ETV Bharat / state

ଅକ୍ଟୋବରରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ, ମାଡ଼ି ଆସୁଛି ଆଉ ଏକ ଲଘୁଚାପ

ଅନେକ ସମୟରେ ଅକ୍ଟୋବରରେ ବାତ୍ୟାର ସାମ୍ନା କରିଛି ଓଡ଼ିଶା। ଏପରିକି ମହାବାତ୍ୟା ମଧ୍ୟ ଅକ୍ଟୋବର ମାସରେ ଆସି ଓଡ଼ିଶାକୁ ଛାରଖାର କରିଥିଲା। ପୁଣି ଚଳିତ ମାସରେ ଘାରିଛି ବାତ୍ୟା ଭୟ ।

author img

By ETV Bharat Odisha Team

Published : 2 hours ago

Cyclone Fear In Odisha
Cyclone Fear In Odisha (IMD)

ଭୁବନେଶ୍ବର: ଓଡ଼ିଶାରେ ଅକ୍ଟୋବରରେ ବାତ୍ୟା ଡର। ୨୦୧୮ ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା 'ତିତିଲି' । ଆଉ ଏହାର ୬ ବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଅକ୍ଟୋବର ମାସରେ ପୁଣି ଘାରିଛି ଓଡ଼ିଶାକୁ ବାତ୍ୟା ଭୟ। ବିଦେଶୀ ମଡେଲ ଆକଳନ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାିଛି । ଅକ୍ଟୋବର ମାସରେ ଓଡ଼ିଶା ମୁହାଁ ହେବକି ବାତ୍ୟା? ଆଉ ସେପରି ହେଲେ ପ୍ରଭାବ କିପରି ରହିବ, କେଉଁ ଅଞ୍ଚଳରେ ହେବ ବର୍ଷା ସେନେଇ ଆଶଙ୍କା ଦେଖାଦେଇଛି ।

ଆସୁଛି ଲଘୁଚାପ:

"ରାଜ୍ୟ ଉପରେ ଆଉ ଏକ ଲଘୁଚାପ ସମ୍ଭାବନା ଦେଖାଦେଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଯାହା ଅଧିକ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପର ରୂପ ନେବ। ଲଘୁଚାପର ରୂପ ନେବା ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁତି ଘନୀଭୂତ ହେବ । ଯାହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ହେବ ପ୍ରବଳ ବର୍ଷା। କିନ୍ତୁ ଲଘୁଚାପର ସମ୍ଭାବନାରେ କୌଣସି ସତର୍କ ସୂଚନା ଏବେ ସୁଦ୍ଧା ଦିଆଯାଇନଥିବାବେଳେ ପାଣିପାଗ ବିଭାଗ ଏହାର ପ୍ରକ୍ରିୟା ଉପରେ ନଜର ରଖିଛି । ଲଘୁଚାପ ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ" ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Cyclone Fear In Odisha (ETV Bharat Odisha)

ଏହା ବି ପଢନ୍ତୁ...23ରୁ କାଚିବ ! ମାଡି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବରରେ ହେବ କି ବାତ୍ୟା ?

ଏହା ବି ପଢନ୍ତୁ...୨୨ରେ ବାତ୍ୟା ଭୟ ! ଓଡ଼ିଶା ମୁହାଁ ହେବ କି ନାହିଁ, ଲଘୁଚାପ ପରେ IMD କରିବ ସ୍ପଷ୍ଟ

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ? ବର୍ଷାରେ ଉବୁଟୁବୁ ଆନ୍ଧ୍ର-ତାମିଲନାଡୁ-କର୍ଣ୍ଣାଟକ

ଏହା ମଧ୍ୟ ପଢନ୍ତୁ...୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କ

ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:
ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ପାଣିପାଗ ମୁଖ୍ୟତ ଶୁଖିଲା ରହିବା ସହ କାଁ ଭାଁ ସ୍ଥାନରେ ବର୍ଷର ସମ୍ଭାବନା ଦେଇଛି ବିଭାଗ। ଆସନ୍ତାକାଲି ବିଜୁଳି ଘଡଘଡି ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ,ଜଗତସିଂହପୁର , ପୁରୀ, ନୟାଗଡ, ଖୋର୍ଦ୍ଧା, ଗଂଜାମ , ଗଜପତି ,ମୟୁରଭଞ୍ଜ , କେନ୍ଦୁଝର ରାୟଗଡା, କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରିରେ ବିଜୁଳି ଘଡଘଡି ବର୍ଷା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

Odisha Weather
Odisha Weather (IMD)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.