ETV Bharat / state

'IC 814: କାନ୍ଧାର ହାଇଜ୍ୟାକ ଘଟଣା; ସେହି ଫ୍ଲାଇଟରେ ଯାତ୍ରା କରିଥିଲେ ଓଡ଼ିଶାର ଇପ୍ସିତା, 25ବର୍ଷ ପରେ ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ପରିବାର - Ipshita Biswal On IC 814 - IPSHITA BISWAL ON IC 814

Cuttack Girl Ipshita Biswal's Family On IC 814 Flight Hijack Incident: ଚର୍ଚ୍ଚାରେ 'କାନ୍ଧାର ବିମାନ ଅପହରଣ' ଘଟଣା । ଫିଲ୍ମକୁ ନେଇ ସିରିଜ ନିର୍ମିତ ହୋଇଥିବା ବେଳେ ଏପରି ସମୟରେ ସେଦିନର ଲୋମଟାଙ୍କୁରା ସ୍ମୃତି ମନେ ପକାଇଛନ୍ତି କଟକର ଝିଅ ଇପ୍ସିତା ବିଶ୍ୱାଳଙ୍କ ପରିବାର । ସେହି ବିମାନରେ ନିଜ ସ୍ୱାମୀଙ୍କ ସହ ଇପ୍ସିତା ଯାତ୍ରା କରିଥିବା ବେଳେ ସେ ସମୟରେ ଘଟଣା କିଭଳି ରହିଥିଲା, ତାହାର ଅନୁଭୂତି ବଖାଣିଛନ୍ତି ଇପ୍ସିତାଙ୍କ ପରିବାର । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ

'IC 814: କାନ୍ଧାର ହାଇଜ୍ୟାକ' ଘଟଣା; ସେହି ଫ୍ଲାଇଟରେ ଯାତ୍ରା କରିଥିଲେ କଟକର ଇପ୍ସିତା ବିଶ୍ୱାଳ, 25ବର୍ଷ ପରେ ସେଦିନର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ପରିବାର
'IC 814: କାନ୍ଧାର ହାଇଜ୍ୟାକ' ଘଟଣା; ସେହି ଫ୍ଲାଇଟରେ ଯାତ୍ରା କରିଥିଲେ କଟକର ଇପ୍ସିତା ବିଶ୍ୱାଳ, 25ବର୍ଷ ପରେ ସେଦିନର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ପରିବାର (ETV Bharat Odisha)
author img

By ETV Bharat Odisha Team

Published : Sep 6, 2024, 5:55 PM IST

କଟକ: ପୁଣି ଚର୍ଚ୍ଚାକୁ ଆସିଲା 'କାନ୍ଧାର ବିମାନ ଅପହରଣ' ଘଟଣା । କାରଣ ଏହି ଘଟଣାକୁ ନେଇ ନିର୍ମିତ ହୋଇଛି ଏକ ୱେବ ସିରିଜ 'IC 814: ଦ କାନ୍ଧାର ହାଇଜ୍ୟାକ' ଏବଂ ସିରିଜ ଏବେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ବେଳେ ଏଥିରେ ଆତଙ୍କବାଦୀଙ୍କ ନାମକରଣକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । କେନ୍ଦ୍ରର ତାଗିଦ ପରେ ଏହି ବିବାଦ ସମାଧାନ ହୋଇଥିବା ବେଳେ ବର୍ତ୍ତମାନ ସିରିଜ ଦେଖି ସେହି ଅଭୁଲା ସ୍ମୃତି ମନେ ପକାଇଛନ୍ତି କଟକର ଝିଅ ଇପ୍ସିତା ବିଶ୍ୱାଳଙ୍କ ପରିବାର । କାରଣ ଇପ୍ସିତା ତାଙ୍କ ସ୍ୱାମୀ ବିପିନ ମେନନଙ୍କ ସହ ବିବାହ ପରେ ସେହି ଫ୍ଲାଇଟରେ ଯାତ୍ରା କରିଥିଲେ ଯେତେବେଳେ ଏହି ଘଟଣା ଘଟିଥିଲା । ଦୀର୍ଘ ୨୫ ବର୍ଷ ପରେ ଇପ୍ସିତାଙ୍କ ପରିବାର ଲୋକେ ବଖାଣିଛନ୍ତି ସେଦିନର ଲୋମଟାଙ୍କୁରା ଘଟଣାର ଅନୁଭୂତି ।

