ETV Bharat / state

SCBରେ ଚାକିରି ନାଁରେ ଠକେଇ ମାମଲା, ଲମ୍ବୁଛି ଅଭିଯୋଗକାରୀଙ୍କ ଲିଷ୍ଟ୍ - SCB JOB SCAM

ଆହୁରି ବଢିପାରେ ଗିରଫଦାରୀ । କାରଣ ଆହୁରି ୮ ଯୁବକ ଯୁବତୀ ଆଣିଛନ୍ତି ଚାକିରିରେ ଠକେଇ ଅଭିଯୋଗ । ଆଉଟସୋର୍ସିଂ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ।

SCB JOB SCAM
SCB JOB SCAM (ETV Bharat Odisha)
author img

By ETV Bharat Odisha Team

Published : Dec 17, 2024, 6:10 PM IST

Updated : Dec 17, 2024, 7:17 PM IST

କଟକ: SCB ମେଡିକାଲରେ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଘଟଣା । ଗତ ଦୁଇ ମାସରେ ୮୨ ଜଣଙ୍କଠାରୁ ଠକେଇ ହୋଇଛି ୨୮ଲକ୍ଷ ଟଙ୍କା । ସେପଟେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୫ ରେ ପହଞ୍ଚିଛି । ସେପଟେ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ ହୋଇଛି । ଏତଲା ଦେଇଛନ୍ତି ନିଯୁକ୍ତି ଠକେଇର ଶିକାର ହୋଇଥିବା ଆହୁରି ୮ ଯୁବକ ଯୁବତୀ ।

SCB JOB SCAM (ETV Bharat Odisha)

ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା:
ଏସସିବି ବଡ଼ ମେଡିକାଲରେ ଚାକିରି ନାଁରେ ଠକେଇ ଘଟଣା । ଆଜି(ମଙ୍ଗଳବାର) ଆଉ ୮ ଜଣ ଯୁବକଯୁବତୀ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ସେମାନଙ୍କଠୁ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ଏହି ମାମଲାରେ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

ବଢିବ ଗିରଫଦାରୀ ସଂଖ୍ୟା:

କିଛି ଦିନ ପୂର୍ବରୁ ଘଟଣାରେ ୫ ଅଭିଯୁକ୍ତ ଗିରଫ ହୋଇଥିଲେ ସୁଦ୍ଧା ସୂତାଖିଅ ଲମ୍ବିବା ପରି ବଢି ଚାଲିଛି ଅଭିଯୋଗର ପୃଷ୍ଠା । ଠକେଇ ମାମଲାର ମୁଖ୍ୟ କାର୍ପଟଦାର ଦଲାଲ ୨ ଭାଇ ଅର୍ଜିତ ମହାନ୍ତି ଓ ଅର୍ପିତ୍ ମହାନ୍ତି ଏବଂ ଏମାନଙ୍କ ୨ ସହଯୋଗୀ ଦେବାଶିଷ ଓ ଅକ୍ଷୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ପୂର୍ବରୁ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କୁ ଏସସିବିରେ ଚାକିରି କରାଇ ଦେବାକୁ କହି 10 ଲକ୍ଷ ଟଙ୍କା ଠକେଇ କରିଥିଲେ ଏମାନେ । ଏହି ଠକେଇ ଜଣା ପଡିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା । କିନ୍ତୁ ଏହି ଘଟଣାରେ ଆହୁରି ଠକ ଲିଙ୍କ ରହିଥିବା ଥାନା ନେଇ ଅଭିଯୋଗ କରିଛନ୍ତି ଯୁବକ ଯୁବତୀ ।

୮୨ ଜଣଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ:

କଟକ ବଡ ମେଡିକାଲରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିଲା । ଗତ ଦୁଇ ମାସରେ ୮୨ ଜଣଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କା ଲୁଟ କରୁଛନ୍ତି ଦଲାଲ ।

ଏହାମଧ୍ୟ ପଢନ୍ତୁ...

ଚାକିରି ପାଇଁ ଟଙ୍କା ଦେଉଥିଲେ ସାବଧାନ ! ସତର୍କ କରାଇଲେ SCB କୁଳସଚିବ

ଟଙ୍କା ବଦଳରେ ମେଡିକାଲ ଚାକିରି: ଚଳୁକଲେ 11 ଲକ୍ଷ, ଦୁଇ ଭାଇ ଗିରଫ

ସରକାରୀ ଚାକିରି ନାଁରେ ଲକ୍ଷ ଲକ୍ଷ ଚଳୁ, ୯ ଗିରଫ

କ'ଣ କହୁଛନ୍ତି ଏସସିବି କୁଳ ସଚିବ:

ଏସସିବି କୁଳସଚିବ ଅବିନାଶ ରାଉତ କହିଛନ୍ତି," ଏସସିବି ମେଡିକାଲରେ ଆଟେଣ୍ଡାଣ୍ଟ୍‌, ସୁରକ୍ଷାକର୍ମୀ, ସଫେଇ କର୍ମୀ, ଲିଫ୍ଟ ଅପରେଟର, ଡାଟା ଏଣ୍ଟ୍ରି ଅପରେଟର, ଟେକ୍ନିସିଆନ ପଦବୀରେ କର୍ମଚାରୀଙ୍କୁ ଆଉଟସୋର୍ସିଂ ଜରିଆରେ ଏସସିବିରେ ନିଯୁକ୍ତି ମିଳିଥାଏ । ଯେଉଁଥିରେ ଏସସିବିର କୌଣସି ଭୂମିକା ନଥାଏ । କେବଳ କିଛି ପଦବୀ ପାଇଁ ମେଡିକାଲ ପକ୍ଷରୁ ଏକ ଟିମ ଗଠନ ହୋଇ ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତାକୁ ଦୃଷ୍ଟି ଦିଆଯାଏ । କିନ୍ତୁ ବର୍ତ୍ତମାନ ଯେଉଁ ଦୁଇଟି ଆଉଟସୋର୍ସିଙ୍ଗ ସଂସ୍ଥା ଏସସିବିରେ ନିଯୁକ୍ତି ଠକେଇ ଘଟଣାରେ ସାମିଲ ଅଛନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟସ ଜାରି କରାଯିବା ସହ ଆଗାମୀ ଦିନରେ ଏଭଳି ଘଟଣା ଯେପରି ନଘଟେ ସେ ଦିଗରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।"

ଇଟିଭି ଭାରତ, କଟକ

Last Updated : Dec 17, 2024, 7:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.