ETV Bharat / state

ବାତ୍ୟା ‘ଦାନା’ରେ ଜିରୋ କାଜୁଆଲଟି ଲକ୍ଷ୍ୟରେ ଓଡ଼ିଶା ସରକାର, ୭୫୦ ରିଲିଫ ସେଣ୍ଟର-ଆଶ୍ରୟସ୍ଥଳୀ ପ୍ରସ୍ତୁତ

ବାତ୍ୟା ‘ଦାନା’ ପାଇଁ ସରକାର ପୂରା ପ୍ରସ୍ତୁତ । ରିଲିଫ ସେଣ୍ଟର ଓ ଆଶ୍ରୟସ୍ଥଳୀ ପ୍ରସ୍ତୁତ ସହ ସମସ୍ତ ବ୍ୟବସ୍ଥା ସରିଥିବା ରାଜସ୍ବ ମନ୍ତ୍ରୀଙ୍କ ସୂଚନା ।

ଆସୁଛି ବାତ୍ୟା ‘ଦାନା’: ରାଜ୍ୟରେ 250 ରିଲିଫ୍‌ ସେଣ୍ଟର ଓ 5ଶହରୁ ଊର୍ଦ୍ଧ୍ବ ଆଶ୍ରୟସ୍ଥଳୀ ପ୍ରସ୍ତୁତ
ଆସୁଛି ବାତ୍ୟା ‘ଦାନା’: ରାଜ୍ୟରେ 250 ରିଲିଫ୍‌ ସେଣ୍ଟର ଓ 5ଶହରୁ ଊର୍ଦ୍ଧ୍ବ ଆଶ୍ରୟସ୍ଥଳୀ ପ୍ରସ୍ତୁତ (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ' ଆଜି ସକାଳ ସାଢେ ୫ଟାରେ ସାମ୍ଭାବ୍ୟ ବାତ୍ୟା ଅବପାତରେ ପରିଣତ ହୋଇଛି । ପାରାଦୀପଠାରୁ ଏହା ପ୍ରାୟ 730 କିମି ଦୂରରେ ରହିଛି । ଘଣ୍ଟାକୁ ପ୍ରାୟ 110ରୁ 120 କି.ମି ବେଗରେ ପବନ ବହିବ । ତେଣୁ ଆସନ୍ତା 25 ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏନେଇ ସମସ୍ତ ଆଗୁଆ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ' ଏହା କହିଛନ୍ତି ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

  • ପ୍ରସ୍ତୁତ ହୋଇଛି 750 ରିଲିଫ ସେଣ୍ଟର :

ରାଜ୍ୟ ସରକାରଙ୍କ ପକ୍ଷରୁ 250 ରିଲିଫ ସେଣ୍ଟରକୁ ପ୍ରସ୍ତୁତ କରାଯାଇଛି । ସେଥିରେ ସମସ୍ତ ମାନବୀୟ ସୁବିଧା ସହ ରନ୍ଧା ଓ ଶୁଖିଲା ଖାଦ୍ୟ, ଔଷଧ, ଆଲୋକ ବ୍ୟବସ୍ଥା କରାଯାଇଛି । ମହିଳା ପୋଲିସ କର୍ମଚାରୀ ମଧ୍ୟ ଏଠାରେ ନିୟୋଜିତ ହୋଇଛନ୍ତି । ଏହା ଛଡା ଆଉ ପ୍ରାୟ 500 କାମଚଳା ରିଲିଫ କେନ୍ଦ୍ର ପ୍ରସ୍ତୁତ ହୋଇଛି । ଏହା ମୁଖ୍ୟତଃ ସରକାରୀ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟରେ କରାଯାଇଛି । ସ୍ଥାନାନ୍ତରିତ ହୋଇ ରିଲିଫ୍‌ ସେଣ୍ଟରକୁ ଆସୁଥିବା ଲୋକଙ୍କ ଲାଗି ସମସ୍ତ ସୁବିଧା କରାଯାଇଛି ।

ଆସୁଛି ବାତ୍ୟା ‘ଦାନା’: ଜିରୋ-କାଜୁଆଲିଟି ମୋଡରେ ସରକାର, 250 ରିଲିଫ୍‌ ସେଣ୍ଟର ଓ 5ଶହ ଆଶ୍ରୟସ୍ଥଳୀ ପ୍ରସ୍ତୁତ (Etv bharat Odisha)

