ETV Bharat / state

ଫୋକସରେ ଭୁବନେଶ୍ବରରେ ଭୋଟ ପ୍ରତିଶତ ବୃଦ୍ଧି, ଆରମ୍ଭ ହେଲା ସାଇକ୍ଲୋଥନ - Odisha Assembly Election 2024 - ODISHA ASSEMBLY ELECTION 2024

Cyclothon in Bhubaneswar: ଭୁବନେଶ୍ବରରେ ଭୋଟ ପ୍ରତିଶତ ବଢାଇବାକୁ ଆରମ୍ଭ ହେଲା ସାଇକ୍ଲୋଥନ। ଭୋଟର ଦିବସକୁ ଛୁଟି ଦିନ ନୁହେଁ ବରଂ ଗଣତନ୍ତ୍ରର ବଡପର୍ବ ଭାବେ ପାଳନ କରିବାକୁ ସଚେତନ । ଅଧିକ ପଢନ୍ତୁ

ଆରମ୍ଭ ହେଲା ସାଇକ୍ଲୋଥନ
ଆରମ୍ଭ ହେଲା ସାଇକ୍ଲୋଥନ (ETV BHARAT ODISHA)
author img

By ETV Bharat Odisha Team

Published : May 9, 2024, 3:53 PM IST

ଭୁବନେଶ୍ବରରେ ଭୋଟ ପ୍ରତିଶତ ବଢାଇବାକୁ ପ୍ରୟାସ, ଆରମ୍ଭ ହେଲା ସାଇକ୍ଲୋଥନ (ETV BHARAT ODISHA)

ଭୁବନେଶ୍ୱର: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ରାଜଧାନୀରେ ଆରମ୍ଭ ହେଲା ସାଇକ୍ଲୋଥନ ବା ସାଇକେଲ ଶୋଭାଯାତ୍ରା । ସହରୀ ଭୋଟରଙ୍କୁ ଭୋଟ ଦେବାକୁ ଆକୃଷ୍ଟ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଏମସି ପକ୍ଷରୁ ଭୁବନେଶ୍ୱର ଏପରି ଶୋଭାଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ପ୍ରତିଟି ନାଗରିକ ସଚେତନ ହୋଇ କିଭଳି ଭୋଟର ଦିବସକୁ ଛୁଟି ଦିନ ନୁହେଁ ବରଂ ଗଣତନ୍ତ୍ରର ବଡ ପର୍ବ ଭାବେ ପାଳନକରି ଭୋଟ ଦେବାକୁ ଆସିବେ ଏହି ଲକ୍ଷ୍ୟରେ ସାଇକେଲ ଶୋଭାଯାତ୍ରା କରାଯାଉଛି ।

ସିଆରପି ଛକର ଭେଣ୍ଡିଂ ଜୋନ ପାଖରୁ ସାଇକ୍ଲୋଥନ ଆରମ୍ଭ ହୋଇ ମହାତ୍ମାଗାନ୍ଧୀ ପାର୍କ ଯାଏଁ ହୋଇଥିଲା। ପତାକା ଦେଖାଇ ଓ ବେଲୁନ ଉଡାଇ ଏହି ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। ତାଙ୍କ ସହ ସାମିଲ ହୋଇଥିଲେ ବିଏମସି କମିଶନର ଓ ସିଆରପିଏଫ ଡ଼ିଆଇଜି। ଏଥିସହ ସିଆରପିଏଫ ଯବାନ, କ୍ରୀଡା ପ୍ରେମୀ, ଭେଣ୍ଡିଂ ଜୋନ ମାଲିକ ମାନେ, ସାଧାରଣ ଜନତାଙ୍କ ସହ ବହୁ ଯୁବ ଭୋଟର ହୋଇ ସାଇକେଲ ଚଳାଇ ନିଆରା ଢଙ୍ଗରେ ଭୋଟ ଦେବା ପାଇଁ ଲୋକମାନଙ୍କୁ ବୁଝାଇଥିଲେ । ରାଜଧାନୀ ଭୁବନେଶ୍ୱରରେ ମତଦା ପ୍ରତିଶତକୁ ବଢାଇବା ପାଇଁ ପ୍ରଶାସନର ଲଗାତାର ଭାବରେ ଏଭଳି ସଚେତନତା ଜାରି ରହିଛି।

