ETV Bharat / state

କୁଖ୍ୟାତ ଅପରାଧୀ ଉସମାନ ଖାନକୁ ତଡିପାର ନୋଟିସ, କାରଣ ଓ ନିୟମ ଜାଣନ୍ତୁ - Externment Notice To Usman Khan

author img

By ETV Bharat Odisha Team

Published : Aug 2, 2024, 6:19 PM IST

Externment Notice To Usman Khan: ବାରମ୍ବାର ଅପରାଧ ଘଟାଉଥିବା ଅଭିଯୋଗରେ ଉସମାନ ଖାନକୁ ତଡିପାର ପାଇଁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ଉସମାନ ବିରୋଧରେ ବିଭିନ୍ନ ଥାନାରେ ୧୨ଟି ମାମଲା ରହିଛି ।ଆପଣଙ୍କ ମନରେ ପ୍ରଶ୍ନ ଥିବ ଯେ, କାହିଁକି କରାଯାଏ ତଡିପାର ? ଜାଣନ୍ତୁ ଏହାର ନିୟମ କ'ଣ

Externment Notice
Externment Notice (ETV Bharat Odisha)

କଟକ: ଉସମାନ ଖାନକୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ କଲା କଟକ କମିଶନରେଟ ପୋଲିସ । ବାରମ୍ବାର ଅପରାଧ ଘଟାଉଥିବା ଅଭିଯୋଗରେ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କୁ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଛି କଟକ ଦରଘାବଜାର ଥାନା ପୋଲିସ । ନୋଟିସର ଉତ୍ତର ରଖିଲେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ । ଏନେଇ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି । ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଉସମାନ ଖାନ ବିରୋଧରେ ବିଭିନ୍ନ ଥାନାରେ ୧୨ଟି ମାମଲା ରହିଛି । ବାରମ୍ବାର ଅପରାଧ କରୁଥିବାରୁ ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଛି ପୋଲିସ ।

Externment Notice (ETV Bharat Odisha)

କାହିଁକି ତଡିପାର ଘୋଷଣା କରେ ପୋଲିସ ?

ପୋଲିସର କହିବା ଅନୁସାରେ, "ସବୁ ଅପରାଧୀମାନଙ୍କୁ ତଡିପାର ଘୋଷଣା କରାଯାଏ ନାହିଁ । ଜଣେ ଯଦି ଅଜାଣତରେରେ ଗୋଟିଏ ଛୋଟ ଅପରାଧ ଘଟାଇଥାଏ, ପୋଲିସ ତାକୁ ତଡିପାର ଘୋଷଣା କରେନାହିଁ । ସେହିପରି ଜଣେ ଯଦି ଗୋଟିଏ ଅପରାଧ ଘଟାଇଥାଏ ତାକୁ ମଧ୍ୟ ପୋଲିସ ତଡିପାର ଘୋଷଣା କରେନାହିଁ । ମାତ୍ର ଯେଉଁ ଅପରାଧୀ ଯଦି ବାରମ୍ବାର ଅପରାଧ ଘଟାଇବ ତେବେ ତା ବିରୋଧରେ ତଡିପାର ଘୋଷଣା କରାଯାଇପାରିବ । ପୋଲିସକୁ ଯଦି ଅନୁଭବ ହେବ କି, ଅପରାଧୀ ଜଣକ ବାରମ୍ବାର ଅପରାଧ ଘଟାଉଛି । ଅର୍ଥାତ ଜାମିନରେ ଆସି ଅପରାଧ କରୁଛି, ତେବେ ପୋଲିସ ସମ୍ପୃକ୍ତ ଅପରାଧୀକୁ ତଡିପାର ଘୋଷଣା କରିପାରିବ।"

କିଏ ତଡ଼ିପାର ନିର୍ଦ୍ଦେଶ ଦେଇପାରିବ?

ନିୟମ ଅନୁସାରେ, ଏହି ତଡିପାର ଘୋଷଣା ଗ୍ରାମାଞ୍ଚଳରେ ଲାଗୁ ହେବ ନାହିଁ । କେବଳ କମିଶନରେଟ ପୋଲିସ ଅଞ୍ଚଳରେ ଏହି ନିୟମ ଲାଗୁ କରାଯାଇପାରିବ। ଅର୍ବାନ ଆକ୍ଟ- ୪୯ ଅନୁଯାୟୀ କେବଳ କମିଶନରେଟ ପୋଲିସ ଅଞ୍ଚଳରେ ହିଁ ଏହି ନିୟମ ଲାଗୁ ହୋଇପାରିବ। କମିଶନରେଟ ପୋଲିସ ଅଞ୍ଚଳରେ ଜଣେ ଅପରାଧୀ ଯଦି ବାରମ୍ବାର ଅପରାଧ ଘଟାଇବ, ତେବେ ତା' ବିରୋଧରେ ତଡିପାର ଘୋଷଣା କରାଯାଇପାରିବ । ଥାନା ଅଧିକାରୀ ପ୍ରଥମେ ଅପରାଧୀଙ୍କୁ ନୋଟିସ ଦେବେ । ଏହି ନୋଟିସର ପକ୍ଷ ରଖିବାକୁ ଅପରାଧୀ ଜଣଙ୍କୁ ସୁଯୋଗ ଦିଆଯିବ। ସେହିପରି ଅପରାଧୀଙ୍କୁ ତଡିପାର ଘୋଷଣା କରିବାର ଅଧିକାର କୌଣସି ଥାନାଧିକାରୀଙ୍କ ନାହିଁ । ଏହି କ୍ଷମତା କେବଳ ପୋଲିସ କମିଶନର ଦେବେ । ଥାନାଧିକାରୀ କେବଳ ତଡିପାର ପାଇଁ ପ୍ରସ୍ତାବ ଦେବେ। କମିଶନର ମଧ୍ୟ ଏହି ପ୍ରସ୍ତାବ ଆଧାରରେ ଅପରାଧୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବେ ।

ଏହା ବି ପଢନ୍ତୁ...କୁଖ୍ୟାତ ଅପରାଧୀ କାହ୍ନୁ ଚମ୍ପତିକୁ ତଡିପାର, ଘୋଷଣା କଲେ ପୋଲିସ କମିଶନର - EXTERNMENT TO KANHU CHAMPATI

ତଡ଼ିପାର ନିର୍ଦ୍ଦେଶର ପରବର୍ତ୍ତୀ ପ୍ରକ୍ରିୟା:

ନିୟମ ଅନୁସାରେ, ଅପରାଧୀ ନିଜର ପକ୍ଷ ନିଜେ କିମ୍ବା ଓକିଲ ମାଧ୍ୟମରେ ରଖି ପାରିବେ। ପକ୍ଷ ଶୁଣିବା ପରେ କମିଶନର ଯଦି ଅନୁଭବ କରନ୍ତି ତଡିପାର ପାଇଁ ତେବେ କମିଶନର ହିଁ ତଡିପାର ନିର୍ଦ୍ଦେଶ ଦେଇପାରିବେ। କାହିଁକି ସମ୍ପୃକ୍ତ ଅପରାଧୀଙ୍କୁ ତଡିପାର ଘୋଷଣା କରାଯିବନାହିଁ, ସେନେଇ ଅପରାଧୀଙ୍କୁ ପ୍ରଥମେ କମିଶନର ନୋଟିସ କରିବେ ଏବଂ ପକ୍ଷ ଶୁଣିବେ। ୬ ମାସ, ୧୦ ମାସ କିମ୍ବା ବର୍ଷକ ପାଇଁ ତଡିପାର ନିର୍ଦ୍ଦେଶ ଦେଇପାରିବେ କମିଶନର । ଏହି କ୍ରମରେ ଉସମାନ ଖାନଙ୍କୁ ଆସନ୍ତା ୮ ତାରିଖରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦରଘାବଜାର ଥାନା ଅଧିକାରୀ । ଉସମାନ ୮ ତାରିଖରେ ନିଜେ କିମ୍ବା ଓକିଲ ମାଧ୍ୟମରେ ନିଜର ପକ୍ଷ ରଖିବେ। ଏହାପରେ କମିଶନରଙ୍କ ପାଖରେ ହାଜର ହୋଇ ମଧ୍ୟ ପକ୍ଷ ରଖିବେ। କମିଶନର ଯଦି ଅନୁଭବ କରନ୍ତି, ତେବେ କମିଶନର ହିଁ ଏହି ତଡ଼ିପାର ଘୋଷଣା କରିପାରିବେ। ଯାହାର ପ୍ରକ୍ରିୟା ଆରମ୍ଭ କରିଛି କଟକ କମିଶନରେଟ ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.