ଗର୍ଭବତୀ ଓ ଆସନ୍ନ ପ୍ରସବାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା:-ଗର୍ଭବତୀ ଓ ଆସନ୍ନ ପ୍ରସବାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗର୍ଭବତୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗରେ ଅଛୁ । ଆସନ୍ତା 7ଦିନ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ମହିଳାଙ୍କ ଉପରେ ନଜର ରଖାଯାଇଛି । ଏମାନଙ୍କୁ ହସ୍ପିଟାଲରେ ଆଗୁଆ ଭର୍ତ୍ତି କରାଯିବ । 23 ତାରିଖ ରାତିରୁ 24 ସକାଳ ମଧ୍ୟରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବ । 25 ତାରିଖ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ଏହା ପୂର୍ବରୁ ଶିଶୁ, ବରିଷ୍ଠ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

ମହଜୁଦ ଅଛି ରିଲିଫ ସାମଗ୍ରୀ, ଫେରିଲେଣି ମତ୍ସ୍ୟଜୀବୀ :-

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମୁଖ୍ୟତଃ ଦୁଇଟି କାର୍ଯ୍ୟ ଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ପ୍ରାଯ୍ୟାପ୍ତ ପରିମାଣର ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ଓ ଆଖପାଖ ଜିଲ୍ଲାରେ ବ୍ୟାପକ ରିଲିଫ ସାମଗ୍ରୀ ଓ ପଲିଥିନ ଗଛିତ ହୋଇଛି । ସେହିପରି କଳାବଜାରୀ ରୋକିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି । ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀ ଫେରିଆସିଛନ୍ତି । 7 ଟ୍ରଲର ଆସିବା ଆଜି ସକାଳେ ଆସିବାର ଥିଲା । ସମ୍ବେଦନଶୀଳ ଜିଲ୍ଲା ଉପରେ ନଜର :-ବିଭିନ୍ନ ସଂସ୍ଥାର ପୂର୍ବ ଅନୁମାନ, ଆକଳନ ସହ ବାସ୍ତବ ଚିତ୍ର ମଧ୍ୟରେ ତାଳମେଳ ରହୁନାହିଁ । ତେଣୁ ଆକଳନ ସହ ସାମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି । ୯ ଜିଲ୍ଲାରେ ରେଡ଼ ଆଲର୍ଟ ଜାରି କରାଯାଇଛି । ବାକି ଅରେଞ୍ଜ ଓ ୟେଲୋରେ ରଖିଛୁ । ସବୁ ଜିଲ୍ଲାରେ ବର୍ଷା ହେବ । ଯାଜପୁର, ଜଗତସିଂହପୁର କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଓ ପୁରୀକୁ ଅଧିକ ସତର୍କ ରଖାଯାଇଛି । ଯାହା ବାତ୍ୟା ଦୃଷ୍ଟିରୁ ଅଧିକ ସମ୍ବେଦନଶୀଳ । ଜିଲ୍ଲା ଯିବେ ଅଭିଜ୍ଞ ଅଧିକାରୀ :-ପୂର୍ବରୁ ଏହି ଜିଲ୍ଲାରେ ବିଡିଓ, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ଅଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପୂର୍ବରୁ ଏମାନେ ହୁଡୁହୁଡୁ, ତିତିଲି, ଫାଇଲିନ, ଅମ୍ଫାନ ସମୟରେ ଏହି ଜିଲ୍ଲାରେ ନିୟୋଜିତ ଥିଲା । ସେମାନଙ୍କୁ ବର୍ତ୍ତମାନର ଦାଇତ୍ୱରୁ କାଢି ପୂର୍ବ ଜିଲ୍ଲାକୁ ପାଠଯିବ । ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ସେମାନଙ୍କ ଅଭିଜ୍ଞତାକୁ ସାମ୍ଭାବ୍ୟ ବାତ୍ୟା ମୁକାବିଲା ଓ ପରିଚାଳନାରେ ବ୍ୟବହାର ହେବ ।ଓଡ୍ରାଫ ଓ ଏନଡିଆରଏଫର ମୁଭମେଣ୍ଟ ଆରମ୍ଭ:-ରେଡ ଆଲର୍ଟ ଜିଲ୍ଲାକୁ ଓଡ୍ରାଫ ଓ ଏନଡିଆରଏଫର ମୁଭମେଣ୍ଟ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ଲୋକଙ୍କ ପାଖରେ ପହଁଚିଛନ୍ତି । ଚପର ବ୍ୟବସ୍ଥା ହୋଇଛି । ବାତ୍ୟା ସମୟରେ ଚପରର ସୁରକ୍ଷା ଲାଗି ସ୍ୱତନ୍ତ୍ର ହେଙ୍ଗର ବ୍ୟବସ୍ଥା ହେଉଛି । ସିଭିଲ ଏଭିଏସନ ବିଭାଗ ସହ ଯୋଗାଯୋଗ ହୋଇଛି । ସେହିପରି ରେଳପଥ ସୁରକ୍ଷିତ ଲାଗି ଯୋଗାଯୋଗରେ ଅଛୁ । ହାଇଟେକ ମୋବାଇଲ, ସୋଲାର ମୋବାଇଲ ବ୍ୟବସ୍ଥା ହେଉଛି । ସାମ୍ଭାବ୍ୟ ବାତ୍ୟା ପରବର୍ତ୍ତୀ ରାସ୍ତା ମରାମତି ଲାଗି ପୂର୍ତ୍ତ ବିଭାଗକୁ ସଜାଗ କରାଯାଇଛି । ରିଲିଫ ସେଣ୍ଟରକୁ ବ୍ୟାକଅପ ବିଜୁଳି ଯୋଗାଇବାକୁ ଶକ୍ତି ବିଭାଗକୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ 1 ନମ୍ବର ବିପଦ ସଂକେତ :-

ରାଜ୍ୟର ସମସ୍ତ ବନ୍ଦରକୁ ରେଡ ଆଲର୍ଟ ଜାରି କରାଯାଇଛି । ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରକୁ ବିପଦ ସଙ୍କେତ ଜାରି ହୋଇଛି । ସବୁ ବନ୍ଦରକୁ 1 ନମ୍ବର ବିପଦ ସଙ୍କେତ ଜାରି କରିଛନ୍ତି ସରକାର । ଏ ନେଇ ଗଞ୍ଜାମ, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନ ପଦ୍ମନାଭ ବେହେରା ।

ଜଳ ଭଣ୍ଡାରରୁ ହେବ ସଠିକ ଜଳ ପରିଚାଳନା:-

ଜଳସମ୍ପଦ ବିଭାଗ ଅଧିକ ସତର୍କ ଅଛି । ରାଜ୍ୟରେ ଅନେକ ଛୋଟ ଓ ବଡ଼ ଡ୍ୟାମ ଅଛି । ଫସଲ ଓ ଚାଷ କାର୍ଯ୍ୟ ଲାଗି ଜଳ ଭଣ୍ଡାରରେ ପାଣି ରଖିଥାଉ । ସାମ୍ଭାବ୍ୟ ବାତ୍ୟା ଓ ଏହା ପ୍ରଭାବରେ ବର୍ଷାକୁ ଦୃଷ୍ଟିରେ ରଖି ଜଳ ଭଣ୍ଡାର ପରିଚାଳନା କରାଯିବ । ଡ୍ୟାମ ଜଳ ଓ ବର୍ଷ ଜଳ ଯେପରି କ୍ଷୟକ୍ଷତି ନକରେ ଖସଡ଼ା ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା ନୁହେଁ ଲୋକଙ୍କ ସୁରକ୍ଷା ଆମର ଗୁରୁତ୍ୱ । ସ୍ଥାନୀୟ ପରୀକ୍ଷା ବାତିଲ କରାଯିବ । ଅତୀତରେ ବାତ୍ୟା ପରିଚାଳନାରେ ସାମାଜିକ ସଂଗଠନ ଚମତ୍କାର କାର୍ଯ୍ୟ କରିଛନ୍ତି । ସାମାଜିକ ସଂଗଠନର ତାଲିକା ଆମ ପାଖରେ ଅଛି । ସେମାନଙ୍କ ସହ ଜିଲ୍ଲାର ପ୍ରଶାସନ ଯୋଗାଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.