ଏହା ମଧ୍ୟ ପଢନ୍ତୁ-ଗୁଜୁରାଟ ମତ୍ସ୍ୟଜୀବୀଙ୍କ ନିଆରା ପ୍ରୟାସ; ସମୁଦ୍ରରେ 100 ବୋଟରେ ଲେଖିଲେ ଭୋଟ୍‌ - Fisherman wrote VOTE by 100 Boats

ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ସହରରେ ମତଦାନର ପ୍ରତିଶତକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏହି କ୍ରମରେ ଆଜି ସାଇକ୍ଲୋଥନ କରାଯାଇଛି। ସଚେତନତା ମାଧ୍ୟମରେ ଆମେ ଅନୁରୋଧ କରୁଛୁ କି ଭୁବନେଶ୍ୱରର ଜନସାଧାରଣ ୨୫ ମେ ଦିନ ଆସନ୍ତୁ ଆଉ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ । ଆଉ ଭୁବନେଶ୍ୱର ମତଦାନର ପ୍ରତିଶତରେ ଏକ ରେକର୍ଡ ଆଣନ୍ତୁ। ଆମର ଗୋଟିଏ ମୂଲ୍ୟବାନ ଭୋଟ ଦେଶ ଗଠନରେ ସହାୟକ ହେବ ବା ଆମ ଗଣତନ୍ତ୍ରକୁ ସୁଦୃଢ କରିବ। ତେଣୁ ଭୋଟ ଦାତାଙ୍କ ଭାଗିଦାରୀତାର ପ୍ରତିଶତକୁ ବଢାଇବା ଏହି ସଚେତନତାର ଲକ୍ଷ୍ୟ ରହିଥିବା ବେଳେ ଆମେ ଆଶା କରୁଛୁ କି ଭୁବନେଶ୍ୱରରେ ଏହାର ସକାରାତ୍ମକ ଫଳ ଦେଖାଯିବ ।

ଗଣତନ୍ତ୍ର ର ସବୁଠାରୁ ବଡ ପର୍ବ ହେଉଛି ନିର୍ବାଚନ। ତେଣୁ "ନିର୍ବାଚନ ପର୍ବ ଆମ ଦେଶର ଗର୍ବ" ଏହି ବାର୍ତ୍ତା ବା ନାରା ନେଇ ମତଦାତାଙ୍କୁ ଭୋଟ ଦେବା ପାଇଁ ସଚେତନତା ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ୨୫ ମେ ରେ ଭୁବନେଶ୍ୱର ରେ ଭୋଟ ଗ୍ରହଣ ତାରିଖ ରହିଥିବା ବେଳେ ସହରାଞ୍ଚଳ ଭୋଟରଙ୍କୁ ନିର୍ବାଚନରେ ଅଧିକରୁ ଅଧିକ ସାମିଲ କରିବା ପାଇଁ ସଚେତନତା କରାଯାଇଛି । ଏଠାରେ ସୂଚନା ଥାଉକି, ଭୁବନେଶ୍ୱର ରେ ୪୩ ରୁ ୪୫ ପ୍ରତିଶତ ନାଗରିକ ଭୋଟ ଦେଇଥାନ୍ତି l ଏହା ରାଜ୍ୟର ସବୁଠାରୁ ସର୍ବନିମ୍ନ ମତଦାନ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେହିପରି ୧୧ ଲକ୍ଷ ଭୋଟର ରାଜଧାନୀ ଭୁବନେଶ୍ୱରରେ ରହିଥିବା ବେଳେ ୩ରୁ ୪ ଲକ୍ଷ ଭୋଟର ଭୋଟ ଦେଇଥାନ୍ତି। ୧୨ ରୁ ୧୫ ଲକ୍ଷ ଭୁବନେଶ୍ୱରର ଲୋକସଂଖ୍ୟା ହୋଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ମାତ୍ରାରେ ଆସି ମତଦାତା ଭୋଟ ଦେଇ ସଠିକ ନେତା ଚୟନ କରିବାକୁ ଆହ୍ଵାନ ଦେଇଛନ୍ତି ଜିଲ୍ଲାପାଳ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.