ETV Bharat / state

ମନରେଗାରେ କାମ କରାଇଲେ, ଶ୍ରମିକଙ୍କୁ ପ୍ରାପ୍ୟ ଦେବା ବଦଳରେ ମାଗୁଛନ୍ତି ହାତଗୁଞ୍ଜା ! - Manrega Yojana

Manrega Corruption: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶତାଧିକ ଶ୍ରମିକଙ୍କୁ ନିଜ ନିଜର ମଜୁରୀ ପ୍ରଦାନ କରାଯାଇ ନଥିବା ବେଳେ କାମ ପାଇଁ ଅଧିକାରୀ ପିସି ମାଗୁଥିବା ଅଭିଯୋଗ କରାଯାଇଛି । ଅଧିକ ପଢ଼ନ୍ତୁ

ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ
ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ
author img

By ETV Bharat Odisha Team

Published : Mar 20, 2024, 7:31 AM IST

ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

ବରଗଡ: ମନରେଗା ଯୋଜନାରେ ଅନିୟମିତତା । କାମ କରି ପ୍ରାପ୍ୟ ପାଇଲେନି ଶ୍ରମିକ । ଶ୍ରମିକଙ୍କ ଟଙ୍କା ହଡପ କରାଯାଇଥିବା ଅଭିଯୋଗ । ମନରେଗା ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରୁ । ଯାହାର ପ୍ରତିବାଦରେ ଶ୍ରମିକମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏଥିସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶତାଧିକ ଶ୍ରମିକଙ୍କୁ ମଜୁରୀ ପ୍ରଦାନ ନକରି ତାଙ୍କର ପାରିଶ୍ରମିକ ଅର୍ଥକୁ ହଡପ କରାଯାଇଥିବା ଅଭିଯୋଗ ଆସିଛି । ସେହିପରି ରାଜ୍ୟ ସରକାରଙ୍କ ଫାର୍ମ ଫଣ୍ଡ ଯୋଜନା ଦ୍ବାରା ଗାଇସିଲେଟ ବ୍ଲକରେ ପୋଖରୀ ଖନନ ପାଇଁ ୱାଟରସେଡ ଡିପାର୍ଟମେଣ୍ଟ ପକ୍ଷରୁ ଅନୁମୋଦନ କରାଯାଇଥିଲା । ହିତାଧିକାରୀ ମାନେ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରି ପୋଖରୀ ଖନନ କରିଥିବା ବେଳେ ୱାଟରସେଡ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଶ୍ରମିକ ମାନଙ୍କ ଟଙ୍କା ହଡପ କରିଦେଇଥିବା ନେଇ ଅଭିଯୋଗ ହୋଇଛି । ପୋଖରୀ ଖନନ ପାଇଁ ଦୀର୍ଘ ଦିନ ଧରି ପରିଶ୍ରମ କରିଥିବା ଅନେକ ଶ୍ରମିକ ନିଜ ନିଜର ପାରିଶ୍ରମିକ ପାଇପାରିନଥିବା ବେଳେ ହିତାଧିକାରୀ ମାନେ ମଧ୍ୟ ହାତଉଧାରୀ କରି ଅର୍ଥ ଲଗାଇ ପୋଖରୀ ଖନନ କାର୍ଯ୍ୟରେ ଖର୍ଚ୍ଚ କରିଦେଇଛନ୍ତି ମାତ୍ର ସେମାନଙ୍କୁ ମଧ୍ୟ ସରକାରଙ୍କ ଯୋଜନା ମୁତାବକ ରହିଥିବା ସବସିଡି ପଇସା ମିଳିପାରିନାହିଁ । ତେବେ ଏହାକୁ ନେଇ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ ଜଣାଇଛନ୍ତି ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସପଦର, ଗୌରେନମୁଣ୍ଡା, ଭାଙ୍ଗମୁଣ୍ଡା ଏବଂ ଆଖପାଖ ଗ୍ରାମର ଶ୍ରମିକ ମାନେ ।

ଏହା ମଧ୍ୟ ପଢ଼ନ୍ତୁ...... କେନ୍ଦୁଝରରେ ନବ ନିର୍ମାଣ କୃଷକ ସଂଗଠନର 'ସିଂହାସନ ଛାଡ଼ ସମାବେଶ', ସରକାରଙ୍କ ଉପରେ ବର୍ଷିଲେ

ଦୀର୍ଘ 6 ମାସରୁ ଅଧିକ ସମୟ ହେବ ବହୁବାର ଜିଲ୍ଲାପ୍ରଶାସନକୁ ଏହି ସମସ୍ୟା ବିଷୟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ କରାଯାଇନଥିଲା । ସେଠାକାର PIO ସହିତ ଯୋଗାଯୋଗ କରିବାକୁ କୁହାଯାଇଥିଲା ମାତ୍ର PIO ସହଯୋଗ ନକରି ଓଲଟା ହାତଗୁଞ୍ଜା ମାଗିଥିବା ଅଭିଯୋଗ ନେଇ ପୁଣି ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଶ୍ରମିକଙ୍କ ଠାରୁ ହାତଗୁଞ୍ଜା ମାଗୁଥିବା PIO ଗୋପାଳ କୃଷ୍ଣ ଦାସଙ୍କୁ ଅନ୍ୟତ୍ର ବଦଳି କରାଯାଉ ଏବଂ ସମସ୍ତ ଶ୍ରମିକଙ୍କ ପାଉଣା ପ୍ରଦାନ କରାଯାଉ ବୋଲି ଜିଲ୍ଲାପାଳ ଏବଂ PD DRDA ବରଗଡଙ୍କ ଠାରେ ଦାବି ଜଣାଇଛନ୍ତି ଅନେକ ଶ୍ରମିକ ଓ ହିତାଧିକାରୀ । ତେବେ ସରକାରଙ୍କ ଯୋଜନାରେ କିପରି ଜନସାଧାରଣଙ୍କୁ ହଇରାଣ କରୁଛନ୍ତି ଏବଂ ସରକାରଙ୍କ ଯୋଜନାରୁ ବଞ୍ଚିତ କରୁଛନ୍ତି ତାହା ଏହି ଘଟଣାରୁ ସହଜରେ ଅନୁମାନ କରାଯାଇପାରେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.