ETV Bharat / state

୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ୯ଟି ଗ୍ୟାରେଣ୍ଟି - congress press meet

author img

By ETV Bharat Odisha Team

Published : Mar 22, 2024, 7:37 PM IST

Congress Press Meet : ଚଳିତ ସାଧାରଣ ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲା କଂଗ୍ରେସ ପ୍ରସ୍ତୁତ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ୯ଟି ଗ୍ୟାରେଣ୍ଟି ପ୍ରକାଶ କରିଥିଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ୯ଟି ଗ୍ୟାରେଣ୍ଟି

କେନ୍ଦୁଝର: ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । କଂଗ୍ରେସ ଦଳର ୯ଟି ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ ହୋଇଛି । ୨୪ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେଡି-ବିଜେପି ଶାସନରେ ଯାହା ହୋଇ ନାହିଁ, ଆଜି ତାହା କଂଗ୍ରେସ କରି ଦେଖାଇବ । ଏନେଇ ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ସଭାପତିତ୍ବରେ କଂଗ୍ରେସର ଗ୍ୟାରେଣ୍ଟି ଉପରେ ପ୍ରକାଶ କରିଥିଲେ ।

ଗ୍ୟାରେଣ୍ଟି ଗୁଡ଼ିକ ହେଲା: ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ ଛାଡ଼ ଓ କୃଷକ ପାଇଁ ମାସିକ ପେନସନ ୨୦୦୦ ଟଙ୍କା , ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ଛାଡ଼ , ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଓ ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା , ସମସ୍ତ ମହିଳା ସ୍ବାୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବା । ଏହା ସହ ଗୃହଲଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ପ୍ରଦାନ କରିବା । ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର ଦେବା ।

ସେହିପରି ସରକାରୀ କର୍ମଚାରୀଙ୍କ ସମତେ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ପ୍ରଦାନ କରିବା ଏବଂ ରାଜ୍ୟରେ ଜାତି ଭିତ୍ତିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭ % ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତ ହୋଇଛି ।

ଏହା ମଧ୍ୟ ପଢନ୍ତୁ .....ବିଜେଡିରୁ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା, କହିଲେ ଭଗ୍ନ ହୃଦୟରେ ଦଳ ଛାଡିଲି

ତେବେ ଚଳିତ ଥର କ୍ଷମତା ହାସଲ କରିବା ପାଇଁ ଦଳ ଆପ୍ରାଣ ଚେଷ୍ଟା କରୁଛି କଂଗ୍ରେସ । ଦଳୀୟ କନ୍ଦଳ ସମାଧାନ କରିବା ସହ ତୃଣମୂଳ ସ୍ଥରରୁ ସ୍ଥିତି ସୁଦୃଢ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଏଥିରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ଜ଼ିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ ଓ ଜ଼ିଲ୍ଲା କଂଗ୍ରେସ ମିଡ଼ିଆ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.