ETV Bharat / state

PCC ସଭାପତି ଘୋଷଣା ହେବ ବିଳମ୍ବ ! ଓଡ଼ିଶା କଂଗ୍ରେସ ଚଳାଇବ ଷ୍ଟିୟରିଙ୍ଗ କମିଟି, ନେତାଙ୍କୁ ମିଳିବ କି ଗୁରୁ ଦାୟିତ୍ୱ ? - congress steering committee

author img

By ETV Bharat Odisha Team

Published : Aug 14, 2024, 9:27 AM IST

Congress steering committee in odisha soon: 2024 ସାଧାରଣ ନିର୍ବାଚନରେ ଓଡ଼ିଶା ପ୍ରଦେଶ କଂଗ୍ରେସ ର ନୈରାଶ୍ୟ ଜନକ ଫଳାଫଳକୁ ଦେଖି ଜୁଲାଇ 21ରେ ପିସିସି ସମେତ ରାଜ୍ୟର ସମସ୍ତ କମିଟି ଗୁଡିକ ଭଙ୍ଗ କରିଥିଲା ଏଆଇସିସି ।୩ ସପ୍ତାହ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ କୋୖଣସି ଚୂଡାନ୍ତ ନିଷ୍ପତ୍ତି ରେ ପହଂଚି ପାରୁନି ଏଆଇସିସି । ପିସିସି ସଭାପତି ଘୋଷଣା ନେଇ ହେଉଛି ବିଳମ୍ବ। ଅଧିକ ପଢନ୍ତୁ

congress steering committee
congress steering committee (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ସାମୟିକ ଭାବେ ଗଠନ ହେବ କି ଷ୍ଟିୟରିଙ୍ଗ କମିଟି ? ରାଜ୍ୟରେ କଂଗ୍ରେସକୁ ସାମୟିକ ଭାବେ କ୍ରିୟାଶୀଳ କରିବାକୁ ଗଠନ ହେବ କି ଷ୍ଟିୟରିଙ୍ଗ କମିଟି !କିଛି ନେତାଙ୍କୁ ମିଳିବ କି ଗୁରୁ ଦାଇତ୍ୱ ? ରାଜ୍ୟ କଂଗ୍ରେସ ମୁରବି ଶୂନ୍ୟ ହୋଇଥିବାରୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସାମ୍ନା କରିବା ପାଇଁ ସକ୍ଷମ ହେଉନାହୁଁ । ଏବେ ସପ୍ତଦଶ ବିଧାନସଭା ର ବଜେଟ ଅଧିବେଶନ ଚାଲିଥିବାରୁ ଗୃହରେ ପ୍ରସଙ୍ଗ ଭିତ୍ତିକ ଲଢେ଼ଇ ରେ ପଛୁଆ ପଡିଯାଉଛି କଂଗ୍ରେସ । ପିସିସି ମଙ୍ଗୁଆଳ ନଥିବାରୁ ବିଧାୟକ ମାନେ ଦୃଢ଼ ରଣନୀତି ନେଇ ସରକାରଙ୍କୁ ଘେରିବାକୁ ଏକଜୁଟ ହୋଇପାରୁ ନାହାଁନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଦାଇତ୍ୱ ନମିଳିବାରୁ ସେ ଗୃହ ଭିତରେ କର ଛଡା ଦେଉଥିବାର ଦେଖିବାଜୁ ମିଳୁଛି।

ଜୁଲାଇ 21 ତାରିଖରୁ ପିସିସି ସଭାପତି ସମେତ ସବୁ କମିଟି ଗୁଡିକୁ ଭଙ୍ଗ କରିଛି aicc ,ମୁରବି ବିହୀନ ଓଡିଶା ପ୍ରଦେଶ କଂଗ୍ରେସ ର କିଏ ହେବ ପରବର୍ତ୍ତୀ ମୁଖିଆ ତାକୁ ନେଇ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜୋରଦାର ଲବି । ଏବେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଭକ୍ତ ଦାଶ , ନବଜ୍ୟୋତି ପଟ୍ଟନାୟକ ଦିଲ୍ଲୀରେ ଡେରା ପକାଇଛନ୍ତି। ବିଭିନ୍ନ ସୂତ୍ରରୁ ଶୁଣିବାକୁ ମିଳୁଛି ରାଜ୍ୟ ମୁଖିଆ ଘୋଷଣା ରେ ବିଳମ୍ବ ହେବ । ଏବେ ହେବ ନାହିଁ PCC ସଭାପତି ଘୋଷଣା । ସାମୟିକ ଭାବେ ଓଡ଼ିଶା କଂଗ୍ରେସ ଚଳାଇବ ଷ୍ଟିୟରିଙ୍ଗ କମିଟି....

