ETV Bharat / state

କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: କଟକ-ବାରବାଟୀରୁ ଲଢିବେ ସୋଫିଆ ଫିରଦୋସ, ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ - Congress Candidate List

Congress Candidate: ୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକଟ ।

Congress Candidate
Congress Candidate
author img

By ETV Bharat Odisha Team

Published : Apr 28, 2024, 9:38 PM IST

Updated : Apr 28, 2024, 10:46 PM IST

ଭୁବନେଶ୍ବର: ପୁଣି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେଲେ ନଗେନ୍ଦ୍ର ପ୍ରଧାନ । ସେହିପରି କଟକ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ସୁରେଶ ମହାପାତ୍ର । ବାରବାଟୀ- କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସଙ୍କୁ ଦଳ ପ୍ରାର୍ଥୀ କରିଛି । ବାରିପଦା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ପ୍ରମୋଦ କୁମାର ହେମ୍ବ୍ରମ । ଜଳେଶ୍ବର ଆସନ ପାଇଁ ଦେବୀ ପ୍ରସନ୍ନ ଚାନ୍ଦଙ୍କୁ ଦଳ ଟିକଟ ପ୍ରଦାନ କରିଛି । ସେହିପରି ବାଲେଶ୍ବରରୁ ମୋନାଲିସା ଲେଙ୍କା, ବଡ଼ଚଣାରୁ ଅଜୟ ସାମଲ, ପାଲଲହଡାରୁ ଫକିର ସାମଲଙ୍କୁ ଟିକଟ ମିଳିଛି । ଜଗତସିଂହପୁରରୁ ପ୍ରତିମା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଖଣ୍ଡପଡ଼ା ଆସନରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତୀମାଳା ମହାନ୍ତି ।

Congress Candidate
Congress Candidate

ବଦଳିଛନ୍ତି ସମ୍ବଲପୁର ଲୋକସଭା ପ୍ରାର୍ଥୀ । ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ହେଲେ ବର୍ତ୍ତମାନ ତାଙ୍କ ସ୍ଥାନରେ ଦଳ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଧାନସଭା ଆସନ ପାଇଁ ବାରିପଦା ଓ ଖଣ୍ଡପଡା ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । ଜନଜାତି ପାଇଁ ସଂରକ୍ଷିତ ଆସନ ବାରିପଦାରେ ପୂର୍ବରୁ ବାଦଲ ହେମ୍ବ୍ରମ ପ୍ରାର୍ଥୀ ରହିଥିବାବେଳେ ତାଙ୍କ ଟିକଟ କାଟି ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ପ୍ରଦାନ କରାଯାଇଛି । ସେହିପରି ଖଣ୍ଡପଡାରେ ମନୋଜ କୁମାର ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି ପ୍ରାର୍ଥୀ ହୋଇଛନ୍ତି ।

Congress Candidate
Congress Candidate

ପୂର୍ବରୁ କଂଗ୍ରେସ ଜାରି କରିଥିବା ତାଲିକାରେ ଦୁଲାଲଙ୍କୁ ସମ୍ବଲପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଏହି ଆସନରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରି ଦୁଇ ହେଭିୱେଟଙ୍କ ସହ ଲଢେଇ ହେବ । ଏନେଇ ଖୁସି ବ୍ୟକ୍ତ କରିବା ସହ ଦୁଲାଲ ପ୍ରସ୍ତୁତି ବି ଆରମ୍ଭ କରିଦେଇଥିଲେ । ସେ କହିଥିଲେ,"୨ ଜଣ ହେଭିୱେଟ୍‌ଙ୍କ ସହ ଲଢେଇ କରିବାରେ ମଜା ଆସିବ।" ହେଲେ ବର୍ତ୍ତମାନ ପୁଣି ଥରେ କଡ଼ ଲେଉଟାଇଛି କଂଗ୍ରେସ । ପ୍ରାର୍ଥୀ ପରିବର୍ତ୍ତନ କରି ଦୁଲାଲଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କ ନାଁ ଘୋଷଣା କରିଛି ଦଳ । ପ୍ରାର୍ଥୀ ପରିବର୍ତ୍ତନକୁ ନେଇ ପୂର୍ବରୁ ଅସନ୍ତୋଷ ଲାଗି ରହିଥିବାବେଳେ ଏବେ ଏହା କେଉଁ ମୋଡ ନେବା ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ବି ପଢନ୍ତୁ...କ୍ରୀଡା ରାଜନୀତିରୁ ଲୋକସଭା ପ୍ରାର୍ଥୀ, ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଟିକେଟ୍‌ - Lok Sabha Election 2024

ଅପରପକ୍ଷେ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ ପ୍ରାର୍ଥୀ ହେବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିଲା କଳ୍ପନାଜଳ୍ପନା । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୋଫିଆଙ୍କୁ ଭରସା କରିଛି ଦଳ । ସୋଫିଆ ବର୍ତ୍ତମାନ ବିଜନେସ୍ ୱିମେନରୁ ସଫଳ ରାଜନୀତିକୁ ପ୍ରବେଶ କରିଛନ୍ତି ।

Congress Candidate
Congress Candidate

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 28, 2024, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.