ETV Bharat / state

ଶୌଚ ପାଇଁ ଯାଇଥିଲା ଟାଣି ନେଇଥିଲା କୁମ୍ଭୀର, ବ୍ରାହ୍ମଣୀ ନଦୀରୁ ମିଳିଲା ଯୁବକଙ୍କ ମୃତଦେହ - Crocodile Attack

Crocodile Drags man From River: ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବାଇଧରଙ୍କୁ ଆଜି ସକାଳେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ବହୁତ ଖୋଜା ଖୋଜି ପରେ ଏବେ ତାଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

କୁମ୍ଭୀରର ଶିକାର ହେଲେ ଯୁବକ
କୁମ୍ଭୀରର ଶିକାର ହେଲେ ଯୁବକ
author img

By ETV Bharat Odisha Team

Published : Mar 8, 2024, 7:48 PM IST

କୁମ୍ଭୀରର ଶିକାର ହେଲେ ଯୁବକ

କେନ୍ଦ୍ରାପଡା: ସକାଳେ ଝାମ୍ପି ନେଇଥିଲା କୁମ୍ଭୀର ଏବେ ମିଳିଲା ମୃତଦେହ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବାଇଧରଙ୍କୁ ଆଜି ସକାଳେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ବହୁତ ଖୋଜା ଖୋଜି ପରେ ଏବେ ତାଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ରାଜନଗର ବ୍ଲକ ଚାନ୍ଦି ବାଉଁଶମୂଳ ପଞ୍ଚାୟତ ଦକ୍ଷିଣ ଭେଡ଼ା ଗାଁର ବାଇଧର ମଲିକ ଆଜି ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେଠାରେ ଲୁଚିଥିବା ଏକ କୁମ୍ଭୀର ତାଙ୍କୁ ଝାମ୍ପି ନଦୀ ଗର୍ଭକୁ ଟାଣି ନେଇଥିଲା ।

ତେବେ ଗାଁ ଲୋକେ ଓ ବନବିଭାଗ ଦୀର୍ଘ ୬ ଘଣ୍ଟା ଧରି ଉଭୟ ଦେଶୀ ଓ ସରକାରୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରିଥିଲେ । ପରେ ଅପରାହ୍ନ ସମୟରେ ଗାଁ ଲୋକଙ୍କ ଦ୍ବାରା ବାଇଧରଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ ମୃତକ ବାଇଧର ଘରର ଏକମାତ୍ର ରୋଜଗାରକ୍ଷମ ପୁରୁଷ ଥିଲେ । ତାଙ୍କର ତିନୋଟି ଛୋଟ ଛୋଟ ଝିଅ ସହ ଜଣେ ପୁଅ ଥିବା ବେଳେ ଏବେ ସେମାନେ ପିତୃହରା ହୋଇଯାଇଛନ୍ତି । ବାଇଧରଙ୍କ ସ୍ତ୍ରୀ ଏହି ଅସହାୟ ମାନଙ୍କୁ କିଏ ସହାୟ ହେବ ବୋଲି କହି ମାଟିରେ ଲୋଟି ପଡୁଛନ୍ତି । ସେହିପରି ଜୀବିକା ପାଇଁ ବ୍ରାହ୍ମଣୀ ନଦୀର ଅବବାହିକାରେ ଫସଲ ଲଗାଇ ତେଲ ଲୁଣ ସଂସାର ଚଳାଉଥିବା ବାଇଧର ଓ ତାଙ୍କ ପରିବାର ପାଇଁ ଆଜିର ଦିନଟି ଅଶୁଭ ହୋଇଛି । ବ୍ରାହ୍ମଣୀ ନଦୀ ମଧ୍ୟରେ କୁମ୍ଭୀର ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ଷକ ମଧ୍ୟରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳକୁ ଆତଙ୍କିତ କରିଛି । ଏହି ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ପୂର୍ବରୁ ଅନେକ ଥର କେନ୍ଦ୍ରାପଡାରୁ କୁମ୍ଭୀର ଆକ୍ରମଣର ଖବର ସାମ୍ନାକୁ ଆସିଛି । କେତେବେଳେ କାହାର ଜୀବନ ଯାଇଛି ତ ଆଉ କିଏ ଅଳ୍ପକେ ବର୍ତ୍ତି ଯାଇଛି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।

ଏହା ମଧ୍ୟ ପଢ଼ନ୍ତୁ..... ଶୌଚ ପାଇଁ ନଦୀକୁ ଯାଇଥିଲେ, ଟାଣିନେଲା କୁମ୍ଭୀର

ଗତବର୍ଷ ଜୁନ ମାସ 21 ତାରିଖରେ ଏହି ପଞ୍ଚାୟତ ଅନ୍ତର୍ଗତ ହାତିଆଗଡ଼ି ଗାଁର ଜଣେ ମହିଳା ବାରି ପଛପାଖରେ ଥିବା ପୋଖରୀରେ ବାସନ ମାଜୁଥିବା ବେଳେ ମହିଳାଙ୍କୁ କୁମ୍ଭୀର ଝାମ୍ପି ନେଇଥିଲା । ସେହିବର୍ଷ ଜୁନ 28 ତାରିଖରେ ଏକ କୁମ୍ଭୀରକୁ ଜାଲ ପକାଇ ମାଡି ବସିଥିଲା ବନବିଭାଗ । ଜୁନ 29 ତାରିଖରେ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ମୁହଁରେ ପଡିଥିଲେ ଜଣେ ବୃଦ୍ଧ । ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର । ଦୀର୍ଘ ସମୟ ଖୋଜାଖୋଜି ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଗତମାସ ଜୁନ 14ରେ ଜଣେ ଛାତ୍ରଙ୍କ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଜୁଲାଇ 28 ତାରିଖରେ ପଟ୍ଟାମୁଣ୍ଡାଇରେ ଜଣେ ବାବାଙ୍କୁ ଟାଣି ନେଇଥିଲା କୁମ୍ଭୀର । ଅମୂଲ୍ୟ ଦାସ ଓରଫ ଟିକିଲି ବାବା କୂଳସାହିରେ ଥିବା ବ୍ରାହ୍ମଣୀ ନଦୀ ତୁଠକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ହାବୁଡରେ ପଡିଥିଲେ । କୁମ୍ଭୀର ତାଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ଖୋଜା ଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.