ETV Bharat / state

ରାତିରେ ଫେରୁଥିଲେ ସାବଧାନ ! ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ, ଡିସିପି ଦେଲେ ଏମିତି ପରାମର୍ଶ - Cuttack police arrest lootera gang

author img

By ETV Bharat Odisha Team

Published : Aug 17, 2024, 9:51 PM IST

Cuttack police arrest lootera gang: ରାତିରେ ଫେରୁଥିଲେ ସାବଧାନ । ଲୁଟେରାଙ୍କ ଟାର୍ଗେଟରେ ଅଛନ୍ତି ବ୍ୟବସାୟୀ । ଅନ୍ଧାର ରାତିରେ ବନ୍ଧୁକ ମୁନରେ କରୁଛନ୍ତି ଲୁଟପାଟ୍ । କଟକ ଜଗତପୁର ଅଞ୍ଚଳରେ ଘଟିଥିବା ଏକ ଲୁଟପାଟ ମାମଲାର ସୂଚନା ଦେଇ ରାତିରେ ଯାତ୍ରା କରିବା ବେଳେ ସତର୍କ ରହିବାକୁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଛନ୍ତି କଟକ ଡିସିପି । ପଢନ୍ତୁ ପୁରା ଖବର

ରାତିରେ ଫେରୁଥିଲେ ସାବଧାନ ! ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ
ରାତିରେ ଫେରୁଥିଲେ ସାବଧାନ ! ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ (ETV Bharat Odisha)

କଟକ: ବ୍ୟବସାୟୀମାନେ ହୋଇଯାଆନ୍ତୁ ସାବଧାନ ! ବିଶେଷ କରି ରାତିରେ ବ୍ୟବସାୟ ସାରି ଫେରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଏକଥା ଆମେ କହୁ ନାହୁଁ ବରଂ ପୋଲିସ ଏହି ପରାମର୍ଶ ଦେଇଛି । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କାହିଁକି ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଆପଣଙ୍କୁ ଭୟ ବି ଲାଗିବ । ଯଦିଓ ସେହିଭଳି କିଛି ଅଘଟଣ ଘଟିଥିଲା ଯାହାକୁ ନେଇ ପୋଲିସ ଏହି ପରାମର୍ଶ ଦେଇଛି ମାତ୍ର ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ରାତିରେ ଫେରୁଥିଲେ ସାବଧାନ ! ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ, ଡିସିପି ଦେଲେ ଏମିତି ପରାମର୍ଶ (ETV Bharat Odisha)
  • କ'ଣ ଘଟିଥିଲା ଘଟଣା ?

କଟକ ଜଗତପୁର ଥାନା ଅଧୀନ ପାଗା ଅଞ୍ଚଳରେ ଘଟିଥିଲା ଏକ ଅଘଟଣ । ଜଣେ ସୁନା ବ୍ୟବସାୟୀ ବ୍ୟବସାୟ ସାରି ଘରକୁ ଫେରିବା ସମୟରେ ବାଟରେ ଲୁଟେରାମାନେ ଲୁଟ୍ କରିଥିଲେ । ବ୍ୟବସାୟୀ ଏବଂ ତାଙ୍କ ଭାଇଙ୍କୁ ବନ୍ଧୁକ ଦେଖାଇ ପ୍ରାୟ ୭୦୦ ଗ୍ରାମର ସୁନା ଏବଂ ଟଙ୍କା ଛଡାଇ ନେଇଥିଲେ ଡକାୟତ ଗ୍ୟାଙ୍ଗ । ଏନେଇ ବ୍ୟବସାୟୀ ଜଣକ ଗତ ୧୦ ତାରିଖରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ପୁରା ଘଟଣା ଥିଲା, ଗତ ୯ ତାରିଖ ରାତି ୯ଟା ୧୫ ମିନିଟ ସମୟରେ ପାଗା ବଜାରରେ ଗହଣା ଦୋକାନ କରିଥିବା ଦୁଇ ଭାଇ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଡକାୟତମାନେ ଦୁହିଁଙ୍କ ପିଛା କରିଥିଲେ । ବ୍ଲାଙ୍କ୍ ଫାୟାରିଂ କରି ବ୍ୟବସାୟୀଙ୍କ ଠାରୁ ସୁନାଗହଣା ଲୁଟ କରିଥିଲେ । ସେଥିରେ ଡକାୟତମାନଙ୍କ ମନ ବୁଝିଲାନି ଯେ ବ୍ୟବସାୟୀଙ୍କ ସ୍କୁଟିକୁ ବି ଛଡାଇ ନେଇଯାଇଥିଲେ । ଏହାପରେ ଡକାୟତମାନେ ଭୁବନେଶ୍ଵର ସ୍ଥିତ ଏକ ହୋଟେଲରେ ଆଶ୍ରୟ ନେଇଥିଲେ । ତେବେ ପୋଲିସ ଘଟଣାର ତଦନ୍ତ କରି ହୋଟେଲରେ ରେଡ୍ କରି ସମସ୍ତଙ୍କୁ ଗିରଫ କରିଥିଲା । ଏହି ଡକାୟତି ଦଳର ମୁଖ୍ୟ ନୟାଗଡର ସଞ୍ଜୟ ନାୟକ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

  • ରାତିରେ ଫେରୁଥିଲେ ସାବଧାନ !

ଏହି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଜେଲରେ ଥିବା ସମୟରେ ଅନ୍ୟ ଜଣେ ଅଭିଯୁକ୍ତ ରଘୁନାଥ ଦାସ ସହ ମିଶି ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଘଟଣାରେ ୫ ଜଣିଆ ଡକାୟତ ଦଳକୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ସେମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି । ଡକାୟତଙ୍କ ସହ ଚୋରି ସୁନା କିଣିବା ଅଭିଯୋଗରେ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୨୪୮ ଗ୍ରାମର ସୁନା ଜବତ ହୋଇଛି । ଏହାସହ ଡକାୟତି ମାମଲାରେ ବ୍ୟବହାର ହୋଇଥିବା ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି

ତେଣୁ ସୁନା ବ୍ୟବସାୟୀମାନେ ନିଜ ସାଥିରେ ସୁନା ନେଉଥିବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ କଟକ ଡିସିପି ପ୍ରକାଶ ଆର ପରାମର୍ଶ ଦେଇଛନ୍ତି । ରାତିରେ ଫେରୁଥିବା ସମୟରେ ସତର୍କ ରହିବାକୁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.