ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀରେ କେମିତି ଅଛନ୍ତି ଲୋକେ ? ନୟାଗଡ଼ରୁ ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ

ଜିରୋ କାଜୁଆଲିଟି ମିଶନରେ ପ୍ରସ୍ତୁତ ରାଜ୍ୟ ସରକାର । ନୟାଗଡ଼ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ କେମିତି ଅଛନ୍ତି ଲୋକେ, ସେନେଇ ଇଟିଭି ଭାରତ କରିଛି ରିଆଲିଟି ଚେକ୍।

CYCLONE SHELTER NAYAGARH
CYCLONE SHELTER NAYAGARH (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ନୟାଗଡ଼: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଲୋକଙ୍କ ମନରେ ଛନକା । ଜିରୋ କାଜୁଆଲିଟି ମିଶନରେ ପ୍ରସ୍ତୁତ ରାଜ୍ୟ ସରକାର । ଲୋକଙ୍କ ଯେପରି କ୍ଷତି ନହୁଏ, ସେଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ହେଲେ କେତେ ପ୍ରସ୍ତୁତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ତାହାର ରିଆଲିଟି ଚେକ୍ କରିଛି 'ଇଟିଭି ଭାରତ' ।

ଚମ୍ପତିପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରୁ ଗ୍ରାଉଣ୍ଡ ରିପୋର୍ଟ:
ଚମ୍ପତିପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ବରେ ରହିଥିବା ସମ୍ପାଦକ ଭଗବାନ ଜେନା କହିଛନ୍ତି, "ବାତ୍ୟା ଆଶ୍ରୟସ୍ଥଳକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଇଛି । ଆଶ୍ରୟସ୍ଥଳରେ ବିଦ୍ୟୁତର ସୁବିଧା ହୋଇଛି, ସମସ୍ତ ରୁମ ଗୁଡିକୁ ସଫା କରାଯାଇଛି। ପାଇଖାନାକୁ ମଧ୍ୟ ସଫା କରାଯାଇଛି କରାଯାଇଥିଲା। ପାନୀୟ ଜଳର ସୁବିଧା ଠିକ ନହୋଇପାରିବାରୁ ପାଖରେ ଥିବା ବିଦ୍ୟାଳୟରେ ସମସ୍ତ ଅସହାୟ ଲୋକମାନଙ୍କୁ ରଖାଯାଇଛି । ବିଦ୍ୟାଳ ରେ ସମସ୍ତ ସୁବିଧା ଯୋଗାଇଦିଆଯାଇଅଛି ବିଦ୍ୟାଳୟର ପାଇଖାନା ସଫେଇ କରିବା ସହିତ ସମସ୍ତ ରୁମ୍ ଗୁଡିକୁ ସଫେଇ କରି ରଖାଯାଇଛି । ଆଖପାଖରେ ଯେଉଁ ମାନେ କଚ୍ଚା ଘରେ ରହୁଛନ୍ତି ଏବଂ ଯେଉଁ ମହିଳା ମାନେ ଗର୍ଭବତୀ ରହିଛନ୍ତି ସେମାନଙ୍କୁ ସୂଚିତ କରାଯାଇଛି । ଆବଶ୍ୟକ ପଡିଲେ ସେମାନଙ୍କୁ ଉଦ୍ଧାର କରାଯାଇ ସେଠାକୁ ଅଣାଯିବ ବୋଲି କୁହାଯାଇଛି l ବୟସ୍କ ବ୍ୟକ୍ତିମାନଙ୍କୁ ଅଟୋ ସାହାଯ୍ୟରେ ନିକଟବର୍ତ୍ତୀ ବିଦ୍ୟାଳୟକୁ ଆଣି ଥାଇଥାନ କରାଯାଉଛି l

CYCLONE SHELTER NAYAGARH (ETV Bharat Odisha)

ଏହା ବି ପଢନ୍ତୁ...CYCLONE 'DANA' UPDATES: ରାତିରେ ବଢିବ ବର୍ଷା, 'ଦୁର୍ବଳ ହେବନି, ଭୀଷଣ ବାତ୍ୟାର ରୂପ ନେବ'

ଏହା ବି ପଢନ୍ତୁ...ଉଗ୍ରରୂପ ଧାରଣ କରିବ ବାତ୍ୟା 'ଦାନା'; ସମୁଦ୍ର ଅଶାନ୍ତ, ବଢୁଛି ବର୍ଷା-ପବନ

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ପାଇଁ ବିମାନ ଚଳାଚଳ ବାତିଲ, ଆଜି ସନ୍ଧ୍ୟା ୫ରୁ କାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ, 40 ବିମାନ ଉଡାଣ ବାତିଲ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ କାହିଁକି ବାରମ୍ବାର ମାଡ଼ ହେଉଛି ବାତ୍ୟା ? ବଙ୍ଗୋପସାଗର ଆଶୀର୍ବାଦ ନା ଅଭିଶାପ, କଣ କହିଲେ IIT ପ୍ରଫେସର...

CYCLONE SHELTER NAYAGARH
CYCLONE SHELTER NAYAGARH (ETV Bharat Odisha)

ରାଜସ୍ବ ନିରୀକ୍ଷକ ଅମଲାବତୀ ମଲ୍ଲିକଙ୍କ କହିବା ଅନୁସାରେ, "ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି। ସରିଲା ପରେ ସେଠାକୁ ସମସ୍ତ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରାଯିବ l" ବାତ୍ୟା ଆସୁଥବା ଖବର ଆଗରୁ ଦିଆଯାଇଥିଲେ ମଧ୍ୟ କିଭଳି ବାତ୍ୟା ଆଶ୍ରୟ ସ୍ଥଳୀରେ ଜଳର ସୁବିଧା କରାଯାଇନଥିଲା ସେନେଇ ଉଠିଛି ପ୍ରଶ୍ନ l ସେପଟେ ନୟାଗଡ଼ ପୋଲିସ ପକ୍ଷରୁ ସଜାଗ ରହିଥିବା ନେଇ କହିଛନ୍ତି ନୟାଗଡ଼ SDPO ସୁଦର୍ଶନ ଗଙ୍ଗୋଇ। ସେପଟେ ଚାଷୀଙ୍କୁ ଘାରିଛି ଚାଷ ଉଜୁଡି ଯିବାର ଭୟ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.