ETV Bharat / state

ଏଥର ଦଶହରାରେ ପୋଲିସ ସ୍କାନରରେ ହୋଟେଲ ଓ ଲଜ, ପ୍ରତ୍ୟହ ପୋଲିସକୁ ଦେବାକୁ ହେବ ଆଗନ୍ତୁକଙ୍କ ତଥ୍ୟ - Durga puja 2024

author img

By ETV Bharat Odisha Team

Published : Sep 14, 2024, 10:19 AM IST

Cuttack Dussehra: ପୋଲିସ ସ୍କାନରରେ ହୋଟେଲ ଓ ଲଜ । ପ୍ରତ୍ୟେକ ଦିନ ପୋଲିସ ନିକଟରେ ଦାଖଲ କରିବାକୁ ହେବ ଆଗନ୍ତୁକଙ୍କ ତଥ୍ୟ । ସ୍ବାଗତ କଲେ ହୋଟେଲ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଏଥର ଦଶହରା ହେବ କ୍ରାଇମ ଫ୍ରୀ, ପୋଲିସ ସ୍କାନରରେ ହୋଟେଲ
ଏଥର ଦଶହରା ହେବ କ୍ରାଇମ ଫ୍ରୀ, ପୋଲିସ ସ୍କାନରରେ ହୋଟେଲ (ETV Bharat Odisha)

କଟକ: ପାର୍ବଣକୁ ଦୃଷ୍ଟିରେ ରଖି ସହରର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଛି କମିଶନରେଟ ପୋଲିସ । ଏଣିକି ହାତ ଗଣତି ନୁହେଁ କଟକ ସହରର ସମସ୍ତ ହୋଟେଲ ଓ ଲଜ ମାଲିକ ଦେବେ ଗ୍ରାହକଙ୍କ ସବିଶେଷ ବିବରଣୀ । ପ୍ରତିଦିନ ନିକଟସ୍ଥ ଥାନା ଓ ଡିସିପି କାର୍ଯ୍ୟଳୟରେ ଦଖଲ କରିବେ ନିୟମ ମୁତାବକ ସମସ୍ତ କାଗଜପତ୍ର । ଯଦି କେହି ଏହାର ଖିଲାପ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଡିସିପି । ସେପଟେ ହୋଟେଲ ମାଲିକ ଓ ପରିଚାଳକ ଏହି ନିୟମକୁ ସ୍ୱାଗତ କରିବା ସହିତ ଏହି ପ୍ରକ୍ରିୟାକୁ ମାନୁଆଲ ପରିବର୍ତ୍ତେ ଅନଲାଇନରେ କରିବାକୁ ଅନୁରୋଧ କରିଛି ।

  • 150ରୁ ଊର୍ଦ୍ଧ୍ବ ହୋଟେଲ ଓ ଲଜ ଉପରେ ନଜର

କଟକ ସହରରେ ଗଣେଶ ପୂଜାରୁ ଆରମ୍ଭ ହୁଏ ପାର୍ବଣର ଅସାର । ବିଶେଷକରି ଏହାକୁ ଲାଗି ଶାରଦୀୟ ଦୁର୍ଗାପୂଜା, କାଳୀପୂଜା, କାର୍ତ୍ତିକସ୍ୱର ପୂଜା ଓ ବାଲିଯାତ୍ରା ଉତ୍ସବ 3ମାସ ଧରି ଚାଲିବାକୁ ଥିବା ବେଳେ ସହରକୁ ବାହାର ରାଜ୍ୟ ଏପରିକି ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ସହରର ବିଭିନ୍ନ ହୋଟେଲ ଲଜରେ ପର୍ଯ୍ୟଟଙ୍କ ଭିଡ଼ ଲାଗିବ । ଏଥିସହିତ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ସଂଗଠିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ସହରରେ ଥିବା ପ୍ରାୟ 150ରୁ ଊର୍ଦ୍ଧ୍ବ ହୋଟେଲ ଓ ଲଜରେ ‘ସରାଇ ନିୟମ’କୁ କଡାକଡି ଭାବରେ ଲାଗୁ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ନିୟମ ମୁତାବକ ସମସ୍ତେ ଏଥର ରହିବାକୁ ଆସୁଥିବା ଆଗନ୍ତୁକଙ୍କ ସବିଶେଷ ବିବରଣୀ ପ୍ରତିଦିନ ନିକଟସ୍ଥ ଥାନା ଓ ଡିସିପି କାର୍ଯ୍ୟାଳୟରେ ଦେବେ ଖିଲାପକାରୀଙ୍କ ବିରୋଧରେରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ଅତିରିକ୍ତ ଡିସିପି ସ୍ପଷ୍ଟ କରିଛନ୍ତି ।

ନିଷ୍ପତ୍ତିକୁ ହୋଟେଲ ମାଲିକଙ୍କ ସ୍ବାଗତ:-

ସେପଟେ କମିଶନରେଟ ପୋଲିସର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କଟକ ସହରର ହୋଟେଲ ମାଲିକମାନେ । ତାଙ୍କ କହିବା ମୁତାବକ ପୂର୍ବ ନିୟମ ମୁତାବକ ହୋଟେଲ ପ୍ରବେଶ ଓ଼ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବା ସହିତ ହୋଟେଲ ପରିସରରେ ମଧ୍ୟ କ୍ୟାମେରା ଲଗାଯାଇଛି । ଯାହାର ରେକଡିଂ ରଖାଯାଉଛି । ପ୍ରତ୍ୟେକ ଗ୍ରାହକଙ୍କ ଆଧାର, ପରିଚୟ ପତ୍ର ସହିତ ଫଟୋ ଉଠାଯାଇ ରଖାଯାଉଛି । ଏ ସମସ୍ତ ବିବରଣୀ ଥାନାକୁ ମଧ୍ୟ ଦିଆଯାଉଛି । ଏବେ ‘ସରାଇ ନିୟମ’ ମୁତାବକ ଏ ସବୁ ଡିସିପି ଅଫିସରେ ମଧ୍ୟ ଦେବାକୁ ପଡିବ । ତେବେ ଏହି ତଥ୍ୟ ମାନୁଆଲ ବଦଳରେ ଯଦି ଅନ-ଲାଇନରେ ପ୍ରଦାନ ବ୍ୟବସ୍ଥା କରାଯାଆନ୍ତା ତେବେ ସମୟ ବଞ୍ଚିବା ସହିତ ପୋଲିସ ତୁରନ୍ତ ତଥ୍ୟ ହାସଲ କରିପାରନ୍ତା ବୋଲି ସେମାନେ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.