କଟକ: ହଜାର ବର୍ଷର ସହର କଟକ ସହର ରେ ର ରହିଛି ଅନେକ ପରମ୍ପରା । ଆଉ ଦଶହରା ପର୍ବ ଆସିଲେ ଏହି ପରମ୍ପରା କଥା ମନେ ପଡେ । ଭାଇଚାରାର ସହର କଟକରେ ଦଶହରା ପର୍ବକୁ ନେଇ ଏଭଳି ଅନେକ ପରମ୍ପରା ରହିଛି ଆଉ ଯାହାକି ଏବେବି ଉଜ୍ଜୀବିତ ରହିଛି । ସପ୍ତମୀ, ଅଷ୍ଟମୀ ନବମୀ ପରି ଦଶମୀ ରେ ମଧ୍ୟ ଅନେକ ପରମ୍ପରା ରହିଛି । ଯାହାକି ଏଯାବତ ବଜାୟ ରହି ଆସୁଛି।ଦଶମୀରେ ଦହି ପଖାଳ, ସିନ୍ଦୁର ଖେଳ ଭଳି ଅପରାଜିତା ପୂଜା କଥା ଯାହାକି ଏବେବି ଅନେକ ପୂଜା ମଣ୍ଡପରେ କରାଯାଉଛି । କଟକର ଅନେକ ମଣ୍ଡପରେ ମା’ଙ୍କୁ ଦେବୀ ଭାବରେ ନୁହେଁ ବରଂ ଝିଅ ଭାବରେ ପୂଜା କରନ୍ତି । ତେବେ କାହିଁକି ଏହି ପରମ୍ପରା ?
ଏହା ବି ପଢନ୍ତୁ- ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ବାହାରିଲେ ମା’ ଦୁର୍ଗା ! ଏହା ବି ପଢନ୍ତୁ- ଦୁର୍ଗା ପୂଜାରେ ମା’ଙ୍କୁ ବି ଛାଡିଲେନି, 15 ଲକ୍ଷ ଟଙ୍କାର ସୁନା ରୂପା ଚୋରାଇ ନେଲେ |
କାହିଁକି ଦଶମୀ ରେ ଲାଗୁ ହୁଏ ଦହି ପଖାଳ-
ଦଶହରା ପର୍ବର ଆଜି ଶେଷ ପୂଜା ଅର୍ଥାତ ବିଜୟା ଦଶମୀ । ପରମ୍ପରା ଅନୁଯାୟୀ ସହରର ଅନେକ ମଣ୍ଡପରେ ମାଙ୍କ ପୂଜା କରାଯାଇଛି । ବିଶେଷକରି ଆଜି ବିଜୟା ଦଶମୀର ଅନେକ ପରମ୍ପରା କଥା ଯାହାକି ଆଜି ବି ବଜାୟ ରଖିଛି କଟକ।ବିଜୟା ଦଶମୀ ରେ ଦହି ପଖାଳ ଦେଇ ମାଙ୍କୁ ବିଦାୟ ଦେବାର ପରମ୍ପରା ଏବେବି ଉଜ୍ଜୀବିତ ରହିଛି । ବଙ୍ଗୀୟ ପରମ୍ପରା ଅନୁଯାୟୀ ଯେଉଁ ମଣ୍ଡପରେ ପୂଜା କରାଯାଉଛି ସେହି ମଣ୍ଡପରେ ହିଁ ଏହି ଦହି ପଖାଳ ଭୋଗ ମା’ଙ୍କ ପାଖରେ ଲାଗୁ କରାଯାଇଥାଏ । ଯେମିତି କି କଟକ କାଜିବଜାର ପୂଜା ମଣ୍ଡପ ଏହାର ଅନ୍ୟତମ ଉଦାହରଣ ବୋଲି କୁହାଯିବ । ମଣ୍ଡପରେ ମା’ ପୂଜା ପାଇବା ଦିନ ଠାରୁ ହିଁ ଏହି ଠାରେ ଦହି ପଖାଳ ଭୋଗ ଲାଗୁ କରାଯାଏ । ଦହିପଖାଳ ସାଙ୍ଗକୁ ଛଙ୍କା, ଶାଗ ଭଜା, କୋବି ଭଜା ଆଦି ମାଙ୍କ ପାଖରେ ଲାଗୁ କରାଯାଇଥାଏ ।ବିଶ୍ୱାସ ରହିଛି ଝିଅ ଯେପରି ବାପ ଘରୁ ଶାଶୁ ଘରକୁ ଗଲା ବେଳେ ଦହି ଦିଆଯାଏ, ଠିକ ମାଙ୍କୁ ମଧ୍ୟ ସେହିପରି ଦହି ପଖାଳ ଭୋଗ ଲାଗୁ କରାଯାଏ । ଏହି ପ୍ରସାଦ ମାଙ୍କ ନିକଟରେ ଲାଗୁହେବା ପରେ ସାହିର ସମସ୍ତ ଘରେ ଘରେ ବଣ୍ଟନ କରିବାର ପରମ୍ପରା ରହିଛି ।
ଏହା ବି ପଢନ୍ତୁ- କାଚ ମହଲରେ ବିରାଜିଛନ୍ତି ମା' ଜଗତ ଜନନୀ
କାହିଁକି ଦଶମୀ ରେ ସିନ୍ଦୁର ଖେଳ !