ETV Bharat / state

ଝାରସୁଗୁଡ଼ାରେ ଅଣ୍ଟା ଭିଡୁଛି କଂଗ୍ରେସ, ଗଠନ ହେଲା ପୂର୍ଣ୍ଣାଙ୍ଗ କମିଟି

author img

By ETV Bharat Odisha Team

Published : Mar 3, 2024, 7:16 AM IST

Congress Press Meet: ନିର୍ବାଚନ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ । ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ବାଢିଲେ ନୂତନ ଜିଲ୍ଲା ସଭାପତି ସୁବ୍ରତ ପ୍ରଧାନ । ଅଧିକ ପଢନ୍ତୁ

ଝାରସୁଗୁଡ଼ାରେ ଅଣ୍ଟା ଭିଡୁଛି କଂଗ୍ରେସ , ଗଠନ ହେଲା ପୂର୍ଣ୍ଣାଙ୍ଗ କମିଟି

ଝାରସୁଗୁଡ଼ା: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ରୋଡ଼ ମ୍ୟାପ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥର ଭଲ ପ୍ରଦର୍ଶନ ଆଶା କରୁଛି କଂଗ୍ରେସ । କଂଗ୍ରେସର ଗଡ଼ କୁହାଯାଉଥିବା ଝାରସୁଗୁଡ଼ା ଜିଲ୍ଲା ବର୍ତ୍ତମାନ କଂଗ୍ରେସ ଶୂନ୍ୟ ହେବାକୁ ବସିଛି । ଇତି ମଧ୍ୟରେ ଦଳର ନୂତନ ଜିଲ୍ଲା ସଭାପତି ଭାବରେ ସୁବ୍ରତ ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କ ଅଧ୍ୟକ୍ଷତାରେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବ କଂଗ୍ରେସ । ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି(ଶନିବାର) ଦିନ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅୟୋଜନ କରାଯାଇଥିଲା ।

ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆଶାୟୀ ପ୍ରାର୍ଥୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଝାରସୁଗୁଡ଼ା ଓ ବ୍ରଜରାଜନଗର ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ଅନେକ କର୍ମୀ ଦଳୀୟ ଟିକେଟ ପାଇଁ ଆଶା ବାନ୍ଧିଥିବା ଜଣାପଡ଼ିଛି । ତେବେ ଏଥର ଦଳ କାହା ଉପରେ ବିଶ୍ବାସ ଦେଖାଇବ ତାହା ଦଳର ବରିଷ୍ଠ ନେତୃମଣ୍ଡଳୀ ନିର୍ଣ୍ଣୟ କରିବେ । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଯୁବଶକ୍ତି ଓ ନୂଆ କମିଟି ଉପରେ ବିଶ୍ବାସ କରିଛି । ନୂଆ କମିଟି ଗଠନ କରି ସୁପ୍ତ ଅବସ୍ଥାରେ ପଡ଼ି ରହିଥିବା କଂଗ୍ରେସ ଦଳକୁ ପୁଣି ଥରେ ସରକାରକୁ ଫେରାଇ ଆଣିବେ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

ସେହିପରି ଝାରସୁଗୁଡା ଜିଲ୍ଲାରେ କଂଗ୍ରେସର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି ଥିବା ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ସୁବ୍ରତ ପ୍ରଧାନ । କମିଟିର କୋଷାଧ୍ୟକ୍ଷ ଭାବେ ବରୁଣ ଓଡୋକାଙ୍କୁ ଚୟନ କରାଯାଇଥିବା ବେଳେ ୫ଜଣ ଉପସଭାପତି ଯଥା ନିମାଇଁ ଚରଣ ପଣ୍ଡା, ପୂଣ୍ୟବାନ ନାୟକ, ରାଜେଶ ଶୁକ୍ଳା, କୃଷ୍ଣଚନ୍ଦ୍ର ଭୋଇ ଓ ଜଗଦୀଶ ପୁରୋହିତଙ୍କୁ ଚୟନ କରାଯାଇଛି । ଏହାସହ ୫ଜଣ ସାଧାରଣ ସମ୍ପାଦକ ମଧ୍ୟରେ ମନିସ ବାଜପେୟୀ, ଦେବାର୍ଚନ ସେଠ, ମନମୋହନ ଝା, ପୁରୁଷୋତ୍ତମ ବୁଧିଆ ଓ ଅଲେଖ କୁମାରଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ୧୨ ଜଣ ସମ୍ପାଦକ ଏବଂ କାର୍ଯ୍ୟକାରୀ ସଦସ୍ୟ ମଧ୍ୟ ଚୟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଢେଙ୍କାନାଳର ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ସେହିପରି ସହରାଞ୍ଚଳ ଏବଂ ବ୍ଲକ ସ୍ତରରେ ବେଲପାହାଡ଼ ସହରାଞ୍ଚଳ ସଭାପତି ଭାବରେ ଭାସ୍କର ପଟେଲ ଓ ବ୍ରଜରାଜନଗର ସହର ସଭାପତି ପ୍ରଫୁଲ୍ଲ ପଣ୍ଡା, ଝାରସୁଗୁଡା ଟାଉନ ସଭାପତି ପାଇଁ ଦେବେନ୍ଦ୍ର ବାରିକ, କିରିମୀରା ବ୍ଲକ ସଭାପତି କୁମୋଦ୍ ପଟେଲ, ଲଇକେରା ବ୍ଲକ ସଭାପତି ପ୍ରତାପ ଚନ୍ଦ୍ର ରାୟ, କୋଲାବୀରା ବ୍ଲକ ସଭାପତି ଶିରକର ସାହୁ, ଝାରସୁଗୁଡ଼ା ବ୍ଲକ ସଭାପତି ନଟରାଜ ଡୁଙ୍ଗ ଡୁଙ୍ଗ ଏବଂ ଲଖନପୁର ବ୍ଲକ ସଭାପତି ପାଇଁ ଲିଙ୍ଗରାଜ ବଢେଇଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ , ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.