ETV Bharat / state

କାହାକୁ ଭରସା କରିପାରୁନାହାଁନ୍ତି କଂଗ୍ରେସ ହାଇ କମାଣ୍ଡ ! PCC ନୁହେଁ ପ୍ରଥମେ ଗଠନ ହେଲା ଷ୍ଟିୟରିଙ୍ଗ କମିଟି, ଜାଣନ୍ତୁ କେବେ ପ୍ରଥମ ବୈଠକ - Congress Steering Committee

author img

By ETV Bharat Odisha Team

Published : Aug 16, 2024, 8:49 AM IST

Updated : Aug 16, 2024, 9:13 AM IST

Congress Steering Committee For Odisha To Hold 1st Meeting Next Week: ପିସିସି ନୁହେଁ ପ୍ରଥମେ ଷ୍ଟିୟରିଙ୍ଗ କମିଟି । ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ,ଏହି ନ୍ୟାୟ କ୍ରମରେ ଓଡିଶା କଂଗ୍ରେସର ଗୋଷ୍ଠୀ ବିବାଦ ନେଇ ହେଉଥିବା ଚର୍ଚ୍ଚାର ସତ୍ୟତା ପ୍ରମାଣିତ ହୋଇଛି,ଯେତେବେଳେ ପରବର୍ତ୍ତୀ ନୂଆ ପିସିସି ସଭାପତି ଘୋଷଣା ନକରି AICC ଏକ 14 ଜଣିଆ ଷ୍ଟିୟରିଙ୍ଗ କମିଟି ଗଠନ କରିଛି । ଅଧିକ ପଢନ୍ତୁ

Congress Steering Committee For Odisha
Congress Steering Committee For Odisha (ETV Bharat Odisha)

ଭୁବନେଶ୍ବର: କାହିଁକି ଏ ଷ୍ଟିୟରିଙ୍ଗ କମିଟି ? କାହିଁକି ପିସିସି ସଭାପତି ଘୋଷଣାରେ ହେଉଛି ବିଳମ୍ବ ?14 ଜଣିଆ କମିଟିରେ କିଏ ନେବ ଉତ୍ତର ଦାୟିତ୍ୱ ? ଦଳ ଭିତରେ ବିଭିନ୍ନ ଗୋଷ୍ଠୀ ଲବି ଥିବାରୁ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ପାରୁନାହାଁନ୍ତି କି ହାଇକମାଣ୍ଡ ? ସାଧାରଣରେ ଆଜି ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି।ଜୁଲାଇ 21ରୁ ପ୍ରଦେଶ କଂଗ୍ରେସର ସବୁ କମିଟି ଭଙ୍ଗ କରିଛନ୍ତି AICC । 25 ଦିନ ବିତିଯାଇଥିଲେ ବି ପିସିସି ସଭାପତି କିଏ ହେବ ସେ ନେଇ ନିଷ୍ପତ୍ତି ନେଇ ପାରିଲେ ନାହିଁ ଦିଲ୍ଲୀ ଦରବାର । ଅଧିକ ଅନୁଧ୍ୟାନ, ଅନୁଶୀଳନର ଆବଶ୍ୟକତା ଅନୁଭବ କରି ଏକ ଷ୍ଟିୟରିଙ୍ଗ କମିଟି ଗଠନ କରିଛନ୍ତି AICC । ପ୍ରଭାରୀ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏହି 14 ଜଣିଆ କମିଟିରେ AICC ର ସାଧାରଣ ସମ୍ପାଦକ ସାହନବାଜ ହୁସେନଙ୍କୁ ରଖାଯାଇଛି । ଆସନ୍ତୁ ଏ ତାଲିକା ଉପରେ ନଜର ପକାଇବା କିଏ କିଏ ପାଇଛନ୍ତି ସ୍ଥାନ ।

ତେବେ ନୂଆ ପିସିସି ସଭାପତି ଘୋଷଣା ନକରି AICC ଏକ 14 ଜଣିଆ ଷ୍ଟିୟରିଙ୍ଗ କମିଟି ଗଠନ କରିଛି । ଏପଟେ ଏହି କମିଟିର ପ୍ରଥମ ବୈଠକ ଆସନ୍ତା 21 ତାରିଖରେ ବସିବ ବୋଲି ସୂଚନ ରହିଛି ।