ଏହା ମଧ୍ୟ ପଢନ୍ତୁ- ଓଡ଼ିଶା କଂଗ୍ରେସ ମୁଖିଆ ଚୟନରେ ବିଳମ୍ବ; ନିଷ୍ପତ୍ତି ନେଇପାରୁନି AICC ! କାର୍ଯ୍ୟକାରୀ ସଭାପତି ରେସରେ ଏମାନେ - OPCC Working President

୧- ପ୍ରଥମେ ଗଠନ ହୋଇପାରେ ଷ୍ଟିୟରିଂ କମିଟି, ତା ପରେ ପ୍ରଦେଶ କଂଗ୍ରେସ କମିଟି ଗଠନ ...
୨- ଷ୍ଟିୟରିଂ କମିଟି ହାଇକମାଣ୍ଡଙ୍କୁ ରିପୋର୍ଟ ଦେବ କିଏ ହେବ ପିସିସି ସଭାପତି.....
୩- ଷ୍ଟିୟରିଂ କମିଟିରେ ଓଡ଼ିଶାର ୬ ରୁ ୭ ଜଣ ନେତା ସାମିଲ ହୋଇପାରନ୍ତି
୪- ଏହି ନେତାଙ୍କ ଭିତରେ ଯେଉଁମାନେ ଚର୍ଚ୍ଚା ରେ ରହିଛନ୍ତି ସେମାନେ ହେଲେ ବିଜୟ ପଟ୍ଟନାୟକ, ମହମ୍ମଦ ମୋକିମ, ସପ୍ତଗିରି ଉଲାକା, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ
୫- ଷ୍ଟିୟରିଂ କମିଟିର ମଙ୍ଗ ଧରିପାରନ୍ତି ପ୍ରଭାରୀ ଅଜୟ କୁମାର ଏବଂ ତାଙ୍କ ସହିତ ୨ ରୁ ୩ ଜଣ ଜାତୀୟ ସ୍ତରର ନେତାଙ୍କୁ ମଧ୍ୟ ମିଳିପାରେ ସ୍ଥାନ
୬- ଏ ନେଇ ଦିଲ୍ଲୀରେ ବସୁଛି ବଡ ବୈଠକ। ଓଡ଼ିଶା କଂଗ୍ରେସ ର ଭାଗ୍ୟ ଭବିଷ୍ୟତ ନେଇ ଆଲୋଚନା ଚାଲିଛି
୭-ଦିଲ୍ଲୀରେ ଅଛନ୍ତି ବିଜୟ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ନବଜ୍ୟୋତି ପଟ୍ଟନାୟକ

"ଷ୍ଟିୟରିଙ୍ଗ କମିଟି ଗଠନ ନେଇ କିଛି ନେତାଙ୍କ ସହ ଆଲୋଚନା ଚାଲିଛି । ଏନେଇ ଚୂଡାନ୍ତ ନିଷ୍ପତ୍ତି ନେଇ ପାରନ୍ତି ହାଇକମାଣ୍ଡ । ଦିଲ୍ଲୀରୁ କିଛି ନେତା ଓଡିଶା ଆସି ବିଧାୟକ ,ସାଂସଦ, ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ପାରନ୍ତି।ସମସ୍ତଙ୍କ ମତ ନେଇ ପାରନ୍ତି । ପରେ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ହେବାର ସମ୍ଭାବନା ରହିଛି । ମୁଁ ଷ୍ଟିୟରିଙ୍ଗ କମିଟି ଦୌଡ଼ରେ ନାହିଁ । ଓଡ଼ିଶାବାସୀ ବିଜେଡି ବିଜେପିର ବିକଳ୍ପ ଭାବେ କଂଗ୍ରେସ କୁ ଦେଖିବାକୁ ଚାହାଁନ୍ତି । ଯେଉଁ ପର୍ଯ୍ୟନ୍ତ ଖଡଗେ ଓଡିଶା ପିସିସି ଘଟଣାରେ ହସ୍ତକ୍ଷେପ କରିନାହାଁନ୍ତି ସେ ପର୍ଯ୍ୟନ୍ତ ଘୋଷଣା ହେବନାହିଁ ।କଂଗ୍ରେସ ଏକାଠି ହେଲେ ଆଗକୁ ଭଲ ପଦର୍ଶନ କରିବ।ଲୋକଙ୍କ ବିଶ୍ୱାସ କଂଗ୍ରେସ ଦଳ ପ୍ରତି ଆସିଲାଣି," ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.