ETV Bharat / state

ଚୋରି ଭୟରେ ଚାଉଳ ହାଣ୍ଡିରେ ଲୁଚାଇଥିଲେ ଗହଣା, ପଡୋଶୀଙ୍କ ଘରୁ ଚୋରି କରି ଦମ୍ପତି ଗିରଫ - Couple Arrested - COUPLE ARRESTED

Bhubaneswar Couple Arrested: ଚୋରଙ୍କ ଦାଉରୁ ରକ୍ଷା ପାଇଁ ଆଲମାରି ବଦଳରେ ଚାଉଳ ହାଣ୍ଡିରେ ଗହଣା ଲୁଚାଇଥିଲେ । ଆଉ ତା' ପରେ କ'ଣ ହେଲା ଜାଣନ୍ତୁ ।

Couple Arrested
Couple Arrested (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 8:50 PM IST

ଭୁବନେଶ୍ବର: ଚୋରଙ୍କ ଦାଉରୁ ରକ୍ଷା ପାଇଁ ଆଲମାରି ବଦଳରେ ଚାଉଳ ହାଣ୍ଡିରେ ଲୁଚାଇଥିଲେ ଗହଣା । ହେଲେ ଘର ସାମ୍ନା ପଡୋଶୀ ମଉକା ଦେଖି ନଜର ରଖିଥିଲା ଗହଣା ଉପରେ । ଆଉ ଘର ଲୋକେ ଜନ୍ମଦିନ ପାଇଁ ବାହାରକୁ ଯାଇଥିବାବେଳେ ପଡୋଶୀ ଘରେ ପଶି ପୋଛି ନେଇଥିଲା ଗହଣା । ପରେ ବାହାନା ଦେଖାଇ ଶାଶୁ ଘରେ ଲୁଚିଥିବାବେଳେ ପଡୋଶୀ ପତିପତ୍ନୀକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ ୪ ଏସିପି ଗୌତମ କିଷାନ ।

Couple Arrested (ETV Bharat Odisha)

ପୋଲିସ ସୂଚନା ଅନୁସାରେ, ନୟାପଲ୍ଲୀ ଥାନାରେ ଜ୍ୟୋସ୍ନାରାଣୀ ନାୟକଙ୍କ ଅଭିଯୋଗ ଆଧାରରେ ପଡୋଶୀ ସଂଘମିତ୍ରା ନାୟକ ଏବଂ ସୁଧାଂଶୁ ସାହୁ ତାଙ୍କ ଘରୁ ସୁନା ଗହଣା ଚୋରି ଅଭିଯୋଗରେ ଗିରଫ କରାଯାଇଛି । ଏପରି କି ଚୋରି ହୋଇଥିବା ଗହଣା ସାଲିଆସାହିରୁ ଜବତ କରାଯାଇଛି । ଅଭିଯୋଗକାରିଣୀ ଜ୍ୟୋସ୍ନାରାଣୀ କହିବା ଅନୁସାରେ ସେ ଜଣେ ଏସଏସଜି ଗ୍ରୁପର ସଦସ୍ୟା । ଅନେକ ସମୟରେ ଗ୍ରୁପର ମେମ୍ବର ଘରକୁ ଆସିଥାନ୍ତି । ଏପରିକି ସେହି ଭଳି ଭାବେ ଘର ସାମ୍ନାରେ ରହୁଥିବା ପଡୋଶୀ ସଂଘମିତ୍ରା ନାୟକ ମଧ୍ୟ ଆସିଥିଲେ । ଧିରେ ସମ୍ପର୍କ ବଢିଥିଲା । ଆଉ ପଡୋଶୀ ଭାବେ ଘରକୁ ଯିବା ଆସିବା ହେଲା । ଏହି ମଉକାରେ‌ ନିବୀିଡତା ବଢିଲା । ଗତ ୧୩ ତାରିଖରେ ଆମେ ସମ୍ପର୍କିୟଙ୍କ ଜନ୍ମଦିନରେ ଯୋଗ ଦେବାକୁ ଯାଇଥିବା ବେଳେ ଘରେ ଏକୁଟିଆ ବୃଦ୍ଧା ମାଆ ରହିଥିଲେ ।

ତେବେ ଅଭିଯୋଗକାରିଣୀ ଘରେ ରଖିଥିବା ସୁନା ଗହଣା ଚୋରି ହେବା ଭୟରେ ଆଲମିରାରେ ନ ରଖି ଅନ୍ୟତ୍ର ଲୁଚାଇ ରଖିଲେ । ରୋଷେଇ ଘରର ତାଜା ଉପରେ ଏକ ଚାଉଳ ହାଣ୍ଡିରେ ଲୁଚାଇ ରଖିଥିଲେ । ହେଲେ ଏହାକୁ ଦେଖିଥିଲେ ପଡୋଶୀ । ଘରେ କେହି ନଥିବାର ସୁଯୋଗ ନେଇ ସବୁ ଗହଣା ଚାଉଳ ହାଣ୍ଡିରୁ ଚୋରି କରି ଛୁ ମାରିଥିଲେ । ପରେ ଜ୍ୟୋସ୍ନାରାଣୀ ଆସି ଦେଖିଲା ବେଳକୁ ଗହଣା ନାହିଁ । ଏନେଇ ପଚରାଉଚରା କରିଥିଲେ । ହେଲେ ଚୋରି କରିଥିବା ପଡୋଶୀ ସୁନା ଗହଣା ନେଇ ପାରାଦ୍ବୀପ ଶାଶୁ ଘରେ ଯାଇ ଲୁଚାଇ ଥିଲେ । ଏପରିକି ଜ୍ୟୋସ୍ନା ଫୋନ କରିବା ପରେ ବାହାନା ଦେଖାଇ ସେ କିଛି ଜାଣି ନାହାନ୍ତି କହିଥିଲେ । ଧିରେ ଧିରେ ତାଙ୍କର ଚାଲିଚଳଣି ସନ୍ଦେହ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ..... ପୁଅର ଚିକିତ୍ସା ପାଇଁ ଏମ୍ସ ଆସୁଥିଲେ, ମୋ ବସରେ ୬୦ ହଜାର ଚୋରି ! - THEFT IN MO BUS

ପରେ ଜ୍ୟୋସ୍ନା ସନ୍ଦେହ କରି ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପାରାଦ୍ବୀପରେ ଲୁଚାଇଥିବା ଚୋରି ଗହଣାକୁ ଜବତ କରିଥିବା ପୋଲିସ । ଆଉ କିଛି ଗହଣା ନେଇ ସାଲିଆସାହିରେ ରଖିଥିଲା । ଏନେଇ ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.