ETV Bharat / state

ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ସିଦ୍ଧାର୍ଥ ରାଉତରାୟ - Congress Targets BJD

Congress Targets BJD: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ପଞ୍ଚାୟତ ଠାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ପିସି କାରବାର ଚାଲିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସିଦ୍ଧାର୍ଥ ରାଉତରାୟ । ଅଧିକ ପଢନ୍ତୁ,

Congress Press Meet
Congress Press Meet
author img

By ETV Bharat Odisha Team

Published : Mar 19, 2024, 2:55 PM IST

Congress Press Meet

ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ । ଏନେଇ ବାଜି ସାରିଛି ବିଗୁଲ । ବିଜେପି କେନ୍ଦ୍ର ସରକାରଙ୍କ ସଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଥିବାବେଳେ ରାଜ୍ୟରେ ଶାସକ ବିଜେଡି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି । ତେବେ ଏହି ସମୟରେ ଉଭୟ ବିଜେପି ଓ ବିଜେଡି ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି କଂଗ୍ରେସ । ତେବେ ରାଜ୍ୟ ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିବା କଂଗ୍ରେସ ଆଣିଛି ଅଭିଯୋଗ । କଂଗ୍ରେସ ମୁଖପାତ୍ର ସିଦ୍ଧାର୍ଥ ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ତେବେ ସେ ଅଭିଯୋଗ କରିଛନ୍ତି ଯେ, 'ଭାରତର ଦୁର୍ନୀତି ତାଲିକାରେ ଓଡ଼ିଶା ବହୁତ ଆଗରେ l ଯୋଗାଯୋଗ ବିଭାଗ , ୫ଟି ସ୍କୁଲ ଯୋଜନା ପ୍ରତ୍ୟେକ ବିଭାଗରେ ଦୁର୍ନୀତି ହେଉଛି l ଅନେକ ଯୋଜନା ହେଉଛି ରଙ୍ଗ ଦିଆଯାଉଛି କିନ୍ତୁ ସେଗୁଡିକ ବ୍ୟବାହର କରିବା ପାଇଁ କେହି ନାହାନ୍ତି l କିଛି କିଛି ସ୍ଥାନରେ ବିବାହ ମଣ୍ଡପ ତିଆରି ହୋଇଛି ତାହା ମଧ୍ୟ ଲୋକଙ୍କ ବ୍ୟବହାର ରେ ଆସୁନାହିଁ l ସେହିପରି ମାର୍କେଟ କମ୍ପଲେକ୍ସ ମଧ୍ୟ କିଛି ସ୍ଥାନରେ ତିଆରି ହେଉଛି ହେଲେ ସେହି ସ୍ଥାନକୁ ଲୋକ ଯାଉଁନାହାନ୍ତି l ଅଢେଇ ହଜାର କୋଟି ଖର୍ଚ୍ଚ କରି ନଳକୂପ ବ୍ୟବସ୍ଥା ହୋଇଥିଲା ବିଭିନ୍ନ ସ୍ଥାନରେ ତାହା ମଧ୍ୟ ହେଉନାହିଁ l ଏଥି ସହ ଖଣିରେ ସର୍ବାଧିକ ଠକେଇ ଓ ସିଟି ବସରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଠକେଇ କରଯାଇଛି l '

ସେ ଅଭିଯୋଗ କରିଛନ୍ତି ଯେ, ' ରାଜ୍ୟରେ ଗତ ୨୪ ବର୍ଷଧରି ଶାସନ କରୁଥିବା ନବୀନ ସରକାର ହେଉଛି ପିସି ସରକାର । ପଞ୍ଚାୟତଠାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । ବିଜେଡିର ମନ୍ତ୍ରୀ, ନେତା, ଯନ୍ତ୍ରୀ, ଅଫିସର ମାନେ ଏଥିରେ ସଂପୃକ୍ତ । ଆବାସ ଯୋଜନାରେ ବାସଗୃହରୁ ବଞ୍ଚିତ ଥିବା ପ୍ରତ୍ୟେକ ହିତାଧିକାରୀମାନଙ୍କଠାରୁ ୨୦-୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପିସି ନିଆଯାଉଛି । ସେହିପରି ଇଲେକ୍ଟ୍ରିସିଟି ବୋର୍ଡ, ବ୍ୟାକ୍ଟ ଅଫିସ, ଜଙ୍ଗଲଜମିରେ ଦୁର୍ନୀତି, ୫ଟି ସ୍କୁଲ, ପରିବହନ ଅଫିସ, ରାସ୍ତା ନିର୍ମାଣ ଆଦିରେ ବ୍ୟାପକ ପିସି କାରବାର ଚାଲିଛି । ଏପରିକି ସବରେଜିଷ୍ଟ୍ରର କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରେସନ ଏବଂ ଜମିର କିସମ ପରିବର୍ତ୍ତନ ସମୟରେ ସାଧାରଣ ଗରିବ ଲୋକଙ୍କ ଠାରୁ ମଧ୍ୟ ପିସି ନିଆଯାଉଛି । ' ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ସଂଗୀନ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାଗ୍ରେଟ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସିଦ୍ଧାର୍ଥ ରାଉତରାୟ ।

ଏହା ମଧ୍ୟ ପଢନ୍ତୁ- ଓଡିଶା ଗସ୍ତ ପୂର୍ବରୁ ମୋଦିଙ୍କୁ ଟାର୍ଗେଟ, ବିଜେପିର 10ବର୍ଷର ଶାସନ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ସେ ଆହୁରି ମଧ୍ଯ କହିଛନ୍ତି ଯେ 'ତାମିଲ ଅଫିସରଙ୍କ ସହଯୋଗରେ ଭୁବନେଶ୍ବରରେ ଶତାଧିକ ଏକର ଜମି ମୋଟା ଅଙ୍କର ପିସି ନେଇ ଅଣ ଓଡ଼ିଆଙ୍କ ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ନୂଆ କରି ତିଆରି ହେଉଥିବା ବସଷ୍ଟାଣ୍ଡ କାର୍ଯ୍ୟରେ ଅନେକ ପରିମାଣର ଟଙ୍କା ହେରଫେର ହେଉଛି । ରାଜ୍ୟର ସମସ୍ତ ପଞ୍ଚାୟତମାନଙ୍କରେ ନିର୍ମାଣ ହେଉଥିବା ଆବର୍ଜନା କୁଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କାର ଅର୍ଥ ହରିଲୁଟ କରାଯାଉଛି । ଚାଷୀମାନଙ୍କୁ ଚାଷ ପାଇଁ ଆବଶ୍ୟକ ପରିମାଣର ପାଣି ଯୋଗାଇ ନ ଦେଇ ବିଜେଡ଼ି ସରକାର କଳକାରଖାନାକୁ ପାଣି ଯୋଗାଉଛନ୍ତି । ଏହା ଫଳରେ ଚାଷ କ୍ଷେତ୍ରରେ ପାଣିର ଘୋର ଅଭାବ ରାଜ୍ୟରେ ଦେଖାଯାଉଛି । ' ଏହା ସହିତ ସିଦ୍ଧାର୍ଥ ରାଉତରାୟ ରାଜ୍ୟରେ ଚାଲିଥିବା ଖଣି ଦୁର୍ନୀତି ସହିତ ଖଣି କାରବାରରେ ହେଉଥିବା ବ୍ୟାପକ ପିସି ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.