ETV Bharat / state

ଉଗ୍ରରୂପ ଧାରଣ କରିବ ବାତ୍ୟା 'ଦାନା'; ସମୁଦ୍ର ଅଶାନ୍ତ, ବଢୁଛି ବର୍ଷା-ପବନ

ଦୁର୍ବଳ ହେବନି ବାତ୍ୟା 'ଦାନା' । ଭୀଷଣ ରୂପ ଧାରଣ କରିବ । ୧୦୦ରୁ ୧୨୦ କିମି ବେଗରେ ବହିବ ପବନ ।

Cyclone Dana Latest Update
Cyclone Dana Latest Update (ETV Bharat Odisha)
author img

By ETV Bharat Odisha Team

Published : 4 hours ago

Updated : 3 hours ago

ଭୁବନେଶ୍ବର: ଭୀଷଣ ରୂପ ଧାରଣ କରିବ ବାତ୍ୟା 'ଦାନା' । ଉପୁଡ଼ିଯିବ ବଡ଼ବଡ଼ ଗଛ । ବାତ୍ୟା ଦୁର୍ବଳ ହେବାର କୌଣସି ସମ୍ଭାବନା ନାହିଁ । ଭୀଷଣ ରୂପ ଧାରଣ କରି ଉପକୂଳ ଅତିକ୍ରମ କରିବ ବାତ୍ୟା । ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ ରହିବା ସହ ଏହା ବୃଦ୍ଧି ପାଇଁ ୧୨୦ କି.ମି ବେଗରେ ପବନ ବହିବ । ସେହିପରି ରାତିରୁ ଧିରେ ଧିରେ ବର୍ଷାର ପରମାଣ ବଢ଼ିବ । ସେପଟେ 'ଆଖି' ସୃଷ୍ଟି ହେବା ନେଇ ଏ ପର୍ଯ୍ୟନ୍ତ କିଛି ଆକଳନ କରିନାହିଁ ପାଣିପାଗ ବିଭାଗ ।

ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା:

ବର୍ତ୍ତମାନ ଭୀଷଣ ବାତ୍ୟା ରୂପ ନେଇ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା 'ଦାନା' । ଗତ ୬ ଘଣ୍ଟାରେ ୧୨ କି.ମି ବେଗରେ ଗତି କରୁଛି । ପାରାଦ୍ବୀପର ଦକ୍ଷିଣ ପୂର୍ବ ଦିଗରେ ୧୮୦ ଓ ଧାମରାର ଦକ୍ଷିଣ-ପୂର୍ବ ଦିଗରେ ୨୧୦ କିମି ଦୂରରେ ଓ ସାଗର ଆଇଲାଣ୍ଡର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୨୭୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା 'ଦାନା'।

Cyclone Dana Latest Update (ETV Bharat Odisha)

ଏହି ସମୟ ଗୁରୁତ୍ୱପୂର୍ଣ୍ଣ :

ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଜି ମଧ୍ୟ ରାତ୍ରିରୁ ଆସନ୍ତାକାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା 'ଦାନା'। ଧାମରା ଓ ଭିତରକନିକା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ । ଉପକୂଳ ପାଖରେ ବା ନିକଟରେ ଜୁଆର ୨ ମିଟର ପର୍ଯ୍ୟନ୍ତ ଆସିବ । ଲ୍ୟାଣ୍ଡଫଲ ପ୍ରକ୍ରିୟାକୁ ନେଇ ଆଜି ମଧ୍ୟ ରାତିରୁ କାଲି ସକାଳ ୯ ପର୍ଯ୍ୟନ୍ତ ସମୟ ଗୁରୁତ୍ୱପୂର୍ଣ୍ଣ ରହିଛି । ଲ୍ୟାଣ୍ଡଫଲ୍ ପରେ ଗତି ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ରହିବ । ପ୍ରଭାବରେ ଆଜି ରାତି ଠାରୁ ବର୍ଷାର ପ୍ରଭାବ ଦେଖାଯିବ । ଲ୍ୟାଣ୍ଡଫଲ ପରେ ବାତ୍ୟାର ଗତି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ରହିବ । ପରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବାତ୍ୟା । ଉତ୍ତର ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ରହିବ ।

ଏହା ମଧ୍ୟ ପଢ଼ନ୍ତୁ...ଲାଇଭ CYCLONE 'DANA' UPDATES: ରାତିରେ ବଢିବ ବର୍ଷା, 'ଦୁର୍ବଳ ହେବନି, ଭୀଷଣ ବାତ୍ୟାର ରୂପ ନେବ'

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ପାଇଁ ବିମାନ ଚଳାଚଳ ବାତିଲ, ଆଜି ସନ୍ଧ୍ୟା ୫ରୁ କାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ, 40 ବିମାନ ଉଡାଣ ବାତିଲ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ କାହିଁକି ବାରମ୍ବାର ମାଡ଼ ହେଉଛି ବାତ୍ୟା ? ବଙ୍ଗୋପସାଗର ଆଶୀର୍ବାଦ ନା ଅଭିଶାପ, କଣ କହିଲେ IIT ପ୍ରଫେସର...

Cyclone Dana Latest Update
Cyclone Dana Latest Update (IMD)

ଦୁର୍ବଳ ହେବନି ବାତ୍ୟା:

ଲ୍ୟାଣ୍ଡଫଲ ପରେ ଉତ୍ତର ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବା ସହ ପ୍ରବଳ ବର୍ଷା ହେବ । ବର୍ତ୍ତମାନ ବାତ୍ୟା ଦୁର୍ବଳ ହେବାର କୌଣସି ସମ୍ଭାବନା ନାହିଁ । ବାତ୍ୟା ଭୀଷଣ ରୂପ ଧାରଣ କରି ଉପକୂଳ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୦୦ରୁ ୧୧୦ ପର୍ଯ୍ୟନ୍ତ ରହିବ । ଏହା ବୃଦ୍ଧି ପାଇଁ ୧୨୦ ମଧ୍ୟ ହୋଇପାରେ ବୋଲି ଆକଳନ କରାଯାଇଛି । ସେପଟେ 'ଆଖି' ସୃଷ୍ଟି ହେବା ନେଇ ବର୍ତ୍ତମାନ ପାର୍ଯ୍ୟନ୍ତ କୌଣସି ଆକଳନ କରିନାହିଁ ପାଣିପାଗ ବିବାଗ ।

Cyclone Dana Latest Update
Cyclone Dana Latest Update (IMD)

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.