ETV Bharat / state

ଆଜିଠୁ SCBରେ 250 ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ନେଇ ଚିନ୍ତା - SCB House Surgeons

House Surgeon And Nursing Officer Face Off In SCB Medical: କଟକ ଏସସିବିରେ ହାଉସ ସର୍ଜନ ଓ ଷ୍ଟାଫ ନର୍ସ ବିବାଦ । କାଲିଠୁ ଆନ୍ଦୋଳନ କରିବେ ହାଉସ ସର୍ଜନ । ପ୍ରବାବିତ ହେବ ରୋଗୀସେବା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 16, 2024, 10:06 PM IST

Updated : Jul 17, 2024, 6:35 AM IST

House Surgeon And Nursing Officer Face Off In SCB Medical
House Surgeon And Nursing Officer Face Off In SCB Medical (ETV Bharat Odisha)

କଟକ: ଏସସିବି ମେଡିକାଲରେ ପ୍ରଭାବିତ ହେବ ସ୍ବାସ୍ଥ୍ୟସେବା । ଆସନ୍ତାକାଲି (ବୁଧବାର)ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ହାଉସ ସର୍ଜନ । ଆନ୍ଦୋଳନରେ ସାମିଲ ହେବେ 250 ହାଉସ ସର୍ଜନ । ଆଉଟଡୋର, ୱାର୍ଡ, ICU ଓ OTରେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ହାଉସ ସର୍ଜନ । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ସେପଟେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ପ୍ରଭାବରେ ରୋଗୀଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପଡ଼ିବ ।

SCB House Surgeon And Nursing Officer Face Off (ETV Bharat Odisha)

ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ଭିତରେ ଚାଲିଥିବା ବିବାଦ ଉଗ୍ର ରୂପ ଧାରଣ କରିବାକୁ ଲାଗିଲାଣି । ଗତ ରବିବାର ଦିନ ସନ୍ଧ୍ୟା ସମୟରେ ମେଡ଼ିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଜଣେ ନର୍ସ ଓ ହାଉସ ସର୍ଜନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା । ଏମିତିକି ଏହା ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦରେ ପରିଣତ ହୋଇଥିଲା । ରବିବାରଠାରୁ ଉଭୟ ଉଭୟଙ୍କ ବିରୁଦ୍ଧରେ ଆରୋପ ପ୍ରତ୍ୟାରୋପ କରି ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ହେଲେ ଏନେଇ କୌଣସି ସମାଧାନ ନ ହେବାରୁ ଆଜି ଶତାଧିକ ନର୍ସିଂ କର୍ମଚାରୀ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟଳୟରେ ଧାରଣା ଦେବା ସହ ଦୀର୍ଘ ସମୟ ଧରି ହୋହାଲ୍ଲା କରିଥିଲେ ।

SCB House Surgeons
SCB House Surgeons (SCB House Surgeons Union)

ଏହି ବିବାଦର ସମାଧାନ ପାଇଁ କମିଟି ମିଟିଂ ଚାଲିଥିବା ବେଳେ ଅଭିଯୋଗ କାରିଣୀ ନର୍ସଙ୍କ ମୋବାଇଲକୁ ବରିଷ୍ଠ ଅଧିକାରୀମାନେ ଛଡାଇ ନେଇଥିବା ଅଭଯୋଗ କରି ଶତାଧିକ ନର୍ସ ଅଧିକ୍ଷକଙ୍କ କକ୍ଷ ଭିତରକୁ ଧସେଇ ପଶିଥିଲେ । ତେବେ ସେଦିନ ରକ୍ତ ଦେବାକୁ ନେଇ ହୋଇଥିବା ପାଟିତୁଣ୍ଡ ପରେ ଦଶରୁ ଊର୍ଦ୍ଧ୍ବ ହାଉସ ସର୍ଜନ ଆସି ଉକ୍ତ ନର୍ସଙ୍କୁ କବାଟ ବନ୍ଦ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଘଟଣାରେ ହାଉସ ସର୍ଜନମାନେ ମଧ୍ୟ ଆଜି ଅଧିକ୍ଷକଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଉପରେ ମିଛ ଅଭିଯୋଗ କରାଯାଇଥିବା କହିଛନ୍ତି ହାଉସ ସର୍ଜନ । ଯାହାକୁ ନେଇ ଆସନ୍ତାକାଲି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ । ଯେଉଁମାନେ ସେମାନଙ୍କ ଉପରେ ମିଛ ଅଭିଯୋଗ ଆଣିଛନ୍ତି ଯେ ପର୍ଯ୍ୟନ୍ତ ସେମାନେ କ୍ଷମା ମାଗିନାହାଁନ୍ତି ସେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳରେ ବସିବେ ବୋଲି ହାଉସ ସର୍ଜନମାନେ କହିଛନ୍ତି ।