'IC 814: କାନ୍ଧାର ହାଇଜ୍ୟାକ' ଘଟଣା ନେଇ ଅନୁଭୂତି ବଖାଣିଛନ୍ତି କଟକର ଝିଅ ଇପ୍ସିତା ବିଶ୍ୱାଳଙ୍କ ପରିବାର (ETV Bharat Odisha)

କାନ୍ଧାର ବିମାନ ଅପହରଣ ଘଟଣାରେ ଯଦିଓ ଫସିଥିବା ଯାତ୍ରୀ ମାନେ ଯଦିଓ ପ୍ରତିକ୍ରିୟା ଦେଇନାହାନ୍ତି ମାତ୍ର ଯାତ୍ରୀଙ୍କ ପରିବାର ଲୋକ ଇଟିଭି ଭାରତ ଆଗରେ ବଖାଣିଛନ୍ତି । କେମିତି ଥିଲା ସେହି ଦିନର ଅଭୁଲା ସ୍ମୃତି । କେତେଦିନ ପରେ ଯାତ୍ରୀ ମାନେ ସୁରକ୍ଷିତ ଭାବରେ ଫେରିଥିଲେ । ତେବେ କଟକରେ ରହୁଥିବା ଇସ୍ପିତାଙ୍କ ପରିବାର ଲୋକ ଇଟିଭି ଭାରତ ଆଗରେ ଯେଉଁ କାହାଣୀ ବଖାଣିଛନ୍ତି ଆପଣ ଶୁଣିଲେ ଆପଣଙ୍କ ଆଖି ବି ଛଳଛଳ ହୋଇଯିବ ।

'କାନ୍ଧାର ବିମାନ ଅପହରଣ'ର ମୁଖ ସାଖୀ ଥିଲେ ଇପ୍ସିତା ବିଶ୍ୱାଳ ଓ ବିପିନ ମେନନ

ସୂଚନା ଅନୁସାରେ, ସେଦିନ ଥିଲା 1999 ମସିହା ଡିସେମ୍ବର ମାସ 11 ତାରିଖ । ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ କଟକ ତୁଳସୀପୁର ବାସିନ୍ଦା ଇପ୍ସିତା ବିଶ୍ୱାଳ ଓ ଦିଲ୍ଲୀ ବାସିନ୍ଦା ବିପିନ ମେନନ । ବିବାହ ପରେ କାଠମାଣ୍ଡୁରୁ 5 ଦିନିଆ ହନିମୁନ ଯାତ୍ରା ସାରି ଇଣ୍ଡିଆନ ଏଆର ଲାଇନ୍ସର ଫ୍ଲାଇଟ IC 814ରେ ଦିଲ୍ଲୀ ଆସୁଥାନ୍ତି ଏହି ନବ ବିବାହିତ ଦମ୍ପତି । ଏହି ଫ୍ଲାଇଟରେ ଥାନ୍ତି 179 ଜଣ ଯାତ୍ରୀ ଓ 11 ଜଣ ବିମାନ କର୍ମଚାରୀଙ୍କୁ ମିଶାଇ ମୋଟ 190 ଜଣ । ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପୂର୍ଵରୁ ମଝି ଆକାଶରେ ହଇଜ୍ୟାକ ହୋଇଯାଇଥିଲା । ଏ ସମ୍ପର୍କରେ ପାଇଲଟଙ୍କ ଠାରୁ ସୂଚନା ପାଇବା ପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏହା ପରେ ଅପହରଣକର୍ତ୍ତା ମାନେ ଯାତ୍ରୀ ମାନଙ୍କୁ ନିଜ ନିଜ ସିଟରେ ତଳକୁ ମୁହଁ ମାଡି ବସି ରହିବାକୁ କହିବା ସହ ଅସହଯୋଗ କଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହା ପରେ ବିମାନଟି ପ୍ରଥମେ ପାକିସ୍ତାନ ଏବଂ ଏହା ପରେ ଦୁବାଇ ଏବଂ ଶେଷରେ କାନ୍ଧାରରେ ଅବତରଣ କରିଥିଲା । ତେବେ ଏହି ବିମାନରେ ଇପ୍ସିତା ରହିଥିବା ବେଳେ ଏହା ଶୁଣି ପରିବାର ଲୋକେ ବେଶ ଭୟଭୀତ ହୋଇଥିଲେ । ଯାହାର ବର୍ତ୍ତମାନ ଅନୁଭୂତି ବଖାଣିଛନ୍ତି ତାଙ୍କ ପରିବାର ।

