ବସ୍ ଆସିବାକୁ ଥିବାବେଳେ ମାସକ ମଧ୍ୟରେ ୪ ହଜାର ୫ଶହ ବସ୍ ଯାତାୟତ କରିବ । ସମଙ୍ଗ ପାର୍କିଂରେ ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଆରଟିଓ ପକ୍ଷରୁ ୨୪ ଘଣ୍ଟିଆ ଦୁଇଟି ସହାୟତା କେନ୍ଦ୍ର ଖୋଲାଯାଇଛି । ୫୫ କୋଟି ଟଙ୍କା ବ୍ୟୟରେ ୪୩ ଏକର ଜମିରେ ନିର୍ମିତ ହୋଇଥିବା ଏହି ସମଙ୍ଗ ପାର୍କିଂ ରାଜ୍ୟର ଅନ୍ୟତମ ବୃହତ୍ତମ ପାର୍କିଂ ସ୍ଥଳ ହେବ ।

ଏହା ମଧ୍ୟ ପଢ଼ନ୍ତୁ.....ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଦକ୍ଷିଣ କଲେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ

ସେହିପରି ଆଗାମୀ ଦିନରେ ବଡ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଏଠାରେ ଆୟୋଜନ କରିହେବ । ୫୦ ହଜାର ଲୋକଙ୍କୁ ନେଇ ଏଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ। ସେପଟେ ଆଜିଠାରୁ ଅର୍ପଣ ରଥରେ ସଂଗ୍ରହ ହୋଇଥିବା ଗୁଆ ନଡିଆ ଓ ଅରୁଆ ଚାଉଳ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି । ଏଗୁଡ଼ିକ ଗୁଣ୍ଡିଚା ମନ୍ଦିରରେ ରଖାଯାଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଗତକାଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.