ସେପଟେ ମେଡିକାଲ କଲେଜ ପରିସର ସିଟି ସ୍କାନ ମେସିନ ଅଚଳାବସ୍ଥା ନେଇ ତେଜିବାରେ ଲାଗିଛି ବିବାଦ । ଏନେଇ ଆଜି ସୁବାସ ସଙ୍ଘଠନ ପକ୍ଷରୁ ରଞ୍ଜନରଶ୍ମି ବିଭାଗ ଆଗରେ ଧାରଣା ଦିଆଯାଇଛି । ବର୍ଷ ବର୍ଷ ଧରି ଏହି ମେସିନ ଖରାପ ହେବା ସତ୍ତ୍ୱେ ଏସସିବି କତ୍ତୃପକ୍ଷ ଏହି ଦିଗର ଠୋସ ପଦକ୍ଷେପ ନେଉ ନହାନ୍ତି । ଯାହା ଫଳରେ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ପୂର୍ବରୁ ଥିବା ସରକାର ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହେଇଛନ୍ତି । ତେଣୁ ବର୍ତ୍ତମାନର ସ୍ୱାସ୍ଥ୍ୟ ବିଭାଗ ନିଶ୍ଚୟ ରୁପରେ ଏହି ସମସ୍ୟା ଉପରେ ରୋକ ଲଗାଇବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ 3 ମେଡିକାଲ କଲେଜ ଶୀଘ୍ର ହେବ କାର୍ଯ୍ୟକ୍ଷମ: ସ୍ୱାସ୍ଥ୍ୟମନ୍ତ୍ରୀ - New Medical Colleges In Odisha

ଅନ୍ୟପଟେ ରୋଗୀଙ୍କ ପରିବାର ଲୋକେ ମଧ୍ୟ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଅଲ୍ଟ୍ରାସାଉଣ୍ଡ ପାଇଁ ଟିକେଟ କରିବା ପରେ ମଧ୍ୟ ମେସିନ ଖରାପ ଥିବା ନେଇ ଉପସ୍ଥିତ କର୍ମଚାରୀ କହିବା ପରେ ବିନା ପରୀକ୍ଷାରେ ଫେରୁଛନ୍ତି ରୋଗୀ । ତେବେ ଏହି ଦିଗରେ ଶୀଘ୍ର ସମାଧାନର ବାଟ ନ ଫିଟିଲେ ଏକ ବଡ଼ ଜନ ଆକ୍ରୋଶର ସାମ୍ନା କରିବ ବୋଲି ଚେତାବନୀ ଦେଇଛି ସୁବାସ ସଙ୍ଗଠନ । କିଛି ଦିନ ପୂର୍ବରୁ ଏସସିବି ମେଡିକାଲରେ ସିଟି ସ୍କାନ ମେସିନ୍ ଅଚଳ ହୋଇଥିଲା । ମେଡିକାଲରେ ଦୁଇଟି ଯାକ ସିଟି ସ୍କାନ ମେସିନ୍ ଅଚଳ ହୋଇପଡିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ ରୋଗୀ ।

ଇଟିଭି ଭାରତ, କଟକ

Last Updated : Jul 17, 2024, 6:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.