ETV Bharat / state

ସମ୍ବଲପୁରରେ ଋଣ ମେଳା ଆୟୋଜିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Credit Outreach Program in Sambalpur: ସମ୍ବଲପୁରର ରେମେଡ଼ର ଜଲାନ ପଡିଆ ଠାରେ ହିତାଧିକାରୀଙ୍କୁ କମ ସୁଧରେ ଋଣ ଦେବା ପାଇଁ ଋଣ ମେଳା ଆୟୋଜିତ । ମୋଦି ସରକାରରେ ରିଟେଲ ଲୋନ, ଜନଧନ, ମୁଦ୍ରା, ଷ୍ଟାଣ୍ଡ୍ ଅପ୍, ପିଏମ୍ ସ୍ବନିଧି ଆଦି ଯୋଜନା ସମ୍ପର୍କରେ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ସମ୍ବଲପୁରରେ ଋଣ ମେଳା ଆୟୋଜିତ , ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Jan 20, 2024, 9:23 PM IST

ସମ୍ବଲପୁରରେ ଋଣ ମେଳା ଆୟୋଜିତ , ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରର ରେମେଡ଼ର ସ୍ଥିତ ‘ଋଣ ମେଳା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ । ରେମେଡ଼ ଛକ ଜଲାନ ପଡିଆ ଠାରେ ହିତାଧିକାରୀଙ୍କୁ କମ ସୁଧରେ ଋଣ ଦେବା ପାଇଁ ଆୟୋଜିତ ଋଣ ମେଳା ‘କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମ’ରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ରିଟେଲ ଲୋନ, ଜନଧନ, ମୁଦ୍ରା, ଷ୍ଟାଣ୍ଡ୍ ଅପ୍, ପିଏମ୍ ସ୍ବନିଧି ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କମ ସୁଧରେ ଋଣ ପ୍ରଦାନ କରିବା ଭଳି ଏନଆରଏଲଏମ ଭଳି ବିଭିନ୍ନ ଯୋଜନାରେ ନାଗରିକଙ୍କୁ ଋଣ ପ୍ରଦାନ କରାଯାଇ ସଶକ୍ତ ଓ ସ୍ବାବଲମ୍ବୀ କରାଯାଉଛି । କିଷାନ କ୍ରେଡିଟ୍ କାର୍ଡରେ କୃଷି ଋଣ ସମେତ ମତ୍ସ୍ୟଚାଷ ଓ କୁକୁଡା ପାଳନ ପାଇଁ ଋଣ ଉପଲବ୍ଧ କରାଯିବାର ଯୋଜନା ଫଳରେ ଚାଷୀମାନେ ଉପକୃତ ହେଉଛନ୍ତି ।

ଏହି ଋଣ ସମ୍ପ୍ରସାରଣ ମେଳା ମାଧ୍ୟରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ପ୍ରାୟ ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ବିଭିନ୍ନ ଋଣ ଓ ସହାୟତା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଏବଂ ବ୍ୟାଙ୍କ୍ ସମୂହକୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ମୋଦି ସରକାରରେ ଗରିବ, ପଛୁଆ ଓ ବଞ୍ଚିତ ଲୋକମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଭାରତକୁ ଆତ୍ମନିର୍ଭର ଭାରତ ପାଇଁ ହେଲେ ବଟମ ଅଫ୍ ପିରାମିଡ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଦାୟିତ୍ବ ନେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଜ୍ଞା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଅଧିକ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ସ୍ୱାଗତ କଲା ବିଜେଡି

ମୋଦି ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି । ପୂର୍ବରୁ ଓଡ଼ିଶାରେ ଋଣ ସହାୟତା ୬୭ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହା ତିନି ଗୁଣା ବୃଦ୍ଧି ପାଇ ୨ ଲକ୍ଷ ୧୪ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶାରେ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ୪୩୩୮ଟି ବ୍ୟାଙ୍କ୍ ଥିଲା । ଏବେ ଓଡ଼ିଶାରେ ବିଗତ ୧୦ ବର୍ଷ ଭିତରେ ୧୫୦୦ରୁ ଅଧିକ ବ୍ୟାଙ୍କ୍ ସୃଷ୍ଟି ହୋଇଛି । ଓଡ଼ିଶାରେ ୬ ହଜାର ୬୦ ବ୍ୟାଙ୍କ ଖାଖା ହୋଇଛି । ୭,୩୮୦ ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ଶାଖା ଅଛି । ୪୮,୯୨୩ ବ୍ୟାଙ୍କ ମିତ୍ର ଗାଁରେ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗରିବ, ମହିଳା, ଚାଷୀ ଓ ଯୁବକଙ୍କ ସମେତ କୌଳିକ ବୃତ୍ତିଧାରୀମାନଙ୍କୁ ସ୍ବଳ୍ପ ସୁଧରେ ଋଣ ସହାୟତା ଦିଆଯାଉଥିବା ଦ୍ବାରା ସେମାନେ ଆତ୍ମନିର୍ଭର ହେଉଛନ୍ତି । ସମ୍ପନ୍ନତା ଆସିଲେ ସ୍ବାଭିମାନ ଆସେ । ସ୍ବାଭିମାନ ଆସିଲେ ସ୍ବରାଜ୍ୟ ଆସେ । ସ୍ବରାଜ୍ୟକୁ ହିଁ ରାମ ରାଜ୍ୟ କୁହାଯାଏ । ସମାଜରେ ସନ୍ତୁଳିତ ବିକାଶ ଆଣିବା ପାଇଁ ମୋଦି ସରକାର ବଦ୍ଧପରିକର । ଆଇଆଇଏମ୍ ସମ୍ବଲପୁରରେ ଭାରତର ସର୍ବପ୍ରଥମ ‘କ୍ରାଫ୍ଟ ଇନକ୍ୟୁବେସନ ସେଣ୍ଟର’ର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ବୟନଶିଳ୍ପରେ କାମ କରୁଥିବା ମାତୃଶକ୍ତି ମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଏହି ବ୍ୟବସ୍ଥା ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ମହିଳା ବୁଣାକାରଙ୍କୁ ଦକ୍ଷ କରିବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.