ସାଂସଦ ସପ୍ତଗିରି ଉଲକା,ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଭକ୍ତ ଦାଶ, ରାମଚନ୍ଦ୍ର କାଡାମ,ବିଧାୟକ ଅଶୋକ ଦାଶ,ଅନନ୍ତ ସେଠି ,ମହମ୍ମଦ ମୋକିମ ,ଦେବାଶିଷ ପଟ୍ଟନାୟକ, ବିଶ୍ଵରଂଜନ ମହାନ୍ତି,ବଳଭଦ୍ର ମାଝୀ, ସସ୍ମିତା ବେହେରା ଓଡିଶାରୁ ସ୍ଥାନ ପାଇଛନ୍ତି।ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ସ୍ଥାନ ମିଳିଲା ହେଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ,ଶରତ ପଟ୍ଟନାୟକ ଏଥିରୁ ବାଦ ପଡିଛନ୍ତି । ଏହି ତିନି ଜଣ ବରିଷ୍ଠ ନେତାଙ୍କୁ କାହିଁକି ବାଦ ଦିଆଗଲା ସେ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଏହା ବି ପଢନ୍ତୁ- PCC ସଭାପତି ଘୋଷଣା ହେବ ବିଳମ୍ବ ! ଓଡ଼ିଶା କଂଗ୍ରେସ ଚଳାଇବ ଷ୍ଟିୟରିଙ୍ଗ କମିଟି, ନେତାଙ୍କୁ ମିଳିବ କି ଗୁରୁ ଦାୟିତ୍ୱ ? - congress steering committee

ଓଡିଶା ପ୍ରଦେଶ କଂଗ୍ରେସକୁ ଏକଜୁଟ କରି କିଏ ହେବ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଅଧିକ ଆଲୋଚନା,ତର୍ଜମା କରୁଛନ୍ତି aicc । ଯେହେତୁ ଓଡ଼ିଶାରେ ବିଜେପି ସରକାର ରହିଛି ତାକୁ ମୁକାବିଲା କରି ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ କରିବାକୁ ଜଣେ ଦକ୍ଷ ,ଅନୁଭୂତି ସମ୍ପର୍ଣ୍ଣ ନେତାଙ୍କୁ ପିସିସି ଦାୟିତ୍ୱ ଦେଵ aicc ସେଥିପାଇଁ ନେତା ଚୟନ ନେଇ ଏହି ଷ୍ଟିୟରିଙ୍ଗ କମିଟି ଗଠନ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

ଏହା ବି ପଢନ୍ତୁ- Exclusive: ଇଟିଭି ଭାରତରେ ଓଡ଼ିଶା ଛାତ୍ର କଂଗ୍ରେସର ନୂଆ ସଭାପତି, ଆଗକୁ କଣ ରହିଛି ଲକ୍ଷ୍ୟ ଶୁଣନ୍ତୁ ଉଦିତ ନାରାୟଣଙ୍କ ମୁହଁରୁ - Interview With Udit Narayan

ଆସନ୍ତୁ ଶୁଣିବା କଣ କହୁଛନ୍ତି ଏହି ବରିଷ୍ଠ ନେତାମାନେ ଯେଉଁମାନେ ଷ୍ଟିୟରିଙ୍ଗ କମିଟି ରେ ସ୍ଥାନ ପାଇଛନ୍ତି..........

ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ପିସିସି କୁ ନବକଳେବର କରିବା ପାଇଁ ଆଲୋଚନା କରିଛନ୍ତି aicc।ଓଡ଼ିଶାରେ କଂଗ୍ରେସ କୁ ଆଗକୁ ନେବାକୁ କାମଚଳା ଭାବରେ ଷ୍ଟିୟରିଙ୍ଗ କମିଟି ଗଠନ କରିଛନ୍ତି aicc ।ନିର୍ବାଚନ ଏବେ ସରିଛି ,ସେମାନେ ଅନୁସନ୍ଧାନ କରିଛନ୍ତି। ଅଜୟ କୁମାରଙ୍କ ଦିଗଦର୍ଶନ ରେ ଏ କମିଟି ଚାଲିବ ।"

କଂଗ୍ରେସ ବିଧାୟକ ଦଳ ର ନେତା ରାମଚନ୍ଦ୍ର କାଡାମ କହିଛନ୍ତି, "କଂଗ୍ରେସ କୁ ଅଧିକ ସଂଗଠିତ କରିବାକୁ ଯାହା ଯାହା ନିର୍ଦେଶ ଦେବେ ଆମେ ପାଳନ କରିବୁ।ବହୁ ନେତା ଅଛନ୍ତି।ଏବେ ଷ୍ଟେରିଂନଂ କମିଟି ହେଲା।aicc ଯାହା ନିଷ୍ପତ୍ତି ନେବ ଆମେ ତାହା ପାଳନ କରିବୁ।ପିସିସି ପୁନର୍ଗଠିତ ହେବାକୁ ଯାଉଛି।"

ଏନେଇ ଷ୍ଟିୟରିଙ୍ଗ କମିଟିରେ ସ୍ଥାନ ପାଇଥିବା ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠି କହିଛନ୍ତି, "ନିର୍ବାଚନ ପରେ କଂଗ୍ରେସକୁ କ୍ରିୟାଶୀଳ କରିବା ପାଇଁ ,ସଂଗଠନ କୁ ଶକ୍ତିଶାଳୀ କରିବାକୁ aicc ପଦକ୍ଷେପ ନେଉଛନ୍ତି।ଷ୍ଟିୟରିଙ୍ଗ କମିଟି ରାଜନୈତିକ କାର୍ଯ୍ୟକ୍ରମ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 16, 2024, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.