ETV Bharat / state

'ଦାନା' ଛଡାଇ ନେଲା ଚାଷୀଙ୍କ ବର୍ଷକ ଯାକର ଦାନା

ବାତ୍ୟା 'ଦାନା' ପ୍ରଭାବରେ ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ହୋଇଛି। ଫଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ।

VEGETABLE CROPS DAMAGE IN JAJPUR
VEGETABLE CROPS DAMAGE IN JAJPUR (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଯାଜପୁର: ଯଦିଓ ବାତ୍ୟା 'ଦାନା' ଯାଜପୁର ଜିଲ୍ଲାରେ ବିଶେଷ କ୍ଷୟକ୍ଷତି କରିନି, ତଥାପି ଲଗାଣ ବର୍ଷା ଯୋଗୁଁ 4ଟି ବ୍ଲକରେ ବ୍ୟାପକ ଫସଲ ନଷ୍ଟ ହେଇଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ଦୁଇ ଦିନ ଧରି ଜିଲ୍ଲାରେ ହାରାହାରି 99 ମିଲିମିଟର ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ବିଶେଷ ଭାବେ ଧାନ ଓ ପନିପରିବା ଫସଲ ଅଧିକ ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ତୁରନ୍ତ ଫସଲ କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ କରିବାକୁ ଚାଷୀ ସରକାରଙ୍କୁ ନିବେଦନ କରିଛନ୍ତି । ସେପଟେ ଖୁବଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

VEGETABLE CROPS DAMAGE IN JAJPUR (ETV Bharat Odisha)

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା 'ଦାନା':

ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । 10ଟି ବ୍ଲକ ମଧ୍ୟରୁ ବିଶେଷ ଭାବରେ ଯାଜପୁର, ଦଶରଥପୁର,ବିଂଝାରପୁର ଏବଂ ବରୀ ବ୍ଲକରେ ବିଶେଷ ଭାବେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଧାନ ଚାଷ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ ଲଗାଣ ବର୍ଷା କାରଣରୁ ବିଲରେ ପାଣି ଜମି ନଷ୍ଟ ହୋଇଛି । ଯାଜପୁର ବ୍ଲକ ନାଥସାହୀ ପଞ୍ଚାୟତ ନୂଆପଡ଼ା ଗ୍ରାମରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।ଏହି ଗାଁରେ ଚାଷୀମାନେ ଧାନ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ କରିଥିଲେ ।କେବଳ ଏହି ଗାଁର ଏହି ଦୃଶ୍ୟ ନୁହେଁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ପ୍ରାୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଦିନ କେଇଟା ପରେ ଧାନ ଅମଳ ହୋଇଥାନ୍ତା ସବୁ ପାଣିରେ ନଷ୍ଟ ହୋଇଯାଇଛି । କୋବି, ବାଇଗଣ, ସାରୁ, ମୂଳା, ବିନ୍ ଭଳି ଅନ୍ୟ ପରିବା ଯାହାକୁ ଦେଖି ଚାଷୀ ନିଜ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି କ୍ଷତି ଭରଣା ପାଇଁ ଚାଷୀ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

VEGETABLE CROPS DAMAGE IN JAJPUR
VEGETABLE CROPS DAMAGE IN JAJPUR (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଏହା ମଧ୍ୟ ପଢନ୍ତୁ...ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସର୍ଭେ, ବାତ୍ୟା କ୍ଷୟକ୍ଷତିର ତୁରନ୍ତ ଆକଳନ ପାଇଁ ସଚିବଙ୍କୁ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ...'ଦାନା' ନେଇଗଲା ଚାଷୀର ଦାନା; ହେଲେ ଜିଲ୍ଲାପାଳ କହିଲେ...

'କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଉଛି ':

ସେହିପରି ଧର୍ମଶାଳା ବ୍ଲକ ପାଟପୁର, ମିର୍ଜାପୁର , କଣ୍ଟିଗଡ଼ିଆ, ନେଉଳପୁର ପଞ୍ଚାୟତରେ ହଜାର ହଜାର ଚାଷୀ କ୍ଷେତରେ ବିରି ଲଗାଇ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଧାର କରଜ କରି ଏହି ଚାଷ କରିଥାନ୍ତି । ଏବେ ବାତ୍ୟା ଦାନା ସବୁ ସୁଃଖ ଛଡାଇ ନେଇଛି । ହଜାର ହଜାର ହେକ୍ଟର ବିରି ଜମିରେ ପାଣି ଜମି ରହିଛି । ଏନେଇ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ କହିଛନ୍ତି," ଜିଲ୍ଲାରେ ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଉଛି । ଆକଳନ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଖୁବ ଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ । "

ଇଟିଭି ଭାରତ,ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.