'7 ଦିନ ଧରି ବିମାନରେ ଦିନ କାଟିଥିଲେ ଇପ୍ସିତା ଓ ତାଙ୍କ ସ୍ୱାମୀ'

ବିମାନ ଅପହରଣ ଓ ଅନ୍ୟ ଯାତ୍ରୀଙ୍କ ସହ ନିଜ ଭଉଣୀ ଓ ଭିଣୋଇଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ବଖାଣିବାକୁ ଯାଇ ଆଜି ବି ଶିହରୀ ଉଠନ୍ତି କଟକ ବାସିନ୍ଦା ଭାଗିରଥି ବିଶ୍ୱାଳ । ଆତଙ୍କବାଦୀ ମାନେ ଯାତ୍ରୀ ମାନଙ୍କୁ ମାନସିକ ଅତ୍ୟାଚାର ଦେବା ସହ ସେମାନଙ୍କୁ ଅଳ୍ପ ଅଳ୍ପ କରି ଖାଦ୍ୟ ପ୍ରଦାନ କରୁଥିଲେ ଏବଂ ମଝିରେ ମଝିରେ କିଶୋର କୁମାରଙ୍କ ଗୀତ ଶୁଣାଇବା ପାଇଁ ଇଚ୍ଛା ମଧ୍ୟ କରୁଥିଲେ । କେବଳ ସେତିକି ନୁହେଁ ଭଉଣୀ ଭିଣୋଇ କେବଳ ଫଳ ଖାଇ ଜୀବନ ବଞ୍ଚାଇଥିଲେ ବୋଲି ଭାଇ କୁହନ୍ତି । ମାରଣାସ୍ତ୍ର ଦେଖାଇ ଆତଙ୍କବାଦୀ ମାନେ କୁଆଡେ ମାନସିକ ନିର୍ଯାତନା ଦେଇଥିଲେ । ଦୀର୍ଘ ୭ ଦିନ ବିମାନରେ ବସି ଅସୁସ୍ଥତା ଅନୁଭବ କରିଥିଲେ ଭଉଣୀ ଇପ୍ସିତା ଏବଂ ଭିଣୋଇ ବୋଲି କହିଛନ୍ତି ତାଙ୍କ ଭାଇ ।

ଏହା ମଧ୍ୟ ପଢନ୍ତୁ: 'IC 814' ବିବାଦ ମାମଲା; ନେଟଫ୍ଲିକ୍ସକୁ ସରକାରଙ୍କ ଭର୍ତ୍ସନା, ସିରିଜରେ ବଦଳିଲା ଆତଙ୍କବାଦୀଙ୍କ ନାଁ

ସେଦିନର ଘଟଣା ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି ଇସ୍ପିତାଙ୍କ ମାଆ

ସେହିପରି ଇସ୍ପିତାଙ୍କ ମାଆ ମଧ୍ୟ ସେଦିନ ଘଟଣାକୁ କୋହଭରା କଣ୍ଠରେ କହିଛନ୍ତି । ଝିଅ ଏବଂ ଜ୍ୱାଇଁଙ୍କର ଏପରି ଖବର ଶୁଣି ସେ ଭାଙ୍ଗି ପଡିଥିଲେ । ୭ ଦିନ ତାଙ୍କୁ ୭ ବର୍ଷ ଭଳି ଲାଗୁଥିଲା । କେବଳ ଭଗବାନଙ୍କୁ ଡାକିବା ବ୍ୟତିତ ଆଉ କିଛି ମୁଣ୍ଡରେ ପଶୁ ନଥିଲା । ଭଗବାନଙ୍କୁ ଡାକିବା ସହ ନିଜ ଘରେ ଦୀପ ଜାଳି ନିଜର ମନକୁ ବୁଝାଉଥିଲେ ମାଆ । ଆଜି ବି ସେଦିନର ସ୍ମୃତିକୁ ବଖାଣିବା ବେଳେ ଆଖିରୁ ଝରୁଥିଲା ଲୁହ । ଛଳ ଛଳ ଆଖିରେ ସେଦିନ ର କଥାକୁ କହି ସେଦିନର ସ୍ମୃତିକୁ ବଖାଣିଛନ୍ତି ମାଆ ।

ଏହା ମଧ୍ୟ ପଢନ୍ତୁ: ରିଲିଜ ପରେ ବିବାଦରେ 'IC 814: ଦ କନ୍ଧାର ହାଇଜ୍ୟାକ'; ଭଡକିଲେ ଦର୍ଶକ, ଉଠିଲା ବୟକଟ୍ ଦାବି

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.