ETV Bharat / state

ଜୟଦେବରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ ସୋ, ବିଜେଡି ଓ ବିଜେପିକୁ କଲେ ଟାର୍ଗେଟ - CONGRESS CANDIDATE BIKE RALLY - CONGRESS CANDIDATE BIKE RALLY

Congress Bike Rally In Jaydev: ଆସନ୍ତା 25 ତାରିଖରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ । ବାଇକ ରାଲି ପରେ ନିର୍ବାଚନୀ ସଭାରେ ବିଜେଡି ଓ ବିଜେଡି ଉପରେ ବର୍ଷିଲେ କଂଗ୍ରେସର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ । ଅଧିକ ପଢନ୍ତୁ

CONGRESS MP AND MLA CANDIDATES
CONGRESS MP AND MLA CANDIDATES (ETV BHARAT ODISHA)
author img

By ETV Bharat Odisha Team

Published : May 20, 2024, 5:22 PM IST

ଜୟଦେବରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ ସୋ (ETV Bharat Odisha)

ନିଆଳି: ନିର୍ବାଚନ ଯେତେ ପାଖଉଛି ଜୟଦେବରେ କଂଗ୍ରେସ ସେତେ ଶକ୍ତ ହେଉଛି । ଆସନ୍ତା ୨୫ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ । ଶନିବାର ସଂଧ୍ୟାରେ ଜୟଦେବରେ ଭୁବନେଶ୍ୱର ଲୋକସଭା ଆସନ କଂଗ୍ରେସ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଏବଂ ଜୟଦେବ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ରୋଡ ସୋ କରିଥିଲେ । ଏକ ନିର୍ବାଚନୀ ସଭାରେ ସାମିଲ ହୋଇ ବିଜେଡି ଓ ବିଜେପି ଉପରେ ଦୁଇ ପ୍ରାର୍ଥୀ ତୀବ୍ର ବର୍ଷିଥିଲେ । ଦେଶର ସମ୍ବିଧାନ ଏବେ ବିପଦରେ, ଦରଦାମ ନିୟନ୍ତ୍ରଣ ବାହାରେ, ମିଛ ପ୍ରତିଶ୍ରୁତି ଦେଇ ଦେଶ ପ୍ରତି ବିଜେପି ବିପଦ ସୃଷ୍ଟି କରୁଛି ବୋଲି କହିଥିଲେ କଂଗ୍ରେସ ପ୍ରାର୍ଥୀ । ସେହିପରି ବିଜେଡି ସରକାର ୨୫ ବର୍ଷ ଧରି ଓଡ଼ିଶା ରହି ରାଜଧାନୀ ଉପକଣ୍ଠରେ ଥିବା ଜୟଦେବକୁ ସବୁଥିରେ ଅବହେଳା କରିଥିବା ଉଭୟ ପ୍ରାର୍ଥୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ସୋଫିଆଙ୍କ ଜୋରଦାର ପ୍ରଚାର, କହିଲେ ନିଶ୍ଚୟ ଜିତିବି - SOFIA CAMPAIGN

ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ବିଜେଡି, ବିଜେପି, କଂଗ୍ରେସ ଦଳ ସହିତ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ହେବ କଡା ଟକ୍କର । ଏଥିପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ସମସ୍ତ ଦଳର ପ୍ରାର୍ଥୀ । ଦୁର୍ବଳ ସ୍ଥିତିରେ ଥିବା ଜୟଦେବ କଂଗ୍ରେସ ତା'ର ସ୍ଥିତି ସଜାଡିବାରେ ଲାଗି ପଡିଛି । ଗତକାଲି ଦୁଇ କଂଗ୍ରେସ ପ୍ରାର୍ଥୀ ବାଲିପାଟଣା ଠାରୁ ଏକ ବିଶାଳ ମଟର ସାଇକେଲ ରାଲିରେ ବାହାରି ୬ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଏବଂ ଗାଁରେ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲେ । ସଂଧ୍ୟାରୁ ଆରମ୍ଭ ହୋଇଥିବା ରୋଡ ସୋ ରାତିରେ ଶେଷ ହୋଇଥିଲା ।

ରାଲି ପରେ ଆମଣାକୁଦ ପଞ୍ଚାୟତର ବାରଭୂଜାଙ୍କ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଗଣମାଧ୍ୟମକୁ କହିଥିଲେ, ଏ ନିର୍ବାଚନ ସାଧାରଣ ଲୋକମାନେ ଲଢ଼ୁଛନ୍ତି ଆମେ କେବଳ ମୋହରା ମାତ୍ର । ବିନା ସ୍ବାର୍ଥରେ ବିନା ଅର୍ଥରେ ହଜାର ହଜାର ଯୁବକ, ଛାତ୍ର, ମହିଳା ଏବଂ ଗୁରୁଜନ ମାନେ ସାମିଲ ହେଉଛନ୍ତି, ଏଥର ମାଟିକୁ ବଞ୍ଚାଇବାର ଅଛି କଂଗ୍ରେସକୁ ଆଣିବାର ଅଛି । ଏ ଲଢ଼େଇ କଂଗ୍ରେସ ଦଳର ନୁହେଁ ସାଧାରଣ ଲୋକଙ୍କ ଲଢେଇ, ଲୋକେ ମନ ସ୍ଥିର କରିଦେଇଛନ୍ତି ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି କହିଥିଲେ ସୟଦ ୟାସିର ନଓ୍ବାଜ ।

ସେହିପରି ଜୟଦେବ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ କହିଛନ୍ତି ଯେ, ୬ରୁ ଊର୍ଦ୍ଧ୍ୱ ପଞ୍ଚାୟତ ୪୦ କିଲୋମିଟର ରାସ୍ତା ପାର କରି ସଭାରେ ଯୋଗ ଦେଇଥିବା ଯୁବକ ମାନଙ୍କ ମଧ୍ୟରେ ଜୟଦେବ ମାଟିକୁ ବଞ୍ଚାଇବା ପାଇଁ ଜାଗ୍ରତ ସୃଷ୍ଟି ହୋଇଛି । ଲୋକମାନେ ଜଣେ ଜଣେ ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ହୋଇଛନ୍ତି ଏବଂ ଜୟଦେବ ଲଢୁଛି ନିର୍ବାଚନ । ବିଜେପି ଓ ବିଜେଡି ସରକାରଙ୍କ ବିଫଳତା କଥା କହିବା ସହିତ କଂଗ୍ରେସ ଦଳର ଗ୍ୟାରେଣ୍ଟି କାର୍ଡ ଲୋକଙ୍କ ବିକାଶ କରିବ ବୋଲି କହିଥିଲେ କୃଷ୍ଣଚନ୍ଦ୍ର ସଗରିଆ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.