ETV Bharat / state

ନିର୍ବାଚନ ସମୟରେ ଫୋକସରେ ସୀମାପାର କାରବାର, ୩ ରାଜ୍ୟ ସହ ଓଡିଶା ପୋଲିସର ମିଳିତ ଷ୍ଟ୍ରାଟେଜି - Cross Border Trafficking

Odisha Police Joint Strategy with 3 States: ସୀମାପାର ଗତିବିଧି ଉପରେ ରଖାଯିବ ତୀକ୍ଷ୍ଣ ନଜର । ୩ ରାଜ୍ୟ ସହ ଓଡିଶା ପୋଲିସ ପ୍ରସ୍ତୁତ କଲା ମିଳିତ ଷ୍ଟ୍ରାଟେଜି । ଅଧିକ ପଢନ୍ତୁ

ନିର୍ବାଚନ ସମୟରେ ଫୋକସରେ ସୀମାପାର କାରବାର, ୩ ରାଜ୍ୟ ସହ ଓଡିଶା ପୋଲିସର ମିଳିତ ଷ୍ଟ୍ରାଟେଜି

author img

By ETV Bharat Odisha Team

Published : Mar 18, 2024, 10:54 PM IST

ନିର୍ବାଚନ ସମୟରେ ଫୋକସରେ ସୀମାପାର କାରବାର, ୩ ରାଜ୍ୟ ସହ ଓଡିଶା ପୋଲିସର ମିଳିତ ଷ୍ଟ୍ରାଟେଜି

ଭୁବନେଶ୍ବର: ଶୃଙ୍ଖଳିତ ନିର୍ବାଚନ ପରିଚାଳନାକୁ ଦୃଷ୍ଟିରେ ରଖି ଅନ୍ତଃରାଜ୍ୟ ସୀମାପାର ଗତିବିଧି ଉପରେ କଡା ନଜର ରଖିବାକୁ ପ୍ରସ୍ତୁତ ହୋଇଛି ଓଡିଶା ପୋଲିସ । ସୀମା ଦେଇ ହେବନି ବେଆଇନ ସାମଗ୍ରୀ କାରବାର । ରାଜ୍ୟ ସୀମା ଓ ଜିଲ୍ଲାସୀମା ଉପରେ ପୋଲିସର ରହିବ ତୀକ୍ଷ୍ଣ ନଜର । ଏଥିପାଇଁ ପଡୋଶୀ ରାଜ୍ୟ ସହ ସଂଲଗ୍ନ ସୀମାବର୍ତ୍ତୀ ଜିଲ୍ଲାର ଗଳାବାଟ ଓ ରୁଟଲାଇନ ସମ୍ପର୍କରେ ତର୍ଜମା କରିଛି ଓଡ଼ିଶା ପୋଲିସ । ଏନେଇ ଆଜି ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ ପଡୋଶୀ ୩ ରାଜ୍ୟ ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପୋଲିସ ଅଧିକାରୀମାନେ ମିଳିତ ଆକ୍ସନପ୍ଲାନ ପ୍ରସ୍ତୁତ କରିଛନ୍ତି ।

ପଡୋଶୀ ରାଜ୍ୟ ଏବଂ ଓଡିଶାର ସୀମା ସଂଲଗ୍ନ ପ୍ରବେଶ ପଥରେ‌ ନାକା ଓ ପୋଲିସର ଚେକିଂକୁ ଆହୁରି କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ନିର୍ବାଚନ ସମୟରେ ଲୋକଙ୍କୁ ପ୍ରଲୋଭିତ କରିବାକୁ ବିଭିନ୍ନ ସାମଗ୍ରୀ ଯେପରି ଇଲୋକ୍ଟ୍ରୋନିକ୍ସ ଆଇଟମ, ନଗଦ ଟଙ୍କା, ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ହେବାର ନଜିର ରହିଥାଏ । ଏସବୁ ସାମଗ୍ରୀ କିପରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ପହଞ୍ଚି ପାରିବନାହିଁ, ସେନେଇ ୩ ରାଜ୍ୟର ଇଣ୍ଟେଲିଜେନ୍ସ ଟିମ୍ ସହ ସୀମାବର୍ତ୍ତୀ ଜିଲ୍ଲାର ଏସପି ଓ ଡିଆଇଜିଙ୍କ ସହ ରେଞ୍ଜ-ଆଇଜିଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।

ତଥ୍ୟ ସଂଗ୍ରହ ସହ ସୂଚନା ଆଧାରରେ ତୁରନ୍ତ ଚେକ ଗେଟରେ ତଲାସି ସହ ଏନେଇ ସର୍ଭିଲାନ୍ସ ଟିମ ଜରିଆରେ ସେସବୁ ସାମଗ୍ରୀର ରୁଟଲାଇନ ଆଦି ଉପରେ କଡା ନଜର ରହିବ । ସେହିପରି ନିର୍ବାଚନ ସମୟରେ ମାହୋଲ ବିଗାଡିଲା ଭଳି ଅସାମାଜିକ ତତ୍ତ୍ବ ବା ବେଆଇନ ଅସ୍ତ୍ରଶସ୍ତ୍ର କାରବାର କିଭଳି ରୋକାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଜି ରଣନୀତି ପ୍ରସ୍ତୁତ କରାଯାଇଛି । ବର୍ଡରରେ ସ୍ଥାପନ ହୋଇଥିବା ବିଭିନ୍ନ ଚେକପୋଷ୍ଟରେ ଉଭୟ ପଡୋଶୀ ରାଜ୍ୟର ପୋଲିସ ଓ ରାଜ୍ୟ‌ ପୋଲିସ ସହ କେନ୍ଦ୍ରୀୟ ଫୋର୍ସ ସହ ମିଳିତ ଭାବେ କଡାକଡି ନଜର ରଖିବେ ।

ନକ୍ସଲ ଗତିବିଧି ନେଇ ମଧ୍ୟ ବୈଠକରେ ତର୍ଜମା କରାଯାଇଛି । କାରଣ ଓଡ଼ିଶାରେ ଅଧିକାଂଶ ଛତିଶଗଡ ଓ ଅଣଓଡ଼ିଆ ମାଓବାଦୀଙ୍କ ଉପସ୍ଥିତ ରହିଛି । ସେମାନେ ଯେପରି ନିର୍ବାଚନୀ ମାହୋଲ ବିଗାଡି ନପାରନ୍ତି ସେନେଇ ସେମାନଙ୍କ ଉପରେ ମଧ୍ୟ କଡା ନଜର ରହିବ । ଏନେଇ ବୈଠକରେ ସମସ୍ତ ସୀମାବର୍ତ୍ତୀ ଜିଲ୍ଲାର ଏସପି ଓ‌ ରେଞ୍ଜ-ଆଇଜି ଓ ଡିଆଇଜିମାନେ ସେମାନଙ୍କର ସମସ୍ୟା ଓ ଇନପୁଟ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କ 'ଶକ୍ତି'ର ଜବାବ 'ନାରୀଶକ୍ତି'ରେ ଦେଲେ ମୋଦି; କହିଲେ 'ଜୁନ 4ରେ ହେବ ମୁକାବିଲା'

ବୈଠକ ସମ୍ପର୍କରେ ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି, "ବେଙ୍ଗଲ, ଝାଡଖଣ୍ଡ ଓ ଛତିଶଗଡ ପୋଲିସ ଡିଜିଙ୍କ ସହ ଆଲୋଚନା ହୋଇଛି । ଚାଲିଥିବା ମିଳିତ ଅପରେସନ ସହିତ ସୀମାବର୍ତ୍ତୀ ଏସପି, ରେଞ୍ଜ ଡିଆଇଜି, ଇଣ୍ଟେଲିଜେନ୍ସି ଅପରେସନର ଅଫିସରଙ୍କ ସହ କିଭଳି ଶାନ୍ତିପୂର୍ଣ୍ଣ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବ ସେନେଇ ଆଲୋଚନା ହୋଇଛି । ପଡୋଶୀ ରାଜ୍ୟ ସହ ସୂଚନା ଆଦାନ ପ୍ରଦାନ ଓ ସମସ୍ୟା ସମାଧାନ ଓ ଜିଲ୍ଲାସ୍ତରରେ ମିଳିତ ଅପରେସନ ପାଇଁ ମିଟିଂରେ ନିଷ୍ପତ୍ତି ହୋଇଛି । ବିଶେଷ କରି ଇଲିଗାଲ ଆର୍ମସ, ମାଦକଦ୍ରବ୍ୟ, ଟଙ୍କା ଚାଲାଣ, ନକ୍ସଲ ପ୍ରଭାବିତ ଅଞ୍ଚଳର ଅପରେସନ ଓ ନିର୍ବାଚନ‌ ପ୍ରସ୍ତୁତି ପରିଚାଳନା ସହ ଇଣ୍ଟେଲିଜେନିଂ ରିପୋର୍ଟ ସଂଗ୍ରହ ନେଇ ଆଲୋଚନା ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.