ETV Bharat / state

ବିଜେପି ମୋ ପାଇଁ ନୂଆ ଘର ନୁହେଁ, କଟକ ପହଞ୍ଚିବା ପରେ ଏମିତି କହିଲେ ଭର୍ତ୍ତୃହରି - Bhartruhari Mahtab

author img

By ETV Bharat Odisha Team

Published : Apr 1, 2024, 12:25 PM IST

Bhartruhari Mahtab Arrives Cuttack: ଦିଲ୍ଲୀରୁ ଫେରିବା ପରେ କଟକରେ ପହଞ୍ଚିଲେ ଭର୍ତ୍ତୃହରି ମହତାବ । ବିଜେପି ମୋ ପାଇଁ ନୂଆ ଘର ନୁହେଁ ବୋଲି କହିଲେ । ଅଧିକ ପଢନ୍ତୁ

Bhartruhari Mahtab
Bhartruhari Mahtab

ବିଜେପି ମୋ ପାଇଁ ନୂଆ ଘର ନୁହେଁ

କଟକ: ଚଳିତ ଲୋକସଭା ନିର୍ବାଚନ ବିଜେପି ଟିକେଟରେ କଟକ ଆସନରୁ ଲଢିବେ ଭର୍ତ୍ତୃହରି ମହତାବ । ଦିଲ୍ଲୀରେ ବିଜେପିରେ ସାମିଲ ହେବା ପରେ କଟକ ଫେରିଛନ୍ତି ଭର୍ତ୍ତୃହରି । ତାଙ୍କୁ ଦଳୀୟ କର୍ମୀମାନଙ୍କ ଦ୍ବାରା ସ୍ବାଗତ କରାଯିବା ପରେ ସେ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟର ସମସ୍ୟାକୁ ବିଜେପି ଦଳ ନିର୍ବାଚନରେ ପ୍ରସଙ୍ଗ କରିବ ବୋଲି କହିଛନ୍ତି ସେ ।

ଏହା ମଧ୍ୟ ପଢନ୍ତୁ-BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ - BHARTRUHARI SIDHANT JOIN BJP

ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି,''ଓଡ଼ିଶାରେ ସର୍ବତ୍ର ପରିବର୍ତ୍ତନ ସ୍ୱର ଉଠିଛି । ରାଜ୍ୟରେ ବହୁ ସମସ୍ୟା ରହିଛି । ଏହି ସମସ୍ୟାକୁ ବିଜେପି ନିର୍ବାଚନରେ ପ୍ରସଙ୍ଗ କରିବ । ଓଡ଼ିଶାର ଗର୍ବ ଓ ଗୌରବକୁ ଉଦଜୀବିତ କରିବା ପାଇଁ ଭାରତୀୟ ଜନତା ପାର୍ଟି ଉଦ୍ୟମ ଜାରି ରଖିଛି । ସହରର ଠାରୁ ଗ୍ରାମାଞ୍ଚଳରେ ବିଜେପି କର୍ମୀ ମାନେ ଏକ ପରିବର୍ତ୍ତନ ସ୍ୱର ଦେଖିବାକୁ ପାଇଲେଣି । ତେଣୁ ରାଜ୍ୟର ହୃତ ଗୌରବକୁ ଫେରାଇ ଆଣିବା ପାଇଁ ବିଜେପି ଦଳ ନିର୍ବାଚନରେ ପ୍ରସଙ୍ଗ କରିବ । ବିଜେଡି ଦଳ ସହିତ ଦୃଢ଼ ମୁକାବିଲା କରିବ । ବିଜୁ ଜନତା ଦଳ ଯେତେବେଳେ ପ୍ରତିଷ୍ଠା କରାଯାଇଥିଲା ସେତେବେଳେ ଦଳର ସ୍ଥିତି ଯାହା ଥିଲା ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଏପରିକି ଦଳର ନେତା ଓ କର୍ମୀ ମାନଙ୍କୁ ଅଣଦେଖା କରାଯାଉଛି । କର୍ତ୍ତୃପକ୍ଷକୁ ଦୁର୍ବଳ ମନେ ନକରି ଦୃଢ଼ତା ସହିତ ମୁକାବିଲା କରିବାକୁ ପଡ଼ିବ । ଚଳିତ ନିର୍ବାଚନରେ ବିଜେପି ଓଡ଼ିଶାର ନାନାବିଧ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନରେ ଲଢିବ। ନିର୍ବାଚନରେ ବିଜେପି ନିଶ୍ଚିତ ଭାବରେ ସଫଳତା ହାସଲ କରିବ । ସାମ୍ପ୍ରତିକ ସ୍ଥିତିକୁ ନେଇ ନିର୍ବାଚନ ମଇଦାନରେ ଓହ୍ଲାଇବାକୁ ପଡ଼ିବ ।''

ପୁରୁଣା ଘର ଛାଡି ନୂଆ ଘରେ କେମିତି ନିଜକୁ ଖାପଖୁଆଇବେ କରିବେ ବୋଲି ପ୍ରଶ୍ନ କରାଯିବାରୁ, ଭର୍ତ୍ତୃହରି କହିଥିଲେ,''ବିଜେପି ଦଳରେ1998 ମସିହାରେ ବିଜେଡି ଓ ବିଜେପି ତରଫରୁ ମୁଁ ପ୍ରାର୍ଥୀ ଭାବେ ଲଢିଥିଲି । କାନ୍ଧରେ କାନ୍ଧ ମିଶାଇ ସେତେବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ସାମିଲ ଥିଲେ । 1999 ଓ 2004ରେ ମଧ୍ୟ ଆମେ ମିଶିକି ଲଢିଥିଲୁ । ତେଣୁ ମୋ ପାଇଁ ବିଜେପି ନୂଆ ଘର ନୁହେଁ । 2009, 14-19ରେ ଅଲଗା ଲଢିଛି । ଏହି ପ୍ରକ୍ରିୟା ଭିତରେ ବିଜେଡି ଦଳ ସେହି ଦଳ ହୋଇ ରହିଲାନାହିଁ ।''

ଏହା ମଧ୍ୟ ପଢନ୍ତୁ-ଦଳ ମୋ ପାଇଁ ନୂଆ ନୁହେଁ, କି ଚିହ୍ନ ମୋ ପାଇଁ ନୂଆ ନୁହେଁ: ଭର୍ତ୍ତୃହରି ମହତାବ - Bhartruhari Mahtab Reaction

ଦିଲ୍ଲୀରୁ ଫେରିବା ପରେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିଥିଲେ ଭର୍ତ୍ତୃହରି ମହତାବ । କଟକ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ମାନେ ସ୍ଵାଗତ କରିଥିଲେ । ସନ୍ଧ୍ୟାରେ ସେ ଦଳୀୟ କର୍ମୀ ମାନଙ୍କ ସହିତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଜାତନ୍ତ୍ର ଠାରେ ଅନୁଷ୍ଠିତ କର୍ମୀ ଆଲୋଚନା ଚକ୍ରରେ ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡୁ ଏବଂ ଅନ୍ୟାନ୍ୟ କର୍ମୀ ମାନଙ୍କ ଦ୍ବାରା ତାଙ୍କୁ ସ୍ଵାଗତ କରାଯାଇଥିଲା । କଟକରୁ ବିଜେଡି ଟିକେଟରେ 6 ଥର ସାଂସଦ ହୋଇଥିଲେ ଭର୍ତ୍ତୃହରି ମହତାବ । 2017ରେ ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନିତ ମଧ୍ୟ ହୋଇଥିଲେ । ବିଜେଡି ଛାଡିବା ପରେ ମାର୍ଚ୍ଚ 28 ତାରିଖରେ ସେ ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ କ୍ୟାମ୍